ମାଓଗଡ଼ ତୁଳସୀ ପାହାଡ଼ରେ ମାଓବାଦୀ ପୁଲିସ ଗୁଳିବିନିମୟ,ମାଓ କ୍ୟାମ୍ପରୁ ଗୋଳାବାରୁଦ ମାଓ ସାମଗ୍ରୀ ଜବତ

ମାଲକାନଗିରି,୧୪.୯(ଓଡ଼ିଆ ପୁଅ) ମାଓଗଡ଼ ତୁଳସୀ ପାହାଡ଼ରେ ପୁଲିସ ମାଓବାଦୀ ଗୁଳିବିନିମୟ ଘଟି ବହୁପରିମାଣର ମାଓସମଗ୍ରୀ ଜବତ କରାଯାଇଛି।ତୁଳସୀ ପାହାଡ଼ରେ ମାଓବାଦୀଙ୍କ ଗୁପ୍ତ କ୍ୟାମ୍ପ ଚାଲିଥିବାର ଖବର ପାଇ  ଏସପି ଜଗମୋହନ ମୀନା ଙ୍କ ମାର୍ଗଦର୍ଶନ ରେ ଡିଭିଏଫ,ଏସଓଜି ଯବାନ ମାନେ ମାଥିଲି ଥାନାସ୍ଥ ମହୁପଦର ଟେମୁରପଲ୍ଲୀ ପଞ୍ଚାୟତ ନିକଟ ତୁଳସୀ ପାହାଡ଼ କୁ ଗୁରୁବାର ସଂଧ୍ୟା ରେ କମ୍ବି ଅପରେସନ ରେ ଯାଇଥିଲେ।ସେଠାରେ ପହଞ୍ଚିଲା ପରେ ପାହାଡ଼ ଉପରୁ ମାଓବାଦୀ ମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ  ଯବାନମାନେ ମଧ୍ୟ୍ୟ ଏହାର ପାଲଟା ଜବାବ ଦେଇ ଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟାଧରି ଗୁଳିବିନିମୟ ହୋଇଥିଲା।

ଅନ୍ଧାରରେ ମାଓବାଦୀମାନେ ଘଂଚଜଙ୍ଗଲ ପାହାଡ଼ ରେ ଲୁଚିପଳାଇଥିବା ବେଳେ ମାଓକ୍ୟାମ୍ପରୁ ବହୁପରିମାଣ ରେ ଗୋଳାବାରୁଦ ମାଓସମଗ୍ରୀ ପୁଲିସ ଜବତ କରିଛନ୍ତି।ଆଜି ମଧ୍ୟ୍ୟ ସେଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାର ଜଣାପଡିଛି।ତୁଳସୀ ପାହାଡ଼ ଛତିଶଗଡ଼ ସୀମାନ୍ତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେଠାରେ ଫୋନ ନେଟୱାର୍କ ସଂଯୋଗ ହୋଇ ପାରୁନଥିବାରୁ ସଠିକ ବିବରଣୀ ହସ୍ତଗତ ହୋଇ ପାରି ନାହିଁ।

Leave a Reply

Your email address will not be published. Required fields are marked *