ଓଡ଼ିଶା

ମହିଳା ସୁରକ୍ଷା ଯାତ୍ରା ଅବସରରେ ରାଜ୍ୟର ସମସ୍ତ ମା’ ଭଉଣୀମାନଙ୍କୁ ବିଜେପି ମହିଳା ମୋର୍ଚ୍ଚାର ଆହ୍ୱାନ: ମନରେ ଭୟ ନୁହେଁ ବରଂ ଶକ୍ତି ସଂଚାର କରନ୍ତୁ: ବିଜେପି

– ନିଜ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମୁହଁ ଖୋଲନ୍ତୁ
– ଯେଉଁ ରାଜ୍ୟରେ ନାରୀକୁ ଅପମାନିତ କରାହୋଇଛି ସେହି ରାଜ୍ୟରେ ଶାସନ କରୁଥିବା ସରକାରର ପତନ ଘଟିଛି
– ରାଜ୍ୟ ସରକାର ଗାଁ ଗଣ୍ଡାରେ ମଦ ଦୋକାନ ଖୋଲି ଅପରାଧ ଏବଂ ଅପପରାଧୀଙ୍କୁ ପ୍ରତ୍ୟକ୍ଷ ଭାବେ ପୋତ୍ସାହନ ଦେଉଛନ୍ତି
– ମହିଳାମାନେ ଗିନି, ଝାଂଜ, ମୃଦଙ୍ଗ ବଜାଇ ପଦଯାତ୍ରା ମାଧ୍ୟମରେ ମହିଳା ବିରୋଧୀ ରାଜ୍ୟ ସରକାରର ଅପାରଗତା ସଂପର୍କରେ ବଖାଣିଥିଲେ
ଭୁବନେଶ୍ୱର, ତା.୦୨/୦୬(ଓଡ଼ିଆ ପୁଅ): ବହୁତ ହୋଇଗଲା ମହିଳାମାନଙ୍କ ପ୍ରତି ଅତ୍ୟାଚାର। ଏବେ ସମୟ ଆସିଛି ନିଜକୁ ସଜାଗ ହୋଇ ପ୍ରତିଟି ଘଟଣାରେ ଆଗକୁ ଆସି ପ୍ରତିବାଦ କରିବାର। ନାରୀମାନେ ଦୁର୍ବଳା ନୁହଁନ୍ତି। ନିଜ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ମୁହଁ ଖୋଲନ୍ତୁ। ମନରେ ଭୟ ନୁହେଁ ବରଂ ଶକ୍ତି ସଂଚାର କରନ୍ତୁ ବୋଲି ମହିଳା ସୁରକ୍ଷା ଯାତ୍ରାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଶାସକ ବିଜେଡି ଯେତିକି ଅର୍ଥ ନିଜର ଆତ୍ମପ୍ରଚାରରେ ଖର୍ଚ୍ଚ କରୁଛି ଯଦି ତାହାଠୁ ଏକ ଚତୁର୍ଥାଂଶ ମହିଳା ସୁରକ୍ଷା ଓ ସଶକ୍ତିକରଣରେ ଖର୍ଚ୍ଚ କରନ୍ତା ତେବେ ମହିଳାମାନେ ଆଜି ଦୁଷ୍କର୍ମରେ ଶିକାର ହେଉନଥାନ୍ତେ ବୋଲି ପୂର୍ବତନ ସାଂସଦ ସଂଗୀତା କୁମାରୀ ସିଂହଦେଓ ଏକ ସାଧରଣ ସଭାରେ କହିଛନ୍ତି। ଶ୍ରୀମତି ସିଂହଦେଓ ଆଜି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି, ଉଲୁଣ୍ଡାଠାରେ ସାଧାରଣ ସଭାରେ ଯୋଗଦେଇ ମହିଳାମାନଙ୍କୁ ସଚେତନ କରାଇଥିଲେ।

ଆଜି ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲାର କଂଟିଲୋ ନିଳମାଧବ ମନ୍ଦିରରୁ ପଦଯାତ୍ରା ବାହାରି କଂଟିଲୋ ବଜାର, ରଣପୁର ଛକ, ମର୍ଦ୍ଦରାଜପୁରର ଚାଉପଲ୍ଲି ଗାଁ, ଖଲିସାାହିଛକଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପରେ ଖଣ୍ଡପଡାଠାରେ ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଆଜି ନାରୀ ନିର୍ଯ୍ୟାତନାରେ ଓଡିଶା ଶୀର୍ଷ ସ୍ଥାନରେ ରହିଛି। ରାଜ୍ୟ ସରକାର ଦେଇଥିବା ସ୍ଲୋଗାନ ମା’କୁ ସମ୍ମାନ ଏବେ ଏକ ଅପମାନର ଶବ୍ଦ ହୋଇଛି। ଯେଉଁ ରାଜ୍ୟରେ ନାରୀକୁ ଅପମାନିତ କରାହୋଇଛି ସେହି ରାଜ୍ୟରେ ଶାସନ କରୁଥିବା ସରକାରର ପତନ ଘଟିଛି। ଆଗାମୀ ଦିନରେ ଏହା ଓଡିଶାରେ ହେବାକୁ ଯାଉଛି ବୋଲି ଶ୍ରୀମତି ପାଢୀ କହିଛନ୍ତି। ଏହି ଅବସରରେ ବହୁ ରାଜ୍ୟ, ଜିଲ୍ଲା ଏବଂ ସ୍ଥାନୀୟ ନେତ୍ରୀବୃନ୍ଦ ଉପସ୍ଥିତ ଥିଲେ।

ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବଜାରରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ହରପାର୍ବତୀ ମନ୍ଦିରରେ ଏକ ସଭାରେ ଶ୍ରୀମତି ପରିଡା ରାଜ୍ୟରେ ବଢୁଥିବା ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାରକୁ ଦୃଢ ନିନ୍ଦା କରିଥିଲେ। ଶ୍ରୀମତି ପରିଡା କେନ୍ଦ୍ରାପଡା ଜିଲ୍ଲା ତିନିମୁଣ୍ଡିଆ ଛକ ଠାରେ ଏକ ସାଧାରଣ ସଭାରେ ରାଜ୍ୟ ସରକାରଙ୍କ ବିଫଳତା ଏବଂ କେନ୍ଦ୍ର ସରକାରଙ୍କ ମହିଳା କଲ୍ୟାଣକାରୀ ଯୋଜନା ସଂପର୍କରେ ଅବଗତ କରାଇଥିଲେ। ନିଶା ଦ୍ୱାରା ମଣିଷ ନିଜର ହିତାହିତ ଜ୍ଞାନ ହରାଇ ଦୁଷ୍କର୍ମ ପରି ଅନେକ ଅପରାଧ କରିଚାଲିଛି। ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ବଢିବା ପଛରେ ମଦ ହିଁ ପ୍ରମୁଖ କାରଣ। ଗୋଟିଏ ପଟେ ମୋଦୀ ସରକାର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରୁଥିବା ସମୟରେ ରାଜ୍ୟ ସରକାର ଗାଁ ଗଣ୍ଡାରେ ମଦ ଦୋକାନ ଖୋଲି ଅପରାଧ ଏବଂ ଅପପରାଧୀଙ୍କୁ ପ୍ରତ୍ୟକ୍ଷ ଭାବେ ପୋତ୍ସାହନ ଦେଉଛନ୍ତି ବୋଲି ଶ୍ରୀମତି ପରିଡା କହିଛନ୍ତି। ମୋଦୀ ସରକାରଙ୍କ ‘ସୁକନ୍ୟା ସମୃଦ୍ଧି’ ଯୋଜନା ସଂପର୍କରେ ବିଜେପି ନେତ୍ରୀ ଅନୁ ଚୈାଧୁରୀ ମହିଳାମାନଙ୍କୁ ଅବଗତ କରାଇଥିଲେ। ଏହି ଶୋଭାଯାତ୍ରାରେ ବିଜେପି ନେତ୍ରୀ ଅନୁ ଚୈାଧୁରୀ, ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖଙ୍କ ସମେତ ବହୁ ସ୍ଥାନୀୟ ନେତ୍ରୀବୃନ୍ଦ ଉପସ୍ଥିତ ଥିଲେ।

ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ୱରେ ରାଉରକେଲା ସେକ୍ଟର -୨ରୁ ଛେଣ୍ଡ ପର୍ଯ୍ୟନ୍ତ କଲେଜ ଛାତ୍ରୀ ମାନଙ୍କ ଦ୍ୱାରା ଏକ ସ୍କୁଟି ରାଲି କରାଯାଇ ମହିଳା ମାନଙ୍କୁ ସଚେତନ କରାଯାଇଥିଲା। ଧାମରା ସଂଘ ଭବନରେ ଏକ ବିଶାଳ ସଭାରେ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ବିରୁଦ୍ଧରେ ଦୃଢ ନିନ୍ଦା କରାଯାଇଥିଲା। ଏହି ସଭାରେ ସବିତା ନନ୍ଦ, ପ୍ରମିଳା ଦାସ, ପଦ୍ମନୀ ଦାସ, କଳ୍ପନା ଲେଙ୍କାଙ୍କ ସମେତ ବହୁ ସ୍ଥାନୀୟ ନେତୀ୍ରବୃନ୍ଦମାନେ ମଧ୍ୟ ଉପସ୍ଥିତ ଥିଲେ।

ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବାରିପଦା ଜିଲ୍ଲା ପୋଡାସ୍ତିଆ, ଶାମଖୁଂଟ, ବାଙ୍ଗିରୀପୋଷି, ରଙ୍ଗମାଟିଆ, ବିଶୋଇଠାରେ ପଥପ୍ରାନ୍ତ ସଭା ମାଧ୍ୟମରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଇଥିଲେ। ହଜାର ହଜାର ମହିଳାମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ନୀତି ଓ ଆଭିମୁଖ୍ୟ ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବିଜେପି ନେତ୍ରୀ ଅପରାଜିତା ମହାନ୍ତି ଏହି ଯାତ୍ରାରେ ସାମିଲ ହୋଇ ମହିଳାମାନଙ୍କୁ ସଚେତନ କରାଇଥିଲେ।

ପୂର୍ବତନ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଜୟନ୍ତୀ ପଢିଆରୀଙ୍କ ନେତୃତ୍ୱରେ ନବରଂଗପୁର ଜିଲ୍ଲା କୋଟପାଡ ଠାରୁ ବାହାରି ସସାହାଣ୍ଡି, ବୋରିଗୁମା, କୁମୁଲିପୁଟଠାରେ ପଥପ୍ରାନ୍ତ ସଭା ଏବଂ ଜୟପୁରଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ରାଜ୍ୟ ସରକାରଙ୍କ ମହିଳା, ନାବାଳିକା ଏବଂ ଆଦିବାସୀମାରଣ କଟୁ ସମାଲୋଚନା କରାଯାଇଥିଲା। ଶୋଭାଯାତା୍ର ସମୟରେ ରାସ୍ତା କଡରେ ଠିଆ ହୋଇ ସ୍ଥାନୀୟ ମହିଳାମାନେ ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ବବିତା ପାତ୍ର, ପ୍ରତିଭା ଶତପଥୀ, ଅନୀତା ପ୍ରିୟଦର୍ଶିନୀ, ନନ୍ଦିନୀ ଦେବୀଙ୍କ ସମେତ ବହୁ ସ୍ଥାନୀୟ ନେତ୍ରୀବୃନ୍ଦ ଉପସ୍ଥିତ ଥିଲେ।

ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମଙ୍କ ନେତୃତ୍ୱରେ ତାଳଚେର ମା’ ହିଙ୍ଗୁଳାଇ ମନ୍ଦିରଠାରୁ ପଦଯାତ୍ରା ବାହାରି ଡଅଁରା, ଖମାରଠାରେ ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପାଲଲହଡା ନିର୍ବାଚନମଣ୍ଡଳୀର ପବିତ୍ରନଗରଠାରେ ମହିଳାମାନେ ଗିନି, ଝାଂଜ, ମୃଦଙ୍ଗ ବଜାଇ ପଦଯାତ୍ରା ମାଧ୍ୟମରେ ମହିଳା ବିରୋଧୀ ରାଜ୍ୟ ସରକାରର ଅପାରଗତା ସଂପର୍କରେ ବଖାଣିଥିଲେ। ଏହି ସଭାରେ ରାଜ୍ୟର ଘଟିଥିବା ବିଭିନ୍ନ ଗଣଦୁଷ୍କର୍ମ ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ବିଜେପି ନେତ୍ରୀ ମହାଶ୍ୱେତା ରାୟ ଦୃଢ ସମାଲୋଚନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top