ମାଓଗଡ ବିଛିନ୍ନାଞ୍ଚଳ ରେ ବିଏସଏଫ ଜବାନଙ୍କ ମାନବିକତା, ଗୁରୁତର ଆହତ ଆଦିବାସୀ ଯୁବକକୁ ଚିକିତ୍ସା ପାଇଁ ନେଲେ ଡାକ୍ତରଖାନା

ମାଲକାନଗିରି, ୧୯ା୪ (ଓଡିଆ ପୁଅ ) ଚୋର, ଡକାଏତ, ଗୁଣ୍ଡା ବଦମାସ, ମାଓବାଦୀ ମାନଙ୍କୁ ଦମନକରିବା ଓ ଶନ୍ତିଶୃଙ୍ଖଳା ପ୍ରତିଷ୍ଟା ପାଇଁ ସେମାନେ ନିଷ୍ଟୁର ହୋଇପାରନ୍ତି ହେଲେ କୌଣସି ରୋଗ ଗସ୍ତ ପରିବାର କି ନିରୀହ ଜନସାଧାରଣ ଙ୍କ ପାଇଁ ଭଗବାନ ସଦୃଶ୍ୟ ସରଳ ପାଲଟି ସେମାନଙ୍କ ନିକଟରେ ହାଜର ହୋଇ ଯାଇଥାନ୍ତି ଏହି ସୀମା ସୁରକ୍ଷା ବାହିନୀ ଜବାନମାନେ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଓପ୍ରବଣ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ। ମାଓଗଡରେ ମାନବିକତା ଦଖାଇଛନ୍ତି ବିଏସଏଫ ଜବାନ ମାନେ। ଗ୍ରାମ ଗଣ୍ଡଗୋଳରେ ଜଣେ ଗୁରୁତର ଆହତ ଆଦିବାସୀ ଯୁବକକୁ ଜଳଭଣ୍ଡାର ପାରକରି ସୁଦୁର ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନେଇ ଚିକିତ୍ସାକରି ଜୀବନ ବଞ୍ଚାଇ ଦେଇଛନ୍ତି ଏହି ଜବାନମାନେ। ବିଛିନ୍ନାଞ୍ଚଳ ରାଲେଗଡା ପଞ୍ଚାୟତ ମାଓ ପ୍ରବଣ ପଲଙ୍କରାଇ ଗ୍ରାମର ମସୁରୀ ଖରା କୌଣସି କାରଣ ଯୋଗୁଁ ବୁଧବାର ରାତ୍ରରେ ନିଜପରିବାର ମଧ୍ୟରେ ଝଗଡା ଲାଗୁଥିଲେ, ନିଜ ନିଜ ମଧ୍ୟରେ କାହିଁକି ଝଗଡା ଲାଗୁଛ କହି ସେହିଗ୍ରାମର ଜିନୁହନ୍ତାଳ ମାନକ ଯୁବକ ମଝିରେ ପସି ଗଣ୍ଡଗୋଳ ଛଡାଇଥିଲା। ତୁ କିଏ ଆମ କଥାରେ କଥା କହିବୁ କହି ମୁସୁରୀ ଖରା ହାତରେ ଧରିଥିବା ଏକ ଟାଙ୍ଗିଆରେ ରାଗିକି ଜିନୁର ବେକ ଓ ପିଠିକୁ ହାଣିଦେବାରୁ ଗୁରୁତର ଆହତ ହୋଇ ଜିନୁ ତଳେପଡି ଯାଇଥିଲା। ଗ୍ରାମବାସୀ ମାନେ ସେଠାରେ ପହଁଚି ମସୁରୀ ହାତରୁ ଟାଙ୍ଗିଆ ଛଡାଇ ଜିନୁକୁ ଉଦ୍ଧାର କରି ଏକ ହୁଲି ଡଙ୍ଗା ଦ୍ୱାରା ପାପରମେଟଲା ଥାନାକୁ ନେଇଥିଲେ।

ବିଏସଏଫ କ୍ୟାମ୍ପର ଆମ୍ବୁଲାନ୍ସରେ ଜିନୁକୁ ଚିତ୍ରକୋଣ୍ଡା ଡାକ୍ତର ଖାନାନେଇ ଚିକିତ୍ସା କରିବା ଦରକାର ବୋଲି ପୁଲିସ ମାନେ ପରାମର୍ଶ ଦେଇଥିଲେ। ରାତ୍ର ହୋଇ ଯାଇଥିବାରୁ ଜଳଭଣ୍ଡାର ପାରହୋଇ ଚିତ୍ରକୋଣ୍ଡା ନେବା ସମ୍ଭବହୋଇନଥିଲା। ଏହି ଘଟଣା ଜାନବାଇ ଠାରେ ଥିବା ବିଏସଏଫ କ୍ୟାମ୍ପର ଜବାନ ମାନେ ଜାଣି ପାରି ଦେବ ଦୂତ ପରି ଜିନୁହନ୍ତାଳ ନିକଟରେ ପହଁଚି ତାକୁ କ୍ୟାମ୍ପକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ଆଜି ସକାଳେ ସେମାନଙ୍କ ଆମ୍ବୁଲାନ୍ସ ରେ ଚିତ୍ରକୋଣ୍ଡା ଡାକ୍ତରଖାନା କୁନେଇ ଚିକିତ୍ସା କରିଛନ୍ତି। ସେଠାରେ ଡାକ୍ତର ମାନେ ଆହତ ଜିନୁହନ୍ତାଳର ଗଭୀର କ୍ଷତ ସ୍ଥାନକୁ ଷ୍ଟିଚପକାଇ ଚିକିତ୍ସା କରିଛନ୍ତି। ଡାକ୍ତର ଖାନା ଆଣିବା ବିଳମ୍ବ ହୋଇଥିଲେ ଅତ୍ୟଧିକ ରକ୍ତଶ୍ରାବ ହୋଇ ଜିନୁକୁ ବଞ୍ଚାଇବା କଷ୍ଟକର ହୋଇପଡିଥାନ୍ତା ବୋଲି ଡାକ୍ତର କହିଛନ୍ତି। ମାଓ ଦମନପାଇଁ ବିଛିନ୍ନାଚଳରେ ନିଜ ଜୀବନକୁ ପାଣି ଛଡାଇ ଦିନରାତି ସୁରକ୍ଷା ଯୋଗାଇ ଆସୁଥିବା ବିଏସଏଫ ଜବାନମାନଙ୍କ ଏହି ସେବାକାର୍ଯ୍ୟକୁ ବିଛିନ୍ନାଞ୍ଚଳବାସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛିନ୍ତି। ସନ୍ତ୍ରାସବାଦ, ମାଓବାଦୀଙ୍କ ପାଇଁ ଜବାନ ମାନେ ନିଷ୍ଟୁର ହୋଇଥାନ୍ତି ହେଲେ ସାଧରଣ ଲୋକଙ୍କ ନିକଟରେ ନିରିହ ମଣିଷ ସାଜି ମାନବିକାତାର ପରା କାଷ୍ଟ ଦେଖାଇଥିବାରୁ ଜଣେ ଗୁରୁତର ଆହତ ଆଦିବାସୀ ଯୁବକର ଜୀବନ ବଚିଂଯାଇ ପାରିଛି।ସୂଚନା ଯୋଗ୍ୟ ଯେ ଗତକିଛି ମାସତଳେ ବିଛିନ୍ନାଞ୍ଚଳ ପାପରମେଟଲା ଅଞ୍ଚଳର ଜଣେ ଗର୍ଭ ଯନ୍ତ୍ରଣା ଭୋଗୁଥିବା ଆଦିବାସୀ ମହିଳାକୁ ବିଏସଏଫ ଜବାନ ମାନେ ଜଳଭଣ୍ଡାର ପାରକରି ସୁଦୁର ଚିତ୍ରକୋଣ୍ଡା ଡାକ୍ତରଖାନାକୁନେଇ ଜୀବନ ବଞ୍ଚାଇ ମାନବିକତାର ପରାକାଷ୍ଟ ଦେଖାଇଥିଲେ।

Leave a Reply

Your email address will not be published. Required fields are marked *