ମାଓବାଦିଙ୍କ ୫୦ବର୍ଷ ପୂର୍ତ୍ତିପାଳନ ସରିଲା, ରାଜ୍ୟସଡ଼କ ପରିବହନ ସଂସ୍ଥାର ନିଦ ଭାଙ୍ଗିଲା ନାହିଁ, ସରକାରି ବସ ଚଳାଚଳ ବନ୍ଦ, ଯାତ୍ରୀ ହଟହଟା

ମାଲକାନଗିରି,୩୦/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ମାଓବାଦୀଙ୍କ ୫୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ ୨୯ ତାରିଖରେ ସରିଗଲା ହେଲେ ରାଜ୍ୟ ସଡ଼କ ପରିବହନ ସଂସ୍ଥାର ନିଦ ଭାଙ୍ଗି ନାହିଁ, ମାଲାକନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ୨୧ଟି ସରକାରି ବସ ଦୀର୍ଘ ୮ଦିନ ଧରି ବନ୍ଦ ରହିବା ସ୍ଥଳେ ଆଜି ମଧ୍ୟ ବନ୍ଦ ରହିଛି,ଏହା ଏକା ଥରେ ମାସ ପୁରିଗଲା ପରେ ପହିଲା ତାରିଖରୁ ଚାଲିବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ମାଓବାଦୀଙ୍କ ୫୦ବର୍ଷ ପୂର୍ତ୍ତି ଉତ୍ସବ ଗତ ୨୨ ତାରିଖରୁ ସପ୍ତାହ ବ୍ୟାପି ୨୯ ତାରିଖ ପର୍ଯ୍ୟନ୍ତ ପାଳନ କରିବା ପାଇଁ ଆନ୍ଧ୍ର, ଛତିଶଗଡ଼ ରାଜ୍ୟରେ ମାଓବାଦୀମାନେ ପୋଷ୍ଟର ବ୍ୟାନର ଲଗାଇଥିଲେ, ଓଡ଼ିଶା ରାଜ୍ୟ ଅନ୍ୟାନ୍ୟ ଜିଲ୍ଲା ସହିତ ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ପଡ଼ିନଥିବା ବେଳେ ମାଓ ପ୍ରବଣ ଛତିଶଗଡ ଓ ଆନ୍ଧ୍ର ପ୍ରଦେଶର କିଛି ଅଚଂଳରେ ପ୍ରଭାବ ଦେଖା ଦେଇଥିଲା। ସେମାନଙ୍କ ଉତ୍ସବ ଚାଲିଥିବା ସମୟରେ ମାଲାକନଗିରି ଜିଲ୍ଲାରେ ଘରୋଇ ବସ ଚଳାଚଳକରୁଥିବା ବେଳେ ମାଓବାଦୀଙ୍କ ଭୟରେ କେବଳ ସମସ୍ଥ ସରକାରି ବସ ଗୁଡିକ ଚଳାଚଳ ବନ୍ଦ ରହିଥିଲା। ଦୂରଗାମୀ ୯ଟି ବସ ସହିତ ଲୋକାଲ ୧୧ଟି ବସ ବନ୍ଦ ରହିଛି। ଏପରିକି ମାଲକାନଗିରି ଜିଲ୍ଲାରେ ଚଳାଚଳ କରୁଥିବା ଭୁବନେଶ୍ୱର, ବ୍ରହ୍ମପୁର, ଭଜଂନଗର, ବିଶାଖାପାଟଣା, ବିଜୟ ନଗରମ, କୋରପୁଟ, ଭବାନୀପାଟଣା, ବାଲିମେଳା-କଟକ, ଚିତ୍ରକୋଣ୍ଡା-କଟକ, ବିଜୟନଗରମ, ବ୍ରହ୍ମପୁର, ଆସିକା, ଆଦି ଦୂରଗାମି ସରାକାରି ବସ ସହିତ ଜିଲ୍ଲା ଭିତରେ ଚଳପ୍ରଚଳ କରୁଥିବା ମୋଟୁ-କୋରାପୁଟ, କାଲିମେଳା, ମାଥିଲି, ମହୁପଦର, ମୁଦୁଲିପଡା, ଚିତ୍ରକୋଣ୍ଡା, ବାଲିମେଳା, ଖଇରପୁଟ, ତେନ୍ତୁଲିଗୁମ୍ମା, ପଡିଆ-ଜୟପୁର, ମାଲକାନଗିରି- ଜୟପୁର, ରୁଟର ସରକାରି ବସଗୁଡିକ ୨୧ ତାରିଖ ଠାରୁ ବନ୍ଦହୋଇ ଯାଇଛି, ମାଓବାଦୀଙ୍କ ଉତ୍ସବ ପାଳନର ସପ୍ତାହ ସରିଲା ପରେ ବି ଏବେ ଆସନ୍ତା ୧ ତାରିଖ ଠାରୁ ଚାଲିବ ବୋଲି ଜଣାପଡିଛି। ମାଲକିନାଗିରି ଜିଲ୍ଲାର ସବୁ ସ୍ଥାନକୁ ଗମନାଗମନର ଏକ ମାତ୍ର ମାଧ୍ୟମ ସରକାରି ବସ ହୋଇଥିବାରୁ ସେହି ସବୁ ସ୍ଥାନର ଗ୍ରାମବାସୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। କେତେକ ବସ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସର ଓ ବସଷ୍ଟାଣ୍ଡ ରେ ରହିଥିବା ବେଳେ ଅନ୍ୟକେତକ ବସ୍ ଜୟପୁର ଠାରେ ଅଟକି ରହିଛି। ଜିଲ୍ଲାର ଅନେକ ସ୍ଥାନକୁ ସରକାରି ବସଚଳା ଚଳ କରୁନଥିବାରୁ ଛୋଟ ଯାନ ଯଥା କମାଣ୍ଡର, ବୋଲେରୋ, କାର, ଜିପ ଗାଡିଚାଳକମାନେ ଯାତ୍ରୀମାନଙ୍କ ଠାରୁ ତିନିଗୁଣା ଭଡା ନେଉଥିବାର ଜଣାପଡିଛି। ଏଥିପ୍ରତି ରାଜ୍ୟ ସଡକ ପରିବହନ ସଂସ୍ଥା କି ଜିଲ୍ଲା ପ୍ରଶାସନ ଗୁରତ୍ୱ ଦେଉନଥିବାରୁ ସାଧରଣ ଯାତ୍ରୀମାନେ ହଟହଟା ହେଉଛନ୍ତି।

Leave a Reply

Your email address will not be published. Required fields are marked *