ମାଓବାଦୀଙ୍କ ବର୍ବର କାଣ୍ଡ, ସରପଞ୍ଚଙ୍କୁ ଗଳା କାଟି ହତ୍ୟା

କୋରାପୁଟ ୮/୮/୧୭ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ନନ୍ଦପୁର ବ୍ଲକର ପଡୁଆ ଥାନା ଅନ୍ତର୍ଗତ ହାତିବରି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଜଗନ୍ନାଥ ଖରାଙ୍କୁ ରାତ୍ର ପ୍ରାୟ ୯.୩୦ ମିନିଟ ସମୟରେ ଶହେରୁ ଉର୍ଦ୍ଧ୍ୱ ମାଓବାଦୀ ଆସି ଘରୁ ଡ଼ାକି ନେଇ ଘର ନିକଟରେ ଗଳା କାଟି ଦେଇଥିବା ଦେଖିବାକୁ ମିଲିଛି। ଏହା ସହିତ ଜଗନ୍ନାଥ ଖରାଙ୍କ ଘର ସାମନାରେ ରଖିଥିବା କମାଣ୍ଡର, ମୋଟର ସାଇକେଲ, କାର ଓ ଟ୍ରାକ୍ଟରକୁ କିରାସିନି ଢାଳି ପୋଡ଼ି ଦେଇଛନ୍ତି। ଏହାସହିତ ଘରର ଜିନିଷ ପତ୍ର ସବୁ ନଷ୍ଟ କରି ଦେଇଛନ୍ତି। ଛାଡି ଯାଇଥିବା ହାତଲେଖା ଚିଠିରେ ପୋଲିସ ଇନଫରମର ସାଜି ଆଶ୍ରମପୁଟଠାରେ ପୋଲିସର ଜନ ସମର୍କ ଶିବିରକୁ ସମର୍ଥନ କରୁଥିବା ବେଳେ ଇନ୍ଦିରା ବାସ ଗୃହ ପାଇଁ ଲାଞ୍ଚ ମାଗୁଥିବା ବାର୍ଦ୍ଧକ୍ୟ ଭତ୍ତାରେ ଲିପ୍ତ ରହି ଲାଞ୍ଚ ମାଗି ଦୁର୍ନୀତି କରୁଥିବା ଅଭିଯୋଗ କରି ହତ୍ୟା କରାଯାଇ ଥିବା ଛାଡି ଯାଇଥିବା ହାତ ଲେଖା ଚିଠିରେ ଉଲ୍ଲେଖ ରହିଥିବା ବେଳେ ଶ୍ରୀକାକୁଲମ-କୋରାପୁଟ ଡିଭିଜନ କମିଟି ସିପିଆଇ (ମାଓବାଦୀ) ବୋଲି ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *