ମାଓକ୍ୟାମ୍ପ ଠାବ ଓ ବିପୁଳ ପରିମାଣରେ ମାଓ ସାମଗ୍ରୀ ସହିତ ଅସ୍ତ୍ରଶସ୍ତ୍ର ଜବତ

ଦେବଗଡ ୧୬-୭ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଦେବଗଡ ଜିଲ୍ଲା ରୁକୁଡା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଚାଲିଥିବା ଗୁଇନ୍ଦା ସୁତ୍ରରୁ ଜଣାପଡିବା ପରେ ଦେବଗଡ ଜିଳ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ଜେମସ୍ ଙ୍କ ନେତୃତ୍ବରେ ଗତ ୧୪ ତାରିଖ ଦିନ ଏସ୍ ଓ ଜି ଓ ଡି ଭି ଏଫ୍ ଜବାନଙ୍କ ମିଳିତ ସହଯୋଗରେ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲେ। ଚଢାଉ ସମୟରେ ମାଓବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଦୁଇଦିନ ଧରି ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟରେ କୌଣସି ମାଓବାଦୀ ଆହତ ହୋଇନଥିବା ବେଳେ ଘଞ୍ଚ ମଧ୍ୟକୁ ଖସି ପଲେଇ ଥିଲେ। ଆଜି ତାଙ୍କର ମାଓ କ୍ୟାମ୍ପରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଜବତ ହୋଇଥିବା ମାଓବାଦୀଙ୍କ ସାମଗ୍ରୀ ମଧ୍ୟରେ ଗୋଟିଏ ଏସ ଏଲ ଆର ବନ୍ଧୁକ, ଗୋଟିଏ କାରବାଇନ ମାଗାଜିନ୍, ସୋଲାର ପ୍ଲଟ, ଗୋଟିଏ କମ୍ପ୍ୟୁଟର କି ବୋର୍ଡ, ପାଞ୍ଚ ଗୋଟି କିଟ୍ ବେଗ ଓ କିଛି ମାଓ ପୁସ୍ତିକା ଉଦ୍ଧାର କରାଯାଇଛି। ଦେବଗଡ ଏସପିଙ୍କ ସୂଚନା ମତେ ମୋଟ ୨୨ ଜଣିଆ ଏହି ମାଓ କ୍ୟାମ୍ପ ଟି ଏସ ଡି ଏସ୍ ଡିଭିଜନ ମାଓ ନେତା ସମରଜିତର ନେତୃତ୍ୱରେ ପରିଚାଳିତ ହେଉଥିଲା। ଏକ ଏତଲା କରାଯାଇଥିବା ସହିତ ରୁକୁଡା ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେସନ୍ ଯୋରଦାର ଚାଲିଛି ବୋଲି ଏସପିଙ୍କ କାର୍ଯାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅନୁପମା ଜେମସ୍ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *