ଜିଲ୍ଲା ପରିକ୍ରମା

ମହିଳା ସୁରକ୍ଷା, ରୋଜଗାର, ସମ୍ମାନ ଜନକ ଜୀବନ ପାଇଁ ଜିଲାସ୍ତରୀୟ ସମ୍ମିଳନୀ

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡ଼ିଶାରେ ମହିଳା ହିଂସା ପ୍ରତିବର୍ଷ ୨୪% ହାରରେ ବୃଦ୍ଧି ପାଉଥିବାବେଳେ ନାବାଳିକା ଗଣଧର୍ଷଣ ଓ ହତ୍ୟା ଏକ ଦୈନନ୍ଦିନ ଘଟଣାରେ ପରିଣତ ହୋଇଛି। ଏଥିସହିତ ସାଇବର ଅପରାଧ, ଏସିଡି ମାଡ, ଗୁଣିଗାରେଡି ସନ୍ଦେହ କରି ମହିଳାମାନଙ୍କୁ ହତ୍ୟା ପ୍ରମୁଖ ଅପରାଧ ଗୁଡିକର ବୃଦ୍ଧି ମହିଳାମାନଙ୍କର ସୁରକ୍ଷା ପ୍ରତି ଘୋର ବିପଦ ସୃଷ୍ଟି କରିଛି। ଆଇନ୍କୁ କଡାକଡି ଭାବେ ଲାଗୁ କରି ଅଭିଯୁକ୍ତକୁ ଦଣ୍ଡ ଦେବାରେ ପୁଲିସ୍ ଓ ପ୍ରଶାସନ ସଂପୂର୍ଣ୍ଣ ଭାବରେ ବ୍ୟର୍ଥ। ଦୀର୍ଘ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ପୀଡିତାମାନଙ୍କୁ ହତାଶ କରୁଛି। ଅପରପକ୍ଷରେ ମହିଳା ସଶକ୍ତିକରଣ କଥା କେବଳ ଏକ ନିର୍ବାଚନୀ ସ୍ଲୋଗାନରେ ପରିଣତ ହୋଇଛି। ଓଡ଼ିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ କେବଳ ନିର୍ବାଚନ ସମୟରେ ଟଙ୍କା ବାଣ୍ଟିବା ଓ ସାବିତ୍ରୀ ବ୍ରତରେ ଲୁଗା ବାଣ୍ଟିବାରେ ସୀମିତ ରହିଯାଇଛି। ଲକ୍ଷ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟାଙ୍କ ଋଣରୁ ବଂଚିତ କରାଯାଇଛି। ଓଡ଼ିଶା ଜୀବିକା ମିଶନ ଦୁର୍ନୀତିର ଏକ ଗନ୍ତାଘର ପାଲଟିଛି। ମହିଳାଙ୍କୁ ରୋଜଗାର କ୍ଷମ କରିବା ଅପେକ୍ଷା ମଦର ପ୍ରସାର ନିମନ୍ତେ ସରକାର ଅଧିକ ସକ୍ରିୟ। ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି, ଭଦ୍ରକ ଜିଲା କମିଟି ଏହି ସ୍ଥିତି ଯୋଗୁଁ ଘୋର ଉଦ୍ବେଗ୍ ପ୍ରକ୍ରିୟା କରିଛି। ଏହା ସଂପର୍କରେ ବିଶଦ ଆଲୋଚନା ଓ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସଂଗଠନ ତରଫରୁ ଏକ ଜିଲାସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା। ଜିଲା ସଭାନେତ୍ରୀ (ଗ୍ରାମୀଣ) ଚାରୁଲତା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସଂଗଠନର ଜାତୀୟ ସଂପାଦିକା ତାପସୀ ପ୍ରହରାଜ ମହିଳାଙ୍କର ସୁରକ୍ଷା, ରୋଜଗାର ଓ ଏକ ସମ୍ମାନ ଜନକ ଜୀବନ ଅତିବାହିତ କରିବା ପାଇଁ ସଂଗଠନର ଅଙ୍ଗକାର ବଦ୍ଧତାର କଥା ଘୋଷଣା କରିବା ସହ ସଂଗଠନକୁ ଏହା ଦିଗରେ ଆହୁରି ସକ୍ରିୟ ହେବା ପାଇଁ ଆବଦେନ କରିଥିଲେ। ଫେଲୋସିପ୍ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ଭଦ୍ରକ ଜିଲାରେ ସ୍ୱୟଂ ସହାୟକ ଗୋଷ୍ଠୀର ସ୍ଥିତି ଓ କର୍ମନିଯୁକ୍ତି ବିଷୟରେ ସଂଗଠନର ରାଜ୍ୟ ଉପସଭାନେତ୍ରୀ ସୁରଜିତା ନାୟକ ମହିଳା ହିଂସା ସଂପର୍କିତ ଆଇନ୍ ସଂପର୍କରେ ଆଲୋଚନା କରିଥିଲେ। କର୍ମଶାଳାରେ ଉପସ୍ଥିତ ମହିଳାମାନେ ନିଜ ଅଂଚଳର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ସଂଗଠନର ଜିଲା ସଂପାଦକ ପ୍ରାରମ୍ଭରେ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ସମ୍ୟକ ସୂଚନା ଦେବା ସହିତ ଆଗାମୀ ଦିନରେ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପ୍ରଚାର ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସଂଗଠିତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତୀ ଜେନା, ସୁମତି ନାୟକ, ସୀତା ଦାସ, ସଂଜିତା ମହାପାତ୍ର, ପ୍ରତିମା ସୋୟାଇ, ରୋଜାଲିନ୍, ଶାନ୍ତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top