ମାଓପ୍ରବଣ ଚିତ୍ରକୋଣ୍ଡା ଅଞ୍ଚଳରେ ଜିଲ୍ଲା ଅବକାରି ଓ ପୁଲିସ ବିଭାଗ ଚଢାଉ, ୭ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡିଲେ

ମାଲକାନଗିରି, ୩ା୧ (ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଘଞ୍ଚ ଜଙ୍ଗଲ ପାହଡ ତଳେ ଥିବା ଶହ ଶହ ହେକ୍ଟର ସରକାରି ଜମିରେ ସବୁଜ ଜହରର ବେଆଇନ ଚାଷ ଚାଲିଛି। ଏହି ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟକରିବା ଓ ରୋକିବାପାଇଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ପ୍ରତିକ ସିଂ, ଜିଲ୍ଲା ଅବକାରୀ ବିଭାଗ ଏସ.ପି. ଅଶୋକକୁମାର ସେଠ ଙ୍କ ନେତୃତ୍ୱରେ ଏତ ସ୍ୱତନ୍ତ୍ର ଟିମ ଗଠନକରାଯାଇ ବିଭିନ୍ନ ଅଞ୍ଚଳରେ ଚଢାଉ ଚାଲିଛି। ଆଜି ଜିଲ୍ଲା ଅବକାରୀ ବିଭାଗ, ଚିତ୍ରକୋଣ୍ଡା ଥାନା ପୁଲିସ ପକ୍ଷରୁ ମାଓ ପ୍ରବଣ ଚିତ୍ରକୋଣ୍ଡା ଥାନାସ୍ଥ ବନ୍ଧ ମାମୁଡି, ଲାମ୍ବାସିଂ, ପୋଲା ସିପଦର ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷ କରା ଯାଇଥିବା ୩୬ ଏକର ଜଙ୍ଗଲ ଜମିରୁ ୭୦ ହଜାର କଲି ହୋଇଥିବା ଗଞ୍ଜେଇ ଗଛକୁ ମେସିନ ଓ ଲେବର ମାନଙ୍କ ଦ୍ୱାରା କାଟି ପୋଡି ନଷ୍ଟକରିଛନ୍ତି।

 

ଏହି ବେଆଇନ ଗଞ୍ଜେଇ ଚାଷ ଚଢାଉରେ ଏସଡିପିଓ ପ୍ରତିକ ସିଂ, ଜିଲ୍ଲା ଅବକାରି ବିଭାଗ ଏସପି ଅଶୋକ କୁମାର ସେଠ, ଇନିସ ପେକ୍ଟର ବିମ୍ବାଧର ପଣ୍ଡା, ଇନିନସପେକ୍ଟର ପ୍ରମୋଦ ବାଣୁଆ, ସବ୍ ଇନସ୍ପେକ୍ଟର ଏଚ.ଜଗାରା, ପ୍ରମୁଖ ଅବକାରୀ ବିଭାଗ କର୍ମଚାରୀ ଓ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅଜିତ ସ୍ୱାଇଁ, ଅନ୍ୟାନ୍ୟ ପୁଲିସ ମାନେ ଉପସ୍ଥିତ ଥିଲେ। ପୋଡି ନଷ୍ଟକରା ଯାଇଥିବା ଗଞ୍ଜେଇ ଗଛର ସରକାରି ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ହେବ ବୋଲି ଅବକାରି ବିଭାଗ ସୁତ୍ରରୁ ଜଣାପଡିଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ବିଛିନ୍ନାଞ୍ଚଳ ଗୁଡିକରେ ପ୍ରଚୁର ପରିମାଣରେ ବେଆଇନ ଭାବେ ସବୁଜ ଜହର ଗଞ୍ଜେଇଚାଷ ଖୋଲମ ଖୋଲା ଭାବେ ଚାଲିଛି। ଏହି ଚାଷକୁ ରୋକିବାପାଇଁ ମାଲକାନଗିରି ଜିଲ୍ଲାଅବକାରି ବିଭାଗ ଭ୍ରାମ୍ୟମାଣଦଳ ଦ୍ୱାରା ବିଭିନ୍ନସ୍ଥାନରେ ଚଢାଉଜାରି ରହିଛି।

 

Leave a Reply

Your email address will not be published. Required fields are marked *