ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତିକୁ “ପ୍ରକୃତି ମିତ୍ର”

ପାରଳାଖେମୁଣ୍ଡି,୧୧ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ସଂସ୍କୃତି ବିକାଶ ସମିତିକୁ ଚଳିତ ବର୍ଷ “ପ୍ରକୃତି ମିତ୍ର” ପୁରଷ୍କାର ପ୍ରାପ୍ତ ହୋଇଛି । ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ରବିନ୍ଦ୍ର ମଣ୍ଡପ ଠାରେ ପ୍ରକୃତି ମିତ୍ର ପୁରଷ୍କାର ଅନୁଷ୍ଠାନର ସଂଯୋଜକ ଗ୍ରହଣ କରିଥିଲେ । ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିର ଅମୁଲ୍ୟ ବୃକ୍ଷରାଜ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ବନଔଷଧିର ସୁପରିଚାଳନା ସହିତ ପର୍ବତର ପାରିପାର୍ଶିକ ସ୍ଥିତିର ବିକାଶ ପାଇଁ ଏହି ଅନୁଷ୍ଠାନ ଦିର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲା । ଏଥିରେ ସ୍ୱାମୀ ଭାସ୍କର ତିର୍ଥ ସରସ୍ୱତୀ ଅଧ୍ୟକ୍ଷତା କରିଥିଲେ । ପ୍ରକୃତି, ପରିବେଶ ଓ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଏହି ବୈଠକରେ ଆହ୍ୱାନ ଦିଆଯାଇଥିଲା । ଅନ୍ୟତମ ବକ୍ତା ଭାବେ ତି୍ରପତି ପ୍ରସାଦ ପଣ୍ଡା ଯୋଗଦେଇ ମହେନ୍ଦ୍ରଗିରିର ସାମଗି୍ରିକ ବିକାଶ ପାଇଁ ଏହାର ସୁରକ୍ଷା ନିହାତି ଆବଶ୍ୟକ ବୋଲି କହିଥିଲେ । ସଭା ଶେଷରେ ଅନୁଷ୍ଠାନର ଗଣେଶ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *