ଅପରାଧ

ମାଉଜର ଦେଖାଇ ୪୮ ହଜାର ଲୁଟ

ପୁରୁଷୋତ୍ତମପୁର, ୬/୮ (ଓଡ଼ିଆ ପୁଅ/ସୁଦାମ ମହାରଣା) ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କ୍ଳିନ କ୍ରିମିନାଲ ଅପେରସନ ଜାରି ରହିଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ଦିନ ଦିପହରେ ଲୁଟେରା ମାନେ ବନ୍ଦୁକ ମୁନରେ ଲୁଟ କରିବାରେ ଲାଗିଛନ୍ତି। ସ୍ଥାନୀୟ ଥାନା ଅନ୍ତର୍ଗତ ବେଢ଼ ବାରସର ଗ୍ରାମ ମଧ୍ୟରେ ଥିବା କାଜୁ ତୋଟା ରାସ୍ତାରେ ତିନି ଜଣ ଲୁଟେରା ପୁରୁଷୋତ୍ତମପୁର ପୂର୍ତ୍ତ(ୱାର୍କ୍ସ) ବିଭାଗ କର୍ମଚାରୀ ପଶୁରାମ ଗୌଡ ଏବଂ ଠିକାଦାର କେଞ୍ଚୁ ଗୌଡଙ୍କୁ ମାଉଜର ଓ ଖଣ୍ଡା ଦେଖାଇ ୪୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଶନିବାରଦିନ ସକାଳ ୯ ଟାରେ ପଶୁରାମ ଗୌଡ (ପୂର୍ତ୍ତ ବିଭାଗ କର୍ମଚାରୀ)ଠିକାଦାର କେଞ୍ଚୁ ଗୌଡ଼ ଉଭୟେ ରାସ୍ତା କାମ ଦେଖିବାକୁଯାଉଥିବା ବେଳେ ବେଢ-ବାରସର ଗ୍ରାମ କାଜୁତୋଟା ନିକଟ ରାସ୍ତାରେ ପଛପଟୁ ସିଡିଡିଲ୍କ ବାଇକରେ ଆସି ତିନି ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟେକାଇ ମାଉଜର ଓ ଖଣ୍ଡା ଦେଖାଇ ପଶୁରାମଙ୍କ ପକେଟରୁ ୮ ହଜାର ୪ଶହ ଟଙ୍କା, ଦୁଇଟି ମୁଦି, ମୋବାଇଲ ଓ କେଞ୍ଚୁଙ୍କ ପକେଟରୁ ୪୦ ହଜାର ଟଙ୍କା, ଗୋଟିଏ ମୁଦି, ମୋବାଇଲ ଲୁଟି ନେଇଥିଲେ। କାକୁତି ମିନତୀ ହେବାରୁ ସିମ୍ ଫେରାଇ ଦେଇଥିଲେ। ବାଇକ୍ ର ପ୍ଲଗ୍ ଫୋଫାଡି ଦେଇ ପଳାଇଥିଲେ। ଖୋଜା ଖୋଜି କରି ବାଇକ୍ ର ପ୍ଲଗ୍ ଖଞ୍ଜି ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଥିଲେ।୧୬୬/୧୮ ରେ ମାମଲା ରୁଜ୍ଜୁ କରାଯାଇଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top