ଓଡ଼ିଶା

ମାଓଗଡ ବିଛିନ୍ନାଚଂଳରେ ଆଉ ଏକ ନୂଆ ବିଏସଏଫ କ୍ୟାମ୍ପ, ମାଓଦମନ ଯୋରଦାର ଆରମ୍ଭ

ମାଲକାନଗିରି, ୨୬ା୫ ( ଓଡିଆ ପୁଅ/ ଆର.କେ.ଦାଶ ) ମାଓଗଡ ଭାବେ ପରିଚିତ ବିଛିନ୍ନାଚଂଳରେ ଆଉଏକ ନୂଆ ବିଏସଏଫ କ୍ୟାମ୍ପ ଖୋଲା ଯାଇ ଯୋରଦାର ମାଓଦମନ ଆରମ୍ଭ ହୋଇଯାଇଛି। ଆଗରୁ ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟ ବଡପଡା ଠାରେ ଏକ ବିଏସଏଫ କ୍ୟାମ୍ପ ଖୋଲା ଯାଇଥିଲା। ଜବାନ ମାନଙ୍କ କଡା ସୁରକ୍ଷା ମଧ୍ୟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଚଂଳର ଲାଇଫଲାଇନ କୁହା ଯାଉଥିବା ଗୁରୁପ୍ରୀୟା ସେତୁ ନିର୍ମାଣ କାମ ଇତି ମଧ୍ୟରେ ସରିଯାଇଛି, ମୁଖ୍ୟମନ୍ତ୍ରୀ ଖୁବଶିଘ୍ର ଏହି ସେତୁକୁ ଉଦଘାଟନ୍ କରିବାକୁ ଆସୁଥିବାରୁ ମାଓଗଡ ଭାବେ ପରିଚିତ ବିଛିନ୍ନାଚଂଳର ଜନ୍ତାପାଇ ଗ୍ରାମ ନିକଟରେ ଆଉଏକ ନୂଆ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା ପାଇଁ କାମ ଯୋରଦାର ଆରମ୍ଭ ହୋଇଯାଇଛି। ଗତ ଦୁଇଦିନ ଆଗରୁ ବିଏସଏଫ ଜବାନ ମାନେ ବିଛିନ୍ନାଚଂଳରେ କଂମ୍ବି ଅପରେସନକରି ଏରିଆ ଡୋମିନେଟ କରିବାପରେ ଶୁକ୍ରବାରଦିନ ବିଏସଏଫ ଡିଆଇଜି କମଲଜିତ ସିଂ ବେନିୟାଲ, ମାଲକାନଗିରି ଏସ.ପି ଜଗମୋହନ ମୀନା, ବିଏସଏଫ କମାଣ୍ଡର ଓ ଅନ୍ୟାନ୍ୟ ବିଏସଏଫ ଅଧିକାରୀ ମାନେ ବିଛିନ୍ନାଚଂଳ ଗସ୍ତକରି ନୂତନ ଭାବେ ପ୍ରତିଷ୍ଟିତ ହେଉଥିବା ବିଏସଏଫ କ୍ୟାମ୍ପ ସ୍ଥଳ ଜନ୍ତାପାଇ ଗ୍ରାମପରିଦର୍ଶନ କରିଥିଲେ। ନୂତନ ବିଏସଏଫ ସ୍ଥାୟୀ କ୍ୟାମ୍ପ ପ୍ରତିଷ୍ଟା ସ୍ଥଳ ବୁଲି ଦେଖିବାସହ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସୁବିଧା ଅସୁବିଧା କଥାପଚାରି ବୁଝିଥିଲେ। ଶୁକ୍ରବାର ଠାରୁ ଜନ୍ତାପାଇ ଠାରେ ଅସ୍ଥାୟୀ ଭାବେ ବିଏସଏଫ କ୍ୟାମ୍ପ ଖୋଲାଯାଇ ଜବାନ ମାନେ ନିୟମିତ ଭାବେ ପ୍ରହରା ଦେବାସହିତ ମାଓପ୍ରବଣ ଅଚଂଳକୁ ଯାଇ ସର୍ଚଅପରେସନ ଆରମ୍ଭ କରିଦେଇଛନ୍ତି।କ୍ୟାମ୍ପର ଜବାନ ଓ ସ୍ଥାନୀୟଗ୍ରାମବାସୀ ଙ୍କ ପାନୀୟଜଳ ସମସ୍ୟା ଦୂର ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ସେଠାରେ ଯୁଦ୍ଧକାଳିନ ଭିତିରେ ନଳକୂପ ଖୋଳାଯାଇଛି। ଗୁରୁପ୍ରୀୟା ସେତୁ ଉପରେ ପ୍ରଥମଥରକରି ଭାରିଯାନରେ ସ୍ଥାୟୀ କ୍ୟାମ୍ପ ଗୃହ ନିମନ୍ତେ ପଥର, ବାଲି, ସିମେଟଂ, ରଡ ବୁହାଯାଇଛି।

କ୍ୟାମ୍ପ ସ୍ଥାନଟି ବଣଜଙ୍ଗଲରେ ପରିପୁରି ପୂର୍ଣ୍ଣ ହୋଇଥିବାରୁ ସେ ସ୍ଥାନ ସଫାକରାଯାଇ ଅସ୍ଥାୟୀ ଭାବେ ଟେଟଂ ମାରି ବିଏସଏଫ ଜବାନ ମାନେ କ୍ୟାମ୍ପ କାମ ଚଳାଇଛନ୍ତି। ବିଛିନ୍ନାଚଂଳରେ ଆଉଏକ ନୂତନ ବିଏସଏଫ କ୍ୟମ୍ପ ଖୋଲା ଯାଇଥିବାରୁ ବିଛିନ୍ନାଚଂଳବାସୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ବିଛିନ୍ନାଚଂଳ ଟି ମାଓଗଡ ଭାବେ ପରିଚିତ ଥିବାରୁ ସେଠାରେ ମାଓବାଦୀଙ୍କ ଭୟରେ ଉନ୍ନୟନ କାମରେ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା, କିଛି ଗ୍ରାମବାସୀ ଙ୍କୁ ମାଓବାଦୀ ମାନେ ଗ୍ରାମରୁ ବିତାଡିତକରି ସେଠାରେ ରାଜଚଳାଇଥିଲେ। ଗୁରୁପ୍ରୀୟା ସେତୁ ଓ ନୂତନ ବିଏସଏଫ କ୍ୟାମ୍ପ ହେବାଦ୍ୱାରା ମାଓସମସ୍ୟା ଦୁରହେବାସହିତ ବିଛିନ୍ନାଚଂଳରେ ଅପହଚଂ ସରକରି ଯୋଜନା ଠିକଭାବେ ପହଁଚି ଗ୍ରାମବାସୀ ମାନେ ତାର ସୁଫଳ ପାଇପାରିବେ ବୋଲି ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ଆଶାପ୍ରକଟ କରିଛନ୍ତି। ଗୁରୁପ୍ରୀୟା ସେତୁ କେବଳ ଉଦଘାଟନିକୁ ଅପେକ୍ଷା କରିରହିଥିବା ବେଳେ ସେତୁ ପ୍ରତି ମାଓଭୟ ଥିବାରୁ ସେତୁ ଚର୍ତୁପାଶ୍ୱର୍ରେ ଇତି ମଧ୍ୟରେ ହାଲୋଜେନ ଉଜ୍ୱଳ ଆଲୋକ ସହ ୬ଟି ସିସି ଟିଭି କ୍ୟାମେରା ଲଗା ଯିବାସହ ୨୪ଘଠିଂଆ ବିଏସଏଫ ଜବାନ ମାନଙ୍କ ପଇଁତରାସହିତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।।ସୂଚନା ଯୋଗ୍ୟ ଯେ ବହୁପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ଖୁବ ଶିଘ୍ର ମୁଖ୍ୟମନ୍ତ୍ରୀ ନବିନପଟନାୟକ ଙ୍କ ଦ୍ୱାରା ଉଦଘାଟନ କରାଯିବାପାଇଁ ଯୋଜନା ରହିଛି। ମାଓବାଦୀଙ୍କ ଭୟ ଅନେକ ବାଧା ବିଘ୍ନ ସ୍ୱତ୍ୱେ ବିଏସଏଫ ଜବାନଙ୍କ ସୁରକ୍ଷାବଳୟରେ ଇତି ମଧ୍ୟରେ ଗୁରୁପ୍ରୀୟସେତୁ ନିର୍ମାଣ କାମ ସରି ଯାଇଛି। ଦୀର୍ଘ ୫୦ ବର୍ଷଧରି ଚିତ୍ରକୋଣ୍ଡା ବିଛିନ୍ନାଚଂଳବାସୀ ଜଳବନ୍ଦି ଜୀବନ ବିତାଉଥିବା ୬ଟି ଗ୍ରାମ ପଚାଂୟତ ୧୫୧ଖଣ୍ଡ ଗ୍ରାମବାସୀଙ୍କ ନିମନ୍ତେ ସ୍ଥଳପଥରେ ଗମନାଗନର ସୁବିଧା କରିବାପାଇଁ ରାଜ୍ୟସରକାର ଚିତ୍ରକୋଣ୍ଡା ଜଳଭଣ୍ଡାର ନିକଟରେ ଥିବା ଗୁରୁପ୍ରୀୟା ନଦୀ ଜାନବାଇଘାଟ ଠାରେ ସେତୁ ନିର୍ମାଣ କାମ ଗତ୨୦୧୪ମସିହାରୁ ଆରମ୍ଭ ହୋଇଥିଲା, ଏହି ସେତୁ ନିର୍ମାଣ ପାଇଁ ବ୍ୟୟଅଟକଳ ୫୨କୋଟି ରୁ ବୃଦ୍ଧି କରା ଯାଇ ଏବେ ୧୭୨କୋଟିରେ ପହଁଚିଛିା। ସେତୁନିର୍ମାଣ ପାଇଁ ନୁତନ ଭାବେଗତ୨୦୧୪ମସିହାରେ ଟେଣ୍ଡେର ନେଇଥିବା କଲିକତାର ରୟାଲ ଇନଫୋ କମ୍ପାନି କାମ କରିଛନ୍ତି। ଏହି ସେତୁ ନିର୍ମାଣ ୩୬ ମାସ ଯଥା ୨୦୧୭ମସିହା ସେପ୍ଟେମ୍ବରମାସ ମଧ୍ୟରେ ଶେଷକରା ଯିବ ବୋଲି ସଂପୃକ୍ତ କମ୍ପାନି ସରକାରଙ୍କ ସହିତ ଚୁକ୍ତିକରିଥିଲେ। ହେଲେ ୨୦୧୮ ମସିହା ଏପ୍ରୀଲ ମାସ ରେ ସେତୁକାମ ସରିଲା। ୪୯୧୦ବର୍ଗ କି.ମି.ବିଶିଷ୍ଟ ଚିତ୍ରକୋଣ୍ଡାପରି ଏକ ବୃହତ ଜଳଭଣ୍ଡାର ଭିତରେ ଏବେବି ୬ଟିଗ୍ରାମପଚାଂୟତ ୧୫୧ଖଣ୍ଡଗ୍ରାମର ପ୍ରାୟ୩୦ହଜାରରୁ ଉର୍ଧ ଆଦିବାସୀ ଲୋକ ବିଛିନ୍ନହୋଇ ରହିଛନ୍ତି। ଗତ ୧୯୭୨ ମସିହାରେ ଆନ୍ଦ୍ରଓ ଓଡିଶା ସରକାର ଙ୍କ ମିଳିତ ଉଦ୍ୟମରେ ବିଛିନ୍ନାଚଂଳବାସିଙ୍କ ଯାତାୟତ ପାଇଁ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ୭ଟି ମଟୋର ଲଚଂ ଚଳାଚଳପାଇଁ ବ୍ୟବସ୍ଥାକରା ଯାଇଥିଲା। ଅନେକ ବର୍ଷ ପର୍ଯ୍ୟନ୍ତ ଏହି ଲଂଚଗୁଡିକ ମରାମତ କାରା ନଯିବାରୁ ସେଗୁଡିକ ଭାଙ୍ଗିଗଲାଣି। ଏବେ ୭ଟି ଲଚଂ ମଧ୍ୟରୁ ମାତ୍ର ୪ଟି ଲଚଂ ନିୟମିତ ଭାବେ ଚଳାଚଳକରୁଛି। ବିଛି ନ୍ନାଚଂଳ ବାସୀଙଭ୍କ ଲାଇଫ ଲାଇନ ଗୁରୁପ୍ରୀୟା ସେତୁ ନିର୍ମାଣ ସରିଥିବାରୁ ଚିତ୍ରକୋଣ୍ଡା ଓ ବିଛି ନ୍ନାଚଂଳ ବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି, ସେମାନଙ୍କ ଦୀର୍ଘବର୍ଷର ସ୍ୱପ୍ନ ସତ ହେବାକୁ ଯାଉଛି, ସେତୁ ଉଦଘାଟନ ହେବା ପରେ ବିଛିନ୍ନାଚଂଳବାସୀ ସିଧା ସଳଖ ଭାବେ ସ୍ଥଳ ପଥରେ ଯାନବାହନ ମାଧ୍ୟମରେ ନିଜ ଗାଁକୁ ଯାତାୟତ କରିବାପାରିବେ, ଜିଲ୍ଲାସଦର ମହକୁମା ଠାରୁ ବିଛି ନ୍ନାଚଂଳକୁ ସିଧାସଳଖ ଭାବେ ଏକ ସରକାରି ବସ ଚଳାଚଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନାରଖିଛନ୍ତି। ଏହି ସେତୁ ଦ୍ୱାରା ଓଡିଶା ଆନ୍ଦ୍ର ପ୍ରଦେଶକୁ ସ୍ଥଳ ପଥରେ କମ ଦୂରତା ରେ ସଂଯୋଗ ହୋଇପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top