ମହିଳା ସ୍ୱୟଂ ସହାୟକ ପ୍ରଶିକ୍ଷଣ ଶିବିର

ଖଇରା, ୧/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଖଇରା ଗ୍ରାମପଞ୍ଚାୟତ ଅଧିନ ଆଳଦା ଅଙ୍ଗନୱାଡି କେନ୍ଦ୍ରରେ ସ୍ୱୟଂ ସହାୟକ ଗୋଷୀର ସଦସ୍ୟାମାନଙ୍କର ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରକୁ ଖଇରା ଗ୍ରାମପଞ୍ଚାୟତର ନଏବ ସରପଞ୍ଚ ସାବିତ୍ରୀ ସାହୁ ଉଦ୍ଘାଟନ କରିଥିଲେ। ଆଳଦା ଅଙ୍ଗନୱାଡି କେନ୍ଦ୍ର ଓ ମଡାପଦା ମିନି ଅଙ୍ଗନୱାଡି କେନ୍ଦ୍ରର ଦୁଇ ଗୋଟି ଏସଏଚଜି ଯଥା ଜୟ ବଜରଙ୍ଗୱାଲି ଓ ମା’ତୁଳସୀର ସମସ୍ତ ସଦସ୍ୟାମାନେ ଯୋଗଦାନକରି ପ୍ରଶିକ୍ଷଣ ଶିବିରରେ ତାଲିମ ନେଇଥିଲେ। ଶିବିରରେ ସିଆରପି ସରୋଜିନୀ ଗାହାଣ, ଆଳଦା ଅଙ୍ଗନୱାଡି କେନ୍ଦ୍ରର ଶିକ୍ଷୟତ୍ରୀ ବିମ୍ବଲତା ବେହେରା, ମଡାପଦା ମିନିଅଙ୍ଗନୱାଡି କେନ୍ଦ୍ରର ଶିକ୍ଷୟତ୍ରୀ ମାଣିକ ମହଲା ନୂତନ ଭାବେ ଗଠିତ ହୋଇଥିବା

ଜୟବଜରଙ୍ଗୱାଲି ଓ ମା’ପ୍ରଶିକ୍ଷଣର ସଭ୍ୟାମାନଙ୍କୁ ପ୍ରଶିକ୍ଷଣ ବିଷୟରେ ବୁଝାଇବା ସହିତ ତାଲିମ ପ୍ରଦାନ କରିଥିଲେ। ଦୁଇଗୋଟି ଏସଏଚଜି ଗୋଷ୍ଠୀର ସର୍ବମୋଟ ୨୦ ଜଣ ସଭ୍ୟା ଉପସ୍ଥିତ ରହି ତାଲିମରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ପ୍ରଶିକ୍ଷଣାର୍ଥୀମାନଙ୍କୁ ତାଲିମ କିଟ୍ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *