ଜିଲ୍ଲା ପରିକ୍ରମା

ମାଓଗଡ ବିଛିନ୍ନାଞ୍ଚଳରେ ପରିକ୍ରମା କଲା ପୁଲିସର ପରୀରଥ, ବିପୁଳ ସମ୍ବର୍ଦ୍ଦନା ଜଣାଇଲେ ବିଛିନ୍ନାଞ୍ଚଳବାସୀ

ମାଲକାନଗିରି, ୧୦ା୬(ଓଡିଆ ପୁଅ ) ମାଓଗଡ ଭାବେ ଚିରପରିଚିତ ବିଛିନ୍ନାଚଳରେ ଆଜି ପହଁଚି ପରିକ୍ରାମ କରିଛି ପୁଲିସର ପରୀରଥ, ବିପୁଳ ସମ୍ବର୍ଦ୍ଦନା ଜଣାଇ ଏହି ପରୀ ରଥକୁ ପାଛୋଟି ନେଇଛନ୍ତି ବିଛିନ୍ନାଞ୍ଚଳବାସୀ। ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ରୋକିବା ପାଇଁ ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ସମଗ୍ର ରାଜ୍ୟରେ ପରିକ୍ରମା କରୁଥିବା ପରୀ ରଥ ଆଜି ମାଓପ୍ରବଣ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳ ଠାରେ ପହଁଚିବାପରେ ଶତାଧିକ ଆଦିବାସୀ ମହିଳା ଓ ପୁରଷ ମାନେ ପାରମ୍ପରିକ ନୃତ୍ୟ ସଙ୍ଗୀତରେ ସମ୍ବର୍ଦ୍ଦନା ଜଣାଇଥିଲେ। ମାଓପ୍ରବଣ ବିଛିନ୍ନାଞ୍ଚଳ ବଡପଡା ଗ୍ରାମକୁ ନିର୍ଭୟରେ ପୁଲିସର ଏହି ପରୀରଥକୁ ବିଛିନ୍ନାଞ୍ଚଳବାସୀ ମାନେ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ। ଉକ୍ତ ପରୀରଥ କୁ ନବନିର୍ମିତ ଗୁରୁପ୍ରୀୟା ସେତୁଉପେର ବିରାଟ ଶୋଭାଯାତ୍ରାରେ ପାପରମେଟଲା ଥାନାସ୍ଥ ବଡପଡା ଗ୍ରାମକୁ ଯିବା ଦୃଶ୍ୟ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ।

ପରୀ ରଥ ସୋଭୋ ଯାତ୍ରାରେ ଶହ ଶହ ସଂଖ୍ୟାରେ ବିଛିନ୍ନାଞ୍ଚଳବାସୀ ଯୋଗଦେଇ ଆନନ୍ଦରେ ପାରମ୍ପାରିକ ଆଦିବାସୀ ନୃତ୍ୟରେ ଗ୍ରାମପରିକ୍ରମା କରିଥିଲେ। ବିଛିନ୍ନାଞ୍ଚଳର ବଡପଡା, ଜାନବାଇ ପରପିକ୍ରମା ପରେ ଚିତ୍ରକୋଣ୍ଡା ଠାରେ ଏକ ସାଧରଣ ସଭାର ଆୟୋଜନକରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡିଏସପି ଚିନ୍ନମୟକୁମାର ନାୟକ, ଏସଡିପିଓ ମାନସରଜଂନ ବାରିକ, ସିଡିପିଓ ପାବ ର୍ତ୍ତୀ ସୁରେନ, ଚିତ୍ରକୋଣ୍ଡା ମେଡିକାଲ ଅଫିସର ଡାକ୍ତର ଚନ୍ଦନ କୁମାର ସୁରେନ, ଅତିରିକ୍ତ ତହସିଲଦାର ଚନ୍ଦ୍ରମଣୀସ୍ୱାଇଁ, ଓରକେଲ ଥନା ଆଇଆଇସି ସୁମିତ୍ରା ଜେନା, ପାପରମେଟଲା ଥାନାଅଧିକାରୀ ଲକ୍ଷ୍ମିନାରାୟଣ ମୁଦୁଲି ଙ୍କ ସହିତ ବିଛିନ୍ନାଞ୍ଚଳବାସୀ, ଚିତ୍ରକୋଣ୍ଡା ବାସୀ ଯୋଗଦେଇ ଶିଶୁ ସୁରକ୍ଷା ଏକ ସାମୁହିକ ଦାଇତ୍ୱ, ଆସ ଆମେ ଏକାଠୀ ହେବା ଶିଶୁ ଯୈାନ ନିର୍ଯ୍ୟାତନା ରୋକିବା ସଂପର୍କରେ ଜନସଚେତନତାର ବାର୍ତ୍ତା ଦେଇଥିଲେ। ଶିଶୁ ନିର୍ଯ୍ୟାତନା ରୋକିବା ସକାଶେ ପ୍ରଥମେ ପରିବାର ଲୋକେ ସଚେତନ ହେବାସହ ପିଲାମାନେ ସଜାଗରହିବା ଦରକାର, ଶିଶୁମାନଙ୍କ ପ୍ରତି ହେଉଥିବା ଅସଦାଚାରଣ ଓ ନିର୍ଯ୍ୟାତନା କୁ ରୋକିବା ପାଇଁ ବ୍ୟାପକ ଜନସଚେତନତା ଦରକାର, ଏହି ପରୀ ରଥ ଶିଶୁ ସୁରକ୍ଷା ଓ ନିର୍ଯ୍ୟାତନା ରୋକିବା ଦିଗରେ ଜନସଚେତନତାର ଆନ୍ଦୋଳନ ଆରମ୍ଭ କରିଦେଇଛି, ଏହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ, ଆସ ଆମେ ଏକାଠିହେବା ଶିଶୁ ଯୌନ ନିର୍ଯ୍ୟାତନା ରୋକିବା ବୋଲି ମଞ୍ଚସିନ ଅତିଥିମାନେ କହି ଶିଶୁ ଯୌନ ନିର୍ଯ୍ୟାତନା ରୋକିବା ପାଇଁ ଗଣସପଥ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ, ରାଜ୍ୟପୁଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟଶାସନ ସଚିବ ଙ୍କ ପରୀ ପାଇଁ କଥାଟିଏର ବାର୍ତ୍ତା ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରା ଯାଇଥିଲା। ଚିତ୍ରକୋଣ୍ଡା ଓ ବିଛିନ୍ନାଞ୍ଚଳରେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମକୁ ଚିତ୍ରକୋଣ୍ଡା ଥାନା ଆଇଆଇସି ଅଜିତକୁମାର ସ୍ୱାଇଁ ପରିଚାଳନା କରିଥିଲେ। ଅନୁରୁପ ବାଲିମେଳା, ଖଇରପୁଟ ଠାରେ ଏହି ପରୀ ରଥକୁ ସ୍ୱାଗତ ସମ୍ବର୍ଦ୍ଦାନା ଦିଆ ଯାଇଛି। ଏହି କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁସିସା ମୁଖ୍ୟଅତି ଥି ଭାବେ ଯୋଗଦେଇ ପରୀ ରଥକୁ ସ୍ୱାଗତ କରିଥିଲେ। ଆଦିବାସୀ ଭାଷାରେ ଶିଶୁ ସୁରକ୍ଷାପ୍ରତି ଗୁରୁତ୍ୱ ଦେଇ ଶିଶୁ ନିର୍ଯ୍ୟାତନା ରୋକିବା ସଂପର୍କରେ ନାଟକ ପରିବଷଣ କରାଯାଇ ଜନ ସଚେତନତାର ବାର୍ତ୍ତା ଦିଆଯାଆଥିଲା। ଏହି କାର୍ଯ୍ୟକ୍ରମରେ ଶହସ୍ରାଧିକ ସଂଖ୍ୟାରେ ଶିଶୁ, ମହିଳା, ବୁଦ୍ଧିଜିବୀ, ଗ୍ରାମବାସୀ ମାନେ ଯୋଗଦେଇଥିଲେ। ପୁଲିସ ପ୍ରଶାସନର ପରୀ ରଥ ବିଛିନ୍ନାଞ୍ଚଳର ବଡପଡା, ଜାନବାଇ, ଚିତ୍ରକୋଣ୍ଡା, ବାଲିମେଳା, ଖଇରପୁଟ ପରିକ୍ରମା କରି ଶିଶୁ ସୁରକ୍ଷା ଏକ ସାମୁହିକ ଦାଇତ୍ୱ, ଆସ ଆମେ ଏକାଠୀ ହେବା ଶିଶୁ ଯୈାନ ନିର୍ଯ୍ୟାତନା ରୋକିବା ସଂପର୍କରେ ଜନସଚେତନତାର ବାର୍ତ୍ତା ଦେଇ ଆଜି ରାତ୍ରରେ ଜୟପୁରକୁ ଫେରିଯାଇଛି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top