ଜିଲ୍ଲା ପରିକ୍ରମା

ମାଓବାଦୀଙ୍କ କଳାଦିବସ ପାଳନ ବେଳେ ମାଓଗଡ ରେ ପୁଲିସ ଉଡାଇଲେ ତ୍ରୀରଙ୍ଗା ପତାକା

ମାଲକାନଗିରି,୧୬ା୮(ଓଡିଆ ପୁଅ ) ମାଓଗଡ ଭାବେ ପରିଚିତ ପପୁଲୁର କୁର୍ମାନୁର ପଚାଂୟତର ବିଭିନ ସ୍ଥାନରେ  ମାଓବାଦୀ ମାନେ ପୋଷ୍ଟର ବ୍ୟାନର ଲଗାଇ ସ୍ୱାଧୀନତା ଦିବସ ପାଳନ ଓ  ଜାତୀୟପତକା ଉଡାଇବାକୁ ବାରଣ କରିଥିବା ବେଳେ ମାଓବାଦୀଙ୍କ ଧମକକୁ ଖାତିର ନକରି ଜିଲ୍ଲାପୁଲିସ ମାଓଗଡରେ ତ୍ରୀରଙ୍ଗା ପତାକା ଉଡାଇଛନ୍ତି । ସମଗ୍ର ଦେଶ ଅଗଷ୍ଟ୧୫ତାରିଖକୁ ସ୍ୱାଧୀନତା ଦିବସ ଭାବେ ପାଳନକରି ଆସୁଥିବା ବେଳେ ମାଲକାନଗିରି ଜିଲ୍ଲାରେ ମାଓବାଦି ମାନେ ଏହାକୁ ବିରୋଧକରି କଳାଦିବସ ଭାବେ ପାଳନ କରିବାକୁ ଆହ୍ୱାନଦେଇଥିଲେ । ମାଓପ୍ରବଣ ଦୃର୍ଗମ ବିଛିନ୍ନାଚଂଳ ରେ ଥିବା କେତକ ଗାଁ ଓ ସ୍କୁଲରେ ମାଓବାଦିଙ୍କ ଭୟରେ ଜାତୀୟପତାକା ଉଡା ଯାଇ ନଥିବାର ଜଣାପଡିଛି । ମାଓବାଦିମାନେ ଚିତ୍ରକୋଣ୍ଡା ଥାନାସ୍ଥ କୁର୍ମାନୁର ପଚାଂୟତର କେତୋଟି ଦୁର୍ଗମ ମାଓପ୍ରବଣ ଗ୍ରାମରେ ସ୍ୱାଧିନତା ଦିବସ ଅବସରରେ ମାଓବାଦୀ ମାନେ କଳାଦିବସ ପାଳନକରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହି ଖବର ମାଲକାନଗିରି ଜିଲ୍ଲାପୁଲିସ ପାଖରେ ପହଁଚିବା ପରେ ଏସପି ଜଗମୋହନମୀନା ଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ରୁ ଦୀର୍ଘ୮୨ କିମି ଦୂର ପପୁଲୁର ମାଓପ୍ରବଣ ଗ୍ରାମକୁ  ଡିଭିଏଫ ପୁଲିସ ସର୍ଜେଟଂ ଭାଗୀରଥି ବେହେରାଙ୍କ ନେତୃତ୍ୱରେ ୨୬ଜଣ ଡିଭିଏଫ ଜବାନ ଯାଇଥିଲେ । ସେମାନେ  ନିର୍ଭୟରେ ମାଓଗଡ ଭାବେ ଚିରପରିଚିତ ପପୁଲୁର ପଚାଂୟତରେ ପହଁଚିଥିଲେ । ସେଠାରେ ଥିବା ଉଚପ୍ରଥମିକ ବିଦ୍ୟାଳୟରେ ମାଓବାଦୀ ମାନେ କଳାପତକା ଉଡାଇ କଳାଦିବସ ଭାବେ ପାଳନକରିବା ପାଇଁ ଆଗରୁ ଯୋଜନା ରଖିଥିଲେ । ଏହି ଜବାନ ମାନେ ସେଠାରେ ପହଁଚି ମାଓବାଦୀଙ୍କ ଯୋଜନାକୁ ପଣ୍ଡକରି ଦେଇଥିଲେ ,ବିଦ୍ୟାଳୟ ହଷ୍ଟେଲରେ ଥିବା ୧୫୦ ଜଣ ଛାତ୍ରଙ୍କୁ ନେଇ ୭୨ତମ ସ୍ୱାଧୀନତା ଦିବସ ପାଳନକରି ଜାତୀୟପତାକା ଉଡାଇଥିଲେ । ସ୍ୱାଧୀନତା ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ର ମାନଙ୍କୁ ମିଷ୍ଟାନ,ଚକଲେଟ,ବହି,ଖତା କଲମ,ପାଠ୍ୟସମଗ୍ରୀ ପୋଷାକ ଓ ଗ୍ରାମବାସୀ ମାନଙ୍କୁ ଛତା,ଲୁଙ୍ଗି, ଧୋତି,ଟି ସାର୍ଟ, ରିଚାର୍ଜ ଲ୍ୟାମ୍ପ ବିଭିନ୍ନସାମଗ୍ରୀ ବାଟିଂଥିଲେ । ମାଓଗଡରେ ପୁଲିସଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଲ୍ୟାଣ୍ଡମାଇନ ପୋତିଥାନ୍ତି,ସେଥିପ୍ରତି ଭୃକ୍ଷେପ ନକରି ଅତି ସତର୍କତାର ସହିତ ନିର୍ଭୟରେ ପପୁଲୁର ପଚାଂୟତ କୁ ଯାଇ ଡିଭିଏଫ ଜବାନ ମାନେ ମାଓଗଡରେ ତ୍ରୀରଙ୍ଗା ପତାକା ଉଡାଇ ଦେଶପ୍ରେମ  ଓ ଦେଶଭକ୍ତି ର ନମୁନା ଦେଖାଇଛନ୍ତି  ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top