ଜିଲ୍ଲା ପରିକ୍ରମା

ମହିୟସୀ ମହିଳାଙ୍କ ସ୍ମୃତି ଚାରଣ ସଭା

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାର ବିଶିଷ୍ଟ ସମାଜସେବୀ ତଥା ଧର୍ମପରାୟଣା ମହିଳା ଟଭାମଣି ସାମଲଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆଜି ତାଙ୍କ ବାସଭବନ ଧାମନଗରର ପୂର୍ବ ବନ୍ଧଟିଆ-ଝାଟିଆସାହିରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ ବହୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମେତ ସମାଜସେବୀ, ଆଇନ୍ଜୀବୀ ଓ ସାହିତ୍ୟିକଙ୍କ ସମେତ ବିଭିନ୍ନ ବର୍ଗର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ। ଶ୍ରୀମତୀ ସାମଲ କେବଳ ଯେ ଜଣେ ଧର୍ମ ପରାୟଣା ମହିଳା ନୁହଁନ୍ତି, ବହୁ ଦରିଦ୍ର, ଦୁସ୍ଥ ବ୍ୟକ୍ତିଙ୍କୁ ସହାୟତା କରି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ତାଙ୍କ ଆବର୍ତ୍ତମାନରେ କେବଳ ଉକ୍ତ ଅଂଚଳ ନୁହେଁ ସମଗ୍ର ଜିଲା ଜଣେ ମହିୟସୀ ପରମପୂଜ୍ୟା ମାତୃଦେବୀଙ୍କୁ ହରାଇଲା ବୋଲି ଏହି ସ୍ମୃତିସଭାରେ ଯୋଗଦେଇଥିବା ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ସଭାକୁ ପ୍ରହଲ୍ଲାଦ ସାମଲ, ପ୍ରଭାକର ସାମଲ, ଶ୍ରୀନିବାସ ସାମଲ, ବ୍ରଜବାସ ସାମଲ, ଶେଷଦେବ ସାମଲ, ଗଂଗାଧର ସାମଲ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଦୁର୍ଗାଚରଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top