ମାଓବାଦୀଙ୍କ ଗୁଳିରେ ଗାଁ ମୁଖିଆ ଆହତ

ମାଲକାନଗିରି,୧୧।୬ (ଓଡ଼ିଆ ପୁଅ) ପଡିଆ ଥାନାସ୍ଥ ସିଲାକଟା ଗ୍ରାମ ମୁଖିଆ ମଙ୍ଗୁଲୁ ବାଞ୍ଚମୀଙ୍କୁ ମାଓବାଦୀମାନେ ଗୁଳି ମାରିଛନ୍ତି। ରବିବାର ରାତ୍ର ୧୧ଟା ସମୟରେ ୮ରୁ୧୦ ଜଣ ମାଓବାଦୀ ସିଲକୋଟା ଗ୍ରାମରେ ପ୍ରବେଶ କରି ମଙ୍ଗୁଳୁ ବାଂଜମି (୪୫)ଙ୍କ ଘର କବାଟ ଭାଙ୍ଗି ସେ ଶୋଇଥିବା ଅବସ୍ଥାରେ ତିନିରାଉଣ୍ଡ ଗୁଳି ମାରି ମରିଗଲା ଭାବି ଜଙ୍ଗଲକୁ ପଳାଇଥିଲେ। ମଙ୍ଗୁଳୁଙ୍କ ଗୋଡ଼ ଜଙ୍ଘରେ ଗୁଳି ବାଜି ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ଗ୍ରାମବାସୀମାନେ ରାତ୍ର ୧୨ଟା ରେ ଏକ ମଟର ସାଇକେଲ ଯୋଗେ ପଡିଆ ଗୋଷ୍ଟୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଜି ସକାଳେ ମାଲକାନଗିରି ଜିଲ୍ଲାହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗୁଳଙ୍କ ଜଙ୍ଘରେ ଗୁଳି ଥିବାର ଓ ଅପରେସନ କରାଯାଇ ଗୁଳି ବାହାର କରାଯିବ, ସେ ଏବେ ବିପଦ ମୁକ୍ତ ବୋଲି ଡାକ୍ତର ସପନ କୁମାର ଧୀଣ୍ଡା କହିଛନ୍ତି। ସୂଚନା ଯୋଗ୍ୟଯେ ଗତ ୨୦୧୩ ମସିହାରେ ସିଲକୋଟା ଗ୍ରାମରେ ମାଓ କ୍ୟାମ୍ପରେ ପୁଲିସ ଚଢ଼ାଉ କରି ୧୩ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ।୨୦୧୫ରେ ସେହିଗ୍ରାମର କିଛି ମାଓ ସମର୍ଥକ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ଗ୍ରାମକୁ ଆଦର୍ଶ ଗ୍ରାମଭାବେ ଘୋଷଣା କରା ଯାଇଥିଲା। ଗ୍ରାମ ମୁଖିଆ ଓ ଗ୍ରାମବାସୀଙ୍କ ପାଇଁ ମାଓ ବାଦୀମାନେ ନିହତ ହେଲେ ବୋଲି ସେହି ଦିନରୁ ମାଓବାଦୀମାନେ ଗ୍ରାମମୁଖିଆ ମଙ୍ଗୁଳୁ ବାଂଜମିଙ୍କୁ ଟାର୍ଗେଟ କରିଥିଲେ। ରବିବାର ରାତ୍ରରେ ଘରେ ଶୋଇଥିବାର ଖବର ପାଇ ମାଓବାଦୀମାନେ ତାଙ୍କୁ ଗୁଳି ମାରି ପଳାଇଛନ୍ତି। ମଙ୍ଗୁଳୁଙ୍କ ନିକଟରେ ଡାକ୍ତର ଖାନାରେ ତାଙ୍କ ନିକଟରେ ସ୍ତ୍ରୀ ଦେବେ ଓ ପୁଅ ମୁଦା ଜଗି ରହିଛନ୍ତି। ପଡିଆ ଥାନାରେ ଗ୍ରାମବାସୀମାନେ ମଙ୍ଗୁଳ ଘରେ ପଡିଥିବା ଗୁଳି ଖୋକା, ପାଣି ବୋତଲ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଦେଇ ଏ ସଂମ୍ପର୍କ ରେ ଜଣାଇବାରୁ ପଡିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

 

ମାଲକାନାଗିରି ଏସ୍ପି ଜଗନମୋହନ ମୀନା କହିଛନ୍ତିଯେ, “ଗତକାଲି ରାତିରେ ଏହି ବିଷୟରେ ଖବର ପାଇ ରାତ୍ରରେ ସିଲକୋଟା ଗ୍ରାମରେ ଆମ ପୋଲିସ୍ ଟିମ୍ ପହଁଞ୍ଚିଥିଲା ଏବଂ ଆହତ ମଙ୍ଗୁଳୁକୁ ଗ୍ରାମବାସୀଙ୍କ ସହାୟତାରେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁତର ହେବାରୁ ତାଙ୍କୁ ସ୍ୱତନ୍ତ୍ର ଆମ୍ବଲାନ୍ସ ସହାୟତାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଚାଲିଛି। ପୋଲିସ୍ ଗ୍ରାମରେ ପହଁଚି ତଦନ୍ତ ଜାରି ରଖିଛି।“

Leave a Reply

Your email address will not be published. Required fields are marked *