ଓଡ଼ିଶା

ମାଓପ୍ରବଣ ଅଚଂଳରେ ବିଏସଏଫ ଯବାନଙ୍କମାନବିକତା, ବିଛିନ୍ନାଚଂଳରେ ପ୍ରସବ ଯନ୍ତ୍ରଣା ଭୋଗୁଥିବା ଆଦିବାସୀ ମହିଳାକୁ ଚିକିତ୍ସା ପାଇଁ ନେଲେ ଡାକ୍ତରଖାନା

ମାଲକାନଗିରି, ୮ା୨(ଓଡିଆ ପୁଅ ) ଚୋର, ଡକାଏତ, ଗୁଣ୍ଡା ବଦମାସ, ମାଓବାଦୀ ମାନଙ୍କୁ ଦମନକରିବା ଓ ଶାନ୍ତିଶୃଙ୍ଖଳା ପ୍ରତିଷ୍ଟା ପାଇଁ ସେମାନେ ନିଷ୍ଟୁର ହୋଇପାରନ୍ତି ହେଲେ କୌଣସି ରୋଗ ଗସ୍ତ ପରିବାର କି ନିରିହ ଜନସାଧାରଣ ଙ୍କ ପାଇଁ ଭଗବାନ ସଦୃଶ୍ୟ ସରଳ ପାଲଟି ସେମାନଙ୍କ ନିକଟରେ ହାଜର ହୋଇ ଯାଇଥାନ୍ତି ଏହି ସୀମାସୁରକ୍ଷା ବାହିନୀ ମାନେ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଓପ୍ରବଣ ଚିତ୍ରକୋଣ୍ଡା ବିଛିନ୍ନାଚଂଳରେ, ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭଯନ୍ତ୍ରଣା ସହି ନପାରି ତାଙ୍କୁ ଦୁର୍ଗମ ପାହଡ ଇଲାରୁ ଉଦ୍ଧାର କରି ଡାକ୍ତର ଖାନାନେଇ ଚିକିତ୍ସା କରିବା ଘଟଣା ଯାହାକି ସମଗ୍ର ମାନବ ସମାଜ ପାଇଁ ଉଦାହରଣ ପାଲଟିଛି। ମାଓଦମନ ପାଇଁ ଚିତ୍ରକୋଣ୍ଡା ଜଳଭଣ୍ଡାର ଅପରପାର୍ଶ୍ବ ବିଛିନ୍ନାଚଂଳ ବଡପଡା ଓ ଜାନବାଇ ଠାରେ ଥିବା ବିଏସଏଫ କ୍ୟାମ୍ପର ଆସିଷ୍ଟାଟଂ କମାଣ୍ଡର ସଂଦୀପ କୁମାର ଗୁପ୍ତା, ଆସିଷ୍ଟାଟଂ କମାଣ୍ଡର ସୁଶିଲସିଂ ଓ ଅନ୍ୟଜବାନ ମାନେ ମାଓପ୍ରଭାବିତ ବଡପଡା ଗାଁକୁ ଆଜି ସକାଳେ ସର୍ଚଅସନରେ ଯାଇଥିଲେ। ସେମାନେ ବଡପଡାଗାଁରେ ପହଁଚି ଦେଖିଲେ ଯେ ସେହି ଗ୍ରାମର ଜଣେ ଗରିବ ଆଦିବାସୀ ଧନୁର୍ଯ୍ୟୟ ଖରାଙ୍କ ପତ୍ନୀ ପ୍ରମିଳା ଖାରା(୨୧) ଗର୍ଭ ଯନ୍ତ୍ରଣାରେ ଛଟପଟହେଉଛନ୍ତି। ଗ୍ରାମଟି ଅତ୍ୟନ୍ତ ଦୁର୍ଗମ ପାହାଡି ଇଲାକା ରେ ରାସ୍ତା ଘାଟ ନଥିବାରୁ ତାଙ୍କ ପରିବାର କିପରି ଜଳଭଣ୍ଡାର ପାରକରି ସୁଦୁର ଚିତ୍ରକୋଣ୍ଡା ଡାକ୍ତର ଖାନା ନେବେ ସେହି କଥା ଚିନ୍ତାକରି ମନଦୁଃଖରେ ବସି କାନ୍ଦୁଥିଲେ। ଠିକ ସେହି ସମୟରେ ଦେବଦୂତ ପରି ସେହି ଗାଁରେ ପହଁଚିଗଲେ ବିଏସଏଫ ଜବାନମାନେ। ସେହି ଗ୍ରାମକୁ କୌଣସି ରାସ୍ତା ନଥିବାରୁ ଗାଡି କି ଆମ୍ବୁଲାନ୍ସ ପହଁଚିବା ସମ୍ଭବପର ନହେବାରୁ ଜବାନ ମାନେ ନିଜର ମାନବିକତା ଦେଖାଇ ଉକ୍ତ ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବାପାଇଁ ସ୍ଥିରକଲେ, ସ୍ଟ୍ରେଚରରେ ମହିଳାଙ୍କୁ ରଖି କାନ୍ଧରେ ବୋହି ପାହଡ ଘାଟିରାସ୍ତା ଚାଲିଚାଲି ଜଳଭଣ୍ଡାର ନିକଟରେ ପହଁଚି ବିଏସଏଫ ଙ୍କ ବୋଟରେ ଜଳଭଣ୍ଡାର ପାର ହୋଇ ପ୍ରଥମେ ଜାନବାଇ ବିଏସଏଫ କ୍ୟାମ୍ପ ମେଡିକାଲ କୁ ନେଇ ଚିକିତ୍ସା କରିଥିଲେ।

ପରେ ଜବାନ ମାନେ ତାଙ୍କ ଭ୍ୟାନରେ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନେଇ ଚିକିତ୍ସା ନିମନ୍ତେ ଭର୍ତିକରିଥିଲେ। ସେଠାରେ ଡାକ୍ତର ମାନେ ଉକ୍ତ ମହିଳାଙ୍କୁ ପରୀକ୍ଷାକରି ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ଉଚ୍ଚତର ଚିକିତ୍ସା ନିମନ୍ତେ ମାଲକାନଗିରି ଜିଲ୍ଲା ହସପିଟାଲକୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ବିଏସଏଫ କମାଣ୍ଡର ଓ ଜାବାନ ମାନେ ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଠାରୁ ୬୦କିମି ଦୂର ମାଲକାନଗିରି ଜିଲ୍ଲାହସପିଟାଲକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ନେଇ ଚିକିତ୍ସା ପାଇଁ ଭର୍ତିକରିଛନ୍ତି, ଡାକ୍ତର ଖାନା ଆଣିବା ବିଳମ୍ବ ହୋଇଥିଲେ ଉକ୍ତ ଗର୍ଭବତୀ ମହିଳାଙ୍କୁ ବଚାଂଇବା କଷ୍ଟକରହୋଇପଡିଥାନ୍ତା ବୋଲି ଡାକ୍ତର କହିଛନ୍ତି। ମାଓଦମନପାଇଁ ବିଛିନ୍ନାଚଳରେ ନିଜଜୀବନକୁ ପାଣି ଛଡାଇ ଦିନରାତି ସୁରକ୍ଷା ଯୋଗାଇ ଆସୁଥିବା ବିଏସଏଫ ଜବାନମାନଙ୍କ ଏହି ସେବାକାର୍ଯ୍ୟକୁ ବିଛିନ୍ନାଚଂଳବାସୀ ପ୍ରସଶାଂ କରିବା ସହ ସାଧୁବାଦ ଜଣାଇଛିନ୍ତି। ସନ୍ତ୍ରାସବାଦ, ମାଓବାଦୀଙ୍କ ପାଇଁ ଜବାନ ମାନେ ନିଷ୍ଟୁର ହୋଇଥାନ୍ତି ହେଲେ ସାଧରଣ ଲୋକଙ୍କ ନିକଟରେ ନିରିହ ମଣିଷ ସାଜି ମାନବିକାତାର ପରା କାଷ୍ଟ ଦେଖାଇ ଗର୍ଭବତୀ ଆଦିବାସୀ ମହିଳାଙ୍କ ଜୀବନ ବଚାଂଇପାରିଛନ୍ତି।,

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top