ଜିଲ୍ଲା ପରିକ୍ରମା

ମାଇକ୍ରୋଫାଇନାନ୍ସର ଅର୍ଦ୍ଧନିର୍ମିତ ପରିତ୍ୟକ୍ତ କୋଠାରେ ଦେହଜୀବୀଙ୍କୁ ହତ୍ୟା ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ତଦନ୍ତ ଆରମ୍ଭ

ଭଦ୍ରକ, ୨୭ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) :  ଗତକାଲି ବିଳମ୍ବିତ ରାତିରେ ସହରର ଜଣେ ପରିଚିତ ଦେହଜୀବୀ ମହିଳାଙ୍କ ମୃତଦେହ ଅଭିଶପ୍ତ କୁହାଯାଉଥିବା ବନ୍ତଛକ ସନ୍ନିକଟ ଅର୍ଦ୍ଧନିର୍ମିତ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା କୋଠାଘରର ଦ୍ୱିତୀୟ ତାଲା ସିଡିଘରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାରେ ସହରାଞ୍ଚଳ ଥାନା ପକ୍ଷରୁ ଏକ ୨୫/୧୮ ନଂ କେଶ୍ ମୂଳେ ଏକ ମାମଲା ରୁଜୁ ହୋଇ ପ୍ରାଥମିକ ତଦନ୍ତ ପରେ ହତ୍ୟାକାଣ୍ଡ ବୋଲି ଜଣାପଡିଛି । ତେବେ ସଂପୃକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ତାର ମା’ ଶାନ୍ତି ବିନ୍ଧାଣିଙ୍କ ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ପରେ ଜିଲା ଆରକ୍ଷୀ ଅଧିକ୍ଷକ ଅନୁପ ସାହୁଙ୍କ ନିଦେ୍ର୍ଦଶ କ୍ରମେ ଏସ୍ଡିପିଓ ଜଳନ୍ଧର ଜାଲିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଥାନାଧିକାରୀ ମନୋଜ ରାଉତ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲେ । ପୁଲିସ୍ ଓ ସ୍ଥାନୀୟ ଜନସାଧାରଣଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ଖଣ୍ଡିଆବଜାର ନିବାସୀ କାଲା ବିନ୍ଧାଣୀଙ୍କ କନ୍ୟା ନାଣ୍ଡି ଓରଫ ମାମା ବିନ୍ଧାଣୀ (୩୫) ସହରର ଜଣେ ଦେହଜୀବୀ ଭାବେ ପରିଚିତ ଥିଲା । ତାର ଦୁଇଟି ସନ୍ତାନ ଥିବାବେଳେ ଆଜି ପ୍ରାତଃରେ ମାମାର ମୋବାଇଲ୍ରୁ କେହି ଜଣେ ପୁରୁଷ ବ୍ୟକ୍ତି ତାର ସାନଭଉଣୀ ଓ ମା’ କୁ ଫୋନ୍ ଯୋଗେ ଗାଳିଗୁଲଜ କରିଥିଲା । ତେବେ ମାମା ଅନେକ ସମୟରେ ଚିଟ୍ଫଣ୍ଡ ମାଇକ୍ରୋଫାଇନାନ୍ସର ଉପରୋକ୍ତ କୋଠାଘରକୁ ନିଜର ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରିଆସୁଥିବାରୁ ତାର ଭଉଣୀ ଓ ମା’ ସକାଳେ ଉକ୍ତ କୋଠାକୁ ଯାଇ ମାମାର ମୃତଦେହ ଦେଖିବାକୁ ପାଇଥିଲେ । ସେତେବେଳେ ତାର ବେକରେ ଏକ ଗାମୁଛା ଦୁଇପ୍ରସ୍ଥ ଗୁଡାଯାଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇ ଥାନାଧିକାରୀ ମନୋଜ ରାଉତ ସେଠାରେ ପହଞ୍ଚô ସାଇଣ୍ଟିଫିକ୍ ଟିମ୍ ଓ ବାଲେଶ୍ୱରରୁ ଅଣାଯାଇଥିବା ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ କରିଥିଲେ । ମୃତଦେହଟିର ବେକରେ ଗାମୁଛା ଦ୍ୱାରା ବନ୍ଧାଯାଇଥିବାର ଚିହ୍ନ ଥିବାରୁ ଅଭିଯୁକ୍ତ ତାହା ସହ ଶାରୀରିକ ସଂପର୍କ ରଖିବା ପରେ କୌଣସି କାରଣରୁ ହତ୍ୟା କରିଥିବାର ଅନୁମାନ କରାଯାଇଛି । ତେବେ ସନ୍ଧାନୀ କୁକୁର ହତ୍ୟାସ୍ଥଳ ଠାରୁ ହୋଟେଲ ଯଶୋଦା ପଛପଟ ପର୍ଯ୍ୟନ୍ତ ଯାଇଥିବାରୁ ତଦନ୍ତକାରୀ ଅଧିକାରୀ ଶ୍ରୀ ରାଉତ ଅଭିଯୁକ୍ତ ସଂପର୍କରେ ଅନେକ ତଥ୍ୟ ହାସଲ କରିଥିବାର ଜଣାପଡିଛି । ଏବଂ ମାମାର ବ୍ୟବହୃତ ମୋବାଇଲ୍ଟି ହତ୍ୟାକାରୀ ନିକଟରେ ଥିବାରୁ ଖୁବ୍ଶୀଘ୍ର ସେ ଧରାପଡିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି । ଏହି ପରିତ୍ୟକ୍ତ କୋଠାଘରଟି ଏବେ ଚିଟ୍ଫଣ୍ଡ ଜନିତ ମୋକଦ୍ଦମା ପରେ ସିବିଆଇ ଦ୍ୱାରା ଜବତ ହୋଇଥିବାରୁ ଏହା ମଧ୍ୟରେ ଘଟୁଥିବା ବହୁ ଅନୈତିକ ଓ ଅସାମାଜିକ କାର୍ଯ୍ୟକୁ ରୋକିବାରେ ପୁଲିସ୍ ନିଜର ଅକ୍ଷମତା ପ୍ରକାଶ କରିଛି । ଯାହା ଜଣାଯାଏ ୫ନଂ ଜାତୀୟ ରାଜପଥର ପାଶ୍ୱର୍ରେ ଥିବା ଏହି ପଞ୍ଚତଳ ବିଶିଷ୍ଟ ଅର୍ଦ୍ଧନିର୍ମିତ କୋଠାଟି ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବାରୁ ସହରର ବହୁ ଅପରାଧ ବିଳମ୍ବିତ ରାତିରେ ଏହା ମଧ୍ୟରେ ଘଟିଆସୁଛି । ଗତ ବର୍ଷକ ମଧ୍ୟରେ ଏହି କୋଠା ମଧ୍ୟରେ ମାମାକୁ ମିଶାଇ ୩ଟି ହତ୍ୟାକାଣ୍ଡ ଘଟିଥିବାବେଳେ ଏହା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଅଭିଶପ୍ତ ପାଲଟିଛି । ଏହି କୋଠାଟି ପାଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପପ୍ସିଂ ବିଦ୍ୟାଳୟ ରହିଅଛି । ବିଶେଷକରି ସରକାରୀ ଉଚ୍ଚ ବିଦ୍ୟାଳୟର ବହୁ ଛାତ୍ରୀ ହଷ୍ଟେଲରେ ରହିଆସୁଥିବାବେଳେ ତାର ପାଚେରୀକୁ ଲାଗି ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏହି କୋଠାଟି ସେମାନଙ୍କ ରହଣି କ୍ଷେତ୍ରରେ ବହୁ ବାଧା ଉପୁଜାଉଛି । ସନ୍ଧ୍ୟା ପରଠାରୁ ଭୋର ପର୍ଯ୍ୟନ୍ତ ଏହି କୋଠାଟି ମଧ୍ୟରୁ ବହୁ ପାଟିତୁଣ୍ଡ ଓ ଗଣ୍ଡଗୋଳର ଶବ୍ଦ ଶୁଣାଯାଉଥିବା ବିଷୟ ବହୁ ଛାତ୍ରୀ ଓ ସ୍ଥାନୀୟ ଲୋକେ ଗଣମାଧ୍ୟମକୁ କହିଥିବାବେଳେ ପୁଲିସ୍ ସିବିଆଇ୍କୁ ଦୋଷଦେଇ ନିଜର କର୍ତ୍ତବ୍ୟ ସାରିଦେଉଥିବା କେତେକ ବୟୋଜ୍ୟେଷ୍ଠ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି । ଏଣୁ ଆସନ୍ତା ଦିନରେ ଏହି କୋଠା ନିକଟରେ ନିୟମିତ ରାତ୍ରୀକାଳୀନ ପୁଲିସ୍ ପ୍ରହରା ବ୍ୟବସ୍ଥା କରିବାକୁ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top