ପାରଳାଖେମୁଣ୍ଡି, ୧୮ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାର ଐତିହାସିକ ମହେନ୍ଦ୍ରଗିରି ପର୍ବତ ଶିଖରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ସଂକ୍ରାନ୍ତି ଅବସରରେ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରଜ ପାଇଁ ଏହି କାର୍ଯ୍ୟକ୍ରମରେ ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଖିଳ ଭାରତ ସନ୍ଥ ସମିତି ଆବାହନରେ ସବୁ ସମ୍ପ୍ରଦାୟର ସାଧୁ ଓ ସ୍ୱାଦ୍ଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଧର୍ମାନ୍ତିକରଣ ନିରୋଧ, ଅଯୋଧ୍ୟାର ରାମ ମନ୍ଦିର, ପ୍ରାକୃତିକ ସମ୍ପଦର ରକ୍ଷା ଏବଂ ଗୋ ହତ୍ୟା ନିରୋଧ ବିଷୟରେ ବିସ୍ତୃତ ଭାବେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ମହେନ୍ଦ୍ରଗିରିର ପ୍ରକୃତି ଓ ସଂସ୍କୃତିର କିପରି ଭାବେ ସୁରକ୍ଷା ହୋଇପାରିବ ସେବିଷୟରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇବା ପାଇଁ ସାଧୁସନ୍ଥମାନେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଆବାହକ ସ୍ୱାମୀ ଭାସ୍କର ତିର୍ଥ(ଲକ୍ଷ୍ମୀ ବାବା), ସାଧକ ପ୍ରଫୁଲ ବାବା ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତା ବର୍ଷ ରଜ ସଂକ୍ରାନ୍ତି ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସନ୍ଥ ସମ୍ମିଳନୀରେ ସାରା ଭାରତ ବର୍ଷର ସାଧୁମାନଙ୍କୁ ନିମନ୍ତ୍ରଣ କରିବା ପାଇଁ କାର୍ଯ୍ୟକ୍ରମରେ ନିଷ୍ପତି ହୋଇଥିଲା।
