ଓଡ଼ିଶା

ମାଓଗଡ଼ ବିଛିନ୍ନାଞ୍ଚଳ ଗୁରୁପ୍ରିୟା ସେତୁ ସ୍ଥଳ ପରିଦର୍ଶନ କଲେ ଡିଜିପି ଓ ୫ ଜଣିଆ ଟିମ

ମାଲକାନଗିରି,୧୯-୭ (ଓଡ଼ିଆ ପୁଅ) ଗୁରୁପ୍ରିୟା ସେତୁକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଉଡ଼ଘାଟନ କରିବାକୁ ଥିବାରୁ ଆଜି ସ୍ୱତନ୍ତ୍ର ହେଲିକେପ୍ଟରରେ ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପହଁଞ୍ଚି ଗୁରୁପ୍ରିୟା ସେତୁ ଯାଞ୍ଚ କଲେ ଡି ଜି ପି ଶ୍ରୀ ଆର ପି ଶର୍ମା ଓ ୫ ଜଣିଆ ଉଚ୍ଚ ସ୍ତରୀୟ ସୁରକ୍ଷା ପ୍ରତିନିଧି ଦଳ। ଡି ଜି ପି ଙ୍କ ସହ, ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନୀଲ ରାୟ, ଆର ପି କୋଚେ, ଆର କେ ଶର୍ମା, ଘନଶ୍ୟାମ ଉପାଧ୍ୟାୟ, ମାଲକାନଗିରି ଏସପି ଜଗମୋହନ ମୀନା, ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ସମେତ ଅନେକ ପୋଲିସ ଅଧିକାରୀ ସାମିଲ ଥିଲେ। ଗୁରୁପ୍ରିୟା ସେତୁସ୍ଥଳ ଅନୁଧ୍ୟାନ କଲାପରେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ଯବାନଙ୍କ ସହିତ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top