ମାଇଁଣ୍ଡଫାୟାର ସଲୁ୍ୟସନ୍ସ୍ ପକ୍ଷରୁ ଡିଡିଏମ୍ ଆଇ. ଟି. କୁଇଜ୍ ର ୮ମ ସଂସ୍କରଣ ଅନୁଷ୍ଠିତ

ଭୁବନେଶ୍ୱର, ୧୫ ଏପ୍ରିଲ୍ ୨୦୧୮(ଓଡ଼ିଆ ପୁଅ): ଦେଶର ଅନ୍ୟତମ ସଫ୍ଟଓୟାର ପ୍ରସ୍ତୁତକାରୀ କମ୍ପାନି ମାଇଣ୍ଡଫାୟାର ସଲୁ୍ୟସନ୍ସ ପକ୍ଷରୁ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଗ୍ରହଣ କରୁଥିବା ଦେଶର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପାଇଁ ଦେବାଶିଷ ଦାସ ସ୍ମାରକ ଆଇଟି କୁଇଜ୍ (ଡି.ଡି.ଏମ୍.ଆଇ.ଟି.)ର ୮ମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଏନ.ଆଇ.ଟି. ରାଉଲକେଲା ଏହି ପ୍ରତିଯୋଗୀତୀରେ ପ୍ରଥମ ହୋଇଥିଲେ। ଡି.ଡି.ଏମ୍.ଆଇ.ଟି. ହେଉଛି ପୂର୍ବଭାରତରେ ପ୍ରସିଦ୍ଧ ଜାତୀୟ ସ୍ତରୀୟ ପ୍ରସିଦ୍ଧ କୁଇଜ୍ ପ୍ରତିଯୋଗିତାମାନଙ୍କ ମଧ୍ୟରୁ ଅନ୍ୟତମ ଯାହା ପ୍ରତିବର୍ଷ ମାଇଣ୍ଡଫାୟାର ପକ୍ଷରୁ ତାଙ୍କର ପୂର୍ବତନ କର୍ମଚାରୀ ଦେବାଶିଷ ଦାସଙ୍କ ସ୍ମୃତିରେ ଆୟୋଜିତ ହୋଇଥାଏ। ଦେବାଶିଷ ଦାସଙ୍କର ମୃତ୍ୟୁ ଏକ ମର୍ମଦୁତ ରୋଡ ଆକ୍ସିଡେଣ୍ଟରେ ହୋଇଥିଲା।

ମାଇଣ୍ଡଫାୟାର ସଲୁ୍ୟସନ୍ସର ଦେବାଶିଷ ଦାସ ଏକ ଉଜ୍ୱଳ ପ୍ରତିଭା ତଥା ଉତମ ବ୍ୟକ୍ତି ଥିଲେ। ମାଇଣ୍ଡଫାୟାର ସଲୁ୍ୟସନ୍ସ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗୀତା ୨୦୧୧ରୁ ଆୟୋଜିତ କରିଆସୁଛି। ୨୦୧୧ରେ ପ୍ରମୁଖ ବୈଷୟିକ ତଥା ପରିଚାଳନା ଶିକ୍ଷାନୁଷ୍ଠାନରୁ ୧୨୦ଟି ଦଳ ଡି.ଡି.ଏମ୍.ଆଇ.ଟି.ର ପ୍ରଥମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ। ଆଇ.ଆଇ.ଟି ଖଡଗ୍ପୁରରେ ଅନୁଷ୍ଠିତ ଡି.ଡି.ଏମ୍.ଆଇ.ଟି.ର ୭ମ ସଂସ୍କରଣରେ ଭାରତର ବିଭିନ୍ନ କୋଣରୁ ୩୫୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ମାଇଣ୍ଡଫାୟାର ସଲୁ୍ୟସନ୍ସର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନୀର୍ବାହୀ ଅଧିକାରୀ ଚିନ୍ମୟ ପଣ୍ଡା କହିଥିଲେ, ଏହା ବହୁତ ସନ୍ତୋଶଜନକ ଯେ ସ୍ୱର୍ଗତ ଦେବାଶିଷ ଦାସଙ୍କ ସ୍ୱପ୍ନକୁ ପରିପୂରକ କରିବା ପାଇଁ ଡି.ଡି.ଏମ.ଆଇ.ଟି. ଅବିରତ ବଢିବାରେ ଲାଗିଛି। ଦେବାସିଶ ଏକ ବାର୍ଷିକ ବୃହତମାନର କୁଇଜ ପ୍ରତିଯୋଗୀତାର ଆୟୋଜନ କରିବା ପାଇଁ ସ୍ୱପ୍ନ ଦେଖିଥିଲେ ଏବଂ ଡି.ଡି.ଏମ.ଆଇ.ଟି. ଆରମ୍ଭ ତାଙ୍କର ସ୍ୱପ୍ନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଅଟେ। ଏହି ୮ମ ବର୍ଷରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏକ ଉନ୍ନତ ସମୟ ଅତିବାହିତ କରିବା ତଥା ନିଜର ଓ ନିଜ ସହକର୍ମିଙ୍କର ଯୋଗ୍ୟତା ପ୍ରମାଣିତ କରିବା ପାଇଁ ପାଇଁ ମୁଁ ସ୍ୱାଗତ କରୁଛି। ସଡକସୁରକ୍ଷା ଅଭିଯାନ ଆରମ୍ଭ କରିଥିବାରୁ ଡି.ଡି.ଏମ୍.ଆଇ.ଟି. ର ଆୟୋଜକ ଦଳର ବରିଷ୍ଠ ସଦସ୍ୟଙ୍କୁ ମୁଁ ସ୍ୱାଗତ ଜଣାଉଛି।

ଭୁବନେଶ୍ୱରର ଠାରେ ଆୟୋଜିତ ଏହି ଜାତୀୟ ସ୍ତରୀୟ ପ୍ରତିଯେଗୀତାକୁ ଲଏଡ ସାଲଦାନହା ସଂଚାଳନା କରିବା ସହିତ ଛାତ୍ରଛତ୍ରୀମାନଙ୍କୁ ତାଙ୍କର ଜ୍ଞାନ ଓ ପ୍ରତିଭା ଦେଖାଇବାର ସୁଯୋଗ ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ସର୍ବସାଧାରଣଙ୍କୁ ଟିସାର୍ଟ, ପେନ ଡ୍ରାଇଭ ଓ ପାୱାର ବ୍ୟାଙ୍କ ପରି ଆକର୍ଷଣୀୟ ଉପହାର ମଧ୍ୟ ଦିଆଯାଇଥିଲା।

College Name of Winners Position Prize
NIT, Rourkela Abhishek Patra 1st Rs. 1,00,000/-

Rupees One Lakh

Prathamesh Dash
IIT, Kanpur Rohit Gupta 1st Runner up Rs. 50,000/-

Rupees Fifty Thousand

Anshul Roy
NIT, Jamshedpur Kornala Arun 2nd Runner up Rs. 30,000/-

Rupees Thirty Thousand

Ritu Raj

Leave a Reply

Your email address will not be published. Required fields are marked *