ମାଓବାଦୀଙ୍କ ନୃଶଂସ କାଣ୍ଡ ବାରୁଦ ସୁଡ଼ଙ୍ଗରେ ବିଷ୍ପୋରଣ : ୯ ଯବାନ ସହୀଦ ୩ ଆହତ

ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀମାନେ ବାରୁଦ ସୁଡ଼ଙ୍ଗରେ ବିଷ୍ପୋରଣ, CRPF ର ୮ ଯବାନ ସହୀଦ ୪ ଆହତ

ସୁକୁମା ୧୩-୩ (ଓଡ଼ିଆ ପୁଅ) ଛତିଶଗଡ଼ର ମାଓ ପ୍ରଭାବିତ ଅଞ୍ଚଳ ସୁକମା ଜିଲ୍ଲାରେ ମାଓବାଦୀମାନେ ବାରୁଦ ସୁଡ଼ଙ୍ଗରେ ବିଷ୍ପୋରଣ କରି ଆଣ୍ଟି ଲ୍ୟାଣ୍ଡମାଇନ ଭେଇକଲକୁ ଉଡ଼ାଇଦେଇଛନ୍ତି। ଏହି ଘଟଣାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ଆଠ ଜଣ ଯବାନ ସହୀଦ ହୋଇଛନ୍ତି। ୪ ଜଣ ଯବାନ ଆହତ ହୋଇଥିବାର ସୂଚନା ମିଳିଛି।

ସିଆରପିଏଫର ଅଧିକାରୀମାନଙ୍କ କହିବାନୁସାରେ ଜିଲ୍ଲାର କିଷ୍ଟାରାମ ଥାନା କ୍ଷେତ୍ରରେ ମାଓବାଦୀମାନେ ବାରୁଦ ସୁଡ଼ଙ୍ଗରେ ବିଷ୍ପୋରଣ କରି ଆଣ୍ଟି ଲ୍ୟାଣ୍ଡମାଇନ ଭେଇକଲକୁ ଉଡ଼ାଇଦେଇଛନ୍ତି। ଏହି ଘଟଣାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ଆଠ ଜଣ ଯବାନ ସହୀଦ ହୋଇଛନ୍ତି। ୪ ଜଣ ଯବାନ ଆହତ ହୋଇଥିବାର ସୂଚନା ମିଳିଛି।

ଅଧିକାରୀମାନଙ୍କ ଅନୁଯାୟୀ ଆଜି ସିଆରପିଏଫର 212 ବାଟାଲିଅନର ଯବାନ ଆଣ୍ଟି ଲ୍ୟାଣ୍ଡମାଇନ ଭେଇକଲରେ ଯିବା ସମୟରେ ଯେତେବେଳେ ସେମାନେ କିଷ୍ଟାରାମ ଥାନା କ୍ଷେତ୍ରରେ ଥିଲେ ସେତେବେଳେ ମାଓବାଦୀମାନେ ଏକ ଶକ୍ତିଶାଳୀ ବିଷ୍ପୋରଣ କରି ଏହି ବାହନକୁ ଉଡ଼ାଇ ଦେଲେ।

ଏହି ଘଟଣାର ସୂଚନା ମିଳିବା ପରେ ସେଠାକୁ ଅତିରିକ୍ତ ପୁଲିସ ବଳକୁ ପଠାଯାଇଛି। ମୃତଶରୀର ଏବଂ ଆହତ ଯବାନଙ୍କୁ ଜଙ୍ଗଲରୁ ବାହରକୁ ଆଣିବାପାଇଁ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଅଧିକାରୀଙ୍କ କହିବା ଅନୁଯାୟୀ ଘଟଣା ଜଙ୍ଗଲର ଭିତରେ ଦୁର୍ଗମ ଅଞ୍ଚଳରେ ହୋଇଛି ଏବଂ ଏହି ଘଟଣା ବିଷୟରେ ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି। (ANI photo)

 

Leave a Reply

Your email address will not be published. Required fields are marked *