ମାଓପ୍ରବଣ ଅଚଂଳକୁ ହେଲିକେପ୍ଟରରେ ଯାଇ ଶିବମନ୍ଦିର ଉଦଘାଟନ କଲେ ସାଂସଦ

ମାଲକାନଗିରି, ୧୪ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପଡିଆବ୍ଲକସ୍ଥ ସିମିଳିବାଂଛା ପଚାୟଂତ ମାଓପ୍ରବଣ ଏମଭି ୬୯ ଗ୍ରାମକୁ ସାଂସଦ ଏକ ଘରୋଇ ହେଲିକେପ୍ଟର ରେ ଯାଇ ସେଠାରେ ନୂତନ ଭାବେ ନିର୍ମିତ ହୋଇଥିବା ଶିବମନ୍ଦିର ଉଦଘାଟନ କରିଛନ୍ତି। ଏମଭି୬୯ ସୋନାଲି ଗ୍ରାମର ଠିକାଦାର ଉତମ ମଲିକ ନିଜସ୍ୱ ଅର୍ଥରେ ତାଙ୍କ ଗ୍ରାମମୁଣ୍ଡରେ ଉମାମହେଶ ନାମକ ଏକ ଶିବମନ୍ଦିର ନିର୍ମାଣ କରିଥିଲେ, ସେହି ମନ୍ଦିରଟିକୁ ପବିତ୍ର ଶିବରାତ୍ର ଅବସରରେ ପ୍ରତିଷ୍ଟା କରିବା ପାଇଁ ନିଷ୍ପତି ନେଇଥିଲେ। ତାଙ୍କ ମନ୍ଦିର ଉଦଘାଟନପାଇଁ ସାଂସଦ ବଳଭଦ୍ରମାଝି, ମାଲକାନଗିରି ବିଧାୟକ ମାନସ ମାଡକାମିଙ୍କୁ ନିମନ୍ତ୍ରଣ କରିଥିଲେ।

ମନ୍ଦିର ନିର୍ମାଣ ସ୍ଥଳଟି ମାଓପ୍ରବଣ ହୋଇଥିବାରୁ ସେଠାକୁ ରାସ୍ତାପଥରେ ଅତିଥି ମାନଙ୍କୁ ନ ନେଇ ଏକ ଘରୋଇ ହେଲିକେପ୍ଟର ଯୋଗେ ଉକ୍ତ ଗ୍ରାମକୁ ସଂପୃକ୍ତ ଠିକାଦାର ନେଇଥିଲେ। ଉକ୍ତଗ୍ରାମକୁ କେବେ ବି ହେଲିକେପ୍ଟର ଯାଇନଥିବାରୁ ହେଲିକେପ୍ଟର ଦେଖିବା ପାଇଁ ବହୁସଂଖ୍ୟାରେ ମହିଳା, ପୁରୁଷ ଓ ପିଲାମାନେ ହେଲିପ୍ୟାଡରେ ସକାଳୁ ଜଗିରହିଥିଲେ। ସାଂସଦ ଶ୍ରୀ ମାଝୀ ସେଠାରେ ପହଁଚି ମନ୍ଦିରଟିକୁ ଉଦଘାଟନ କରି ଏକ ଜନ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ବର୍ଷାଦିନେ ପୋଟେରୁ ନଦୀ ଦ୍ୱାରା ଉକ୍ତ ଗ୍ରାମ ସହ ଆଖପାଖ ୧୧ଟି ଗ୍ରାମ ବାହ୍ୟଜଗତରୁ ବିଛିନ୍ନ ହୋଇଯାଥାଏ।

ସେହି ଗ୍ରାମମୁଣ୍ଡ ପୋଟେରୁ ନଦୀଉପରେ ଏକ ପୋଲନିର୍ମାଣ ସହିତ ଗ୍ରାମକୁ ପକ୍କାରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀ ମାନେ ବହୁଦିନରୁ ଦାବିକରିଆସୁଥିଲେ। ଉକ୍ତସଭାରେ ସାଂସଦ ଶ୍ରୀ ମାଝୀ ସେଠାରେ ଖୁବ ଶିଘ୍ର ଏକ ପୋଲ ଓ ରାସ୍ତା ନିର୍ମାଣକରାଯିବ ବୋଲି ପ୍ରତିସୃତି ଦେବାପରେ ଗ୍ରାମବାସୀ ମାନେ ଖୁସିରେ ସଭାସ୍ଥଳରେ ତାଳିମାରି ନାଚି ଉଠିଥିଲେ।

Leave a Reply

Your email address will not be published. Required fields are marked *