ଜିଲ୍ଲା ପରିକ୍ରମା

ମା’ ଓ ଶିଶୁ ଚିକିତ୍ସାଳୟର ଗୃହ ନିର୍ମାଣ, ୫ ବର୍ଷ ହେଲା କାମ ସରୁନି, ଉଚ୍ଚ ସ୍ତରୀୟ ତଦନ୍ତ ଦାବି

ଖଡିଆଳ/ନୂଆପଡା-୧୮.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ରାଜ୍ୟ ସରକାର ଗର୍ଭବତି ମହିଲା ସମେତ ଜନ୍ମିତ ଶିଶୁ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲା ଚିକିତ୍ସାଳୟ ମାନଙ୍କରେ ମାଁ ଓ ଶିଶୁ ଯତ୍ନ ବିଭାଗ ଚିକିତ୍ସାଳୟ ମାନ ଖୋଲୁଛନ୍ତି। ତଦନୁରୁପ ନୁଆପଡା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଖଡିଆଳ ଉପଖଣ୍ଡ ଚିକିତ୍ସାଳୟ ଠାରେ ୨୦୧୪ ମସିହାରେ ମାଁ ଓ ଶିଶୁ ଯତ୍ନ ଚିକିତ୍ସାଳୟ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ବ କରାଯାଇଥିଲା। ଖଡିଆଳ ବ୍ଲକ ଚନାବେଡା ଗ୍ରାମଠାରେ (ଖଡିଆଳ ସବ ଜେଲ କୁ ଲାଗି )ଭୁମିପୁଜନ କରାଯାଇ ଗୃହକାର୍ଯ୍ୟ ଆରମ୍ବ କରାଯାଇଥିଲା। ଏହି ଚିକିତ୍ସା ଗୃହ ବାବଦକୁ ୫ କୋଟି ଟଙ୍କା ଅଟକଳ କରାଯାଇ ଠିକାଦାର ଙ୍କୁ କାର୍ଯ୍ୟ ଆରମ୍ବ ପାଇଁ କୁହାଯାଇଥିଲା। ତତତ୍କାଳିନ ଜିଲାପାଳ ଜୟକୁମାର ଭି ଓ ତତତ୍କାଳିନ ଖଡିଆଳ ତହସିଲଦାର ଶ୍ରୀ ନାଇଡୁ ଚିକିତ୍ସାଲୟଗୃହ ନିର୍ମାଣ ପାଇଁ ସ୍ଥାନ ନିରୁପଣ କରି ଠିକାଦାର ଙ୍କୁ ହସ୍ତାନ୍ତର କରିଥିଲେ। ଠିକଦାର ଚିକିତ୍ସା ଗୃହ କାର୍ଯ୍ୟ ଆରମ୍ବ କରି ବର୍ତ୍ତମାନ ୯୦ ପ୍ରତିଶତ କାର୍ଯ୍ୟ ସମ୍ପାଦନ କରିଥିବା ବେଲେ ଚନାବେଡା ଗ୍ରାମର ଜନୈକ ବ୍ୟକ୍ତି ଚିକିତ୍ସା ଗୃହ ନିର୍ମାଣ ହେଉଥିବା ଜମିକୁ ମୋର ଜମି କହି ନୁଆପଡା ସିଭିଲକୋର୍ଟରେ ଏକ କେଶ ଡାୟର କରିଥିଲେ। ବର୍ତ୍ତମାନ ସିଭିଲକୋର୍ଟରେ କେଶ ଚାଳୁଥିବାରୁ ବାକିତକ କାର୍ଯ୍ୟ ଅସମ୍ପୁର୍ଣ୍ଣ ଭାବରେ ପଡିରହିଛି। ଏଠାରେ ପ୍ରଶ୍ନ ଉଠୁଛି ଯଦି ବେସରକାରୀ ଜମି ହୋଇଥାଏ ଜମିର ପ୍ରକୃତ ତଦନ୍ତ ନକରି କାହିଁକି ସେହି ଜମି ପାଖରେ ଚିକିତ୍ସାଗୃହ ପାଇଁ ୫ କୋଟି ଟଙ୍କା ଖର୍ଚ୍ଚ କରାଗଲା ? ଜମି ଜଦି ସରକାରୀ ହୋଇଥାଏ ତେବେ କାହିଁକି ବର୍ତ୍ତମାନ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି ? ଏଭଳି ବିଭିନ୍ନ ପ୍ରଶ୍ନ ଖଡିଆଳ ଜନସାଧାରଣ ଜିଲା ପ୍ରଶାସନ ଆଗରେ ଯୁକ୍ତି ରଖୂଥିବା ବେଲେ ପ୍ରଶାସନ ପକ୍ଷରୁ କୈାଣସି ଠୋସ ଉତ୍ତର ଦେଇପାରୁନାହାନ୍ତି। ଏହି ଚିକିତ୍ସା ଗୃହ ନିର୍ମାଣ କାର୍ଯ୍ୟକୁ ଓଡିଶା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସମେତ କେବିକେ ମୁଖ୍ୟ ପ୍ରଶାସକ ତାରା ଦତ୍ତ ମଧ୍ୟ ଦେଖି ଯାଇଥିବା ବେଲେ ବର୍ତ୍ତମାନ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଗୃହ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇ ନଥିବାରୁ ଖଡିଆଳ ଅଞ୍ଚଳର ଜନସାଧାରଣ କ୍ଷୋଭ ପ୍ରକାଶ କରିବା ସହିତ ଅସମ୍ପୁର୍ଣ୍ଣ ଗୃହ କୁ ତୁରନ୍ତ ସମ୍ପୁର୍ଣ୍ଣ କରିବା ପାଇଁ ଦାବି କରିଛନ୍ତି। ଏକା ସାଙ୍ଗରେ ନୁଆପଡା ଓ ଖଡିଆଳ ଏହି ଚିକିତ୍ସା କେନ୍ଦô ଆରମ୍ବ ହୋଇଥିବା ବେଲେ ନୁଆପଡା ରେ ଏହି ଚିକିତ୍ସା ଗୃହ ସମ୍ପୁର୍ଣ୍ଣ ହୋଇସାରିଛି। କିନ୍ତୁ ଖଡିଆଳରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସମ୍ପୁର୍ଣ୍ଣ ହୋଇପାରିନାହିଁ। ଉକ୍ତ ଚିକିତ୍ସା ଗୃହ କାର୍ଯ୍ୟର ଉପଯୁକ୍ତ ତଦନ୍ତ କରି ଦୋଷୀ ଅଧିକାରୀ ଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଖଡିଆଳ ଜନସାଧାରଣ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top