ମାଓବାଦୀଙ୍କ ବର୍ବରତା, ଝିଅ ସମ୍ମୁଖରେ ନିର୍ମମ ଭାବେ ବାପାକୁ ହତ୍ୟାକଲେ

ମାଲକାନଗିରି,୨୮ା୪ (ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ଦନ୍ତେଓ୍ୟାର୍ଡା ଜିଲ୍ଲାରେ ମାଓବାଦୀମାନେ ବବ ର୍ରକାଣ୍ଡ ଭିଆଇଛନ୍ତି ,ଝିଅ ସମାନାରେ ବାପାଙ୍କର ଗଳାକାଟି ଅତି ନିର୍ମମଭାବେ ହତ୍ୟାକରିଥିବାର ଜଣାପଡିଛି ।ଦନ୍ତେଓ୍ୟାର୍ଡା ଜିଲ୍ଲା ଭାଂସୋ ଥାନାସ୍ଥ ମୋଲସନାର ଗାଁରେ ଶୁକ୍ରବାର ମଧ୍ୟରାତ୍ରରେ ପ୍ରାୟ ୨୦ରୁ୩୦ ମାଓବାଦୀ ସାଧାରଣ ଗ୍ରାମୀଣ ପୋଷାକରେ ପହଁଚିଥିଲେ । ସେହିଗ୍ରାମର ଗାଁ ମୁଖିଆ କୁମ୍ମାଭାସ୍କରଙ୍କ ଘରକୁ ଯାଇ ଡାକିଥିଲେ , କିଏ ଡାକୁଛି କହି କୁମା ଭାସ୍କର ଘରୁ ବାହରକୁ ଆସିବାରୁ ତାଙ୍କୁ ମାଓବାଦୀ ମାନେ ଧରି ନେଇ ମାଡଦେଇଥିଲେ । ସେ ଚିତ୍କାର କରିବାରୁ ଘରେ ଥିବା ତାଙ୍କ ଝିଅ ସୁନିତା ବାହରକୁ ଆସି ଦେଖିଲାବେଳକୁ କିଛି ଲୋକ ତାଙ୍କ ବାପାଙ୍କୁ ମାଡ ଦେଉଛନ୍ତି, କାହିଁକି ବାପାଙ୍କୁ ମାରୁଛ କହି ସେ ପ୍ରତିବାଦକରିବାରୁ ତାକୁ ମଧ୍ୟ ମାଓବାଦୀ ମାନେ ମାଡମାରି ତଳେପକାଇ ଦେଇଥିଲେ । ସୁନିତା ଆହତ ହୋଇ ତଳେ ପଡିଥିବା ବେଳେ ମାଓବାଦୀ ମାନେ ଭାସ୍କରଙ୍କ ଗଳାକୁ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମଭାବେ କାଟି ଝିଅ ଆଗରେ ହତ୍ୟାକରି ଥିଲେ । ଜଳ,ଜଙ୍ଗଲ.ଜମି,ଏସି.ଏସଟି ଆକ୍ଟ ଶସଂଧୋନକୁ ବିରୋଧ କରି ଏହି ବବ ର୍ରକାଣ୍ଡ ମାଓବାଦୀ ମାନେ କରିଥିବାର ଏକ ହାତଲେଖା ପୋଷ୍ଟର ମାଧ୍ୟମରେ ଲେଖି ମୃତଶରୀର ନିକଟରେ ପକାଇ ଦେଇ ଜଙ୍ଗଲକୁ ପଳାଇଥିଲେ । ଆଜି ସକାଳେ ଭାଂସୋ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରି ଶବବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛନ୍ତି । ଏହି କାଣ୍ଡ ଛତିଶଗଡ ଭେରମ ମାଓବାଦୀ ଏରିଆ କମିଟି କରିଥିବାର ଶବନିକଟରୁ ମିଳିଥିବା ହାତଲେଖା ପୋଷ୍ଟରରୁ ପୁଲିସ ଜାଣିପାରିଛି ।ଝିଅ ସମ୍ମୁଖରେ ବାପାଙ୍କୁ ଅତି ନିର୍ମମ ଭାବେ ମାଓବାଦୀ ମାନେ ହତ୍ୟାକରିବା ଘଟଣାକୁ ମୋସନାର ଗ୍ରାମବାସୀ ମାନେ ନାପସନ୍ଦ କରି ମାଓବାଦୀଙ୍କ ବର୍ବରତା କାଣ୍ଡକୁ ନିନ୍ଦାକରିଛନ୍ତି ।

 

Leave a Reply

Your email address will not be published. Required fields are marked *