ଜିଲ୍ଲା ପରିକ୍ରମା

ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ, ସମ୍ମାନିତ ହେଲେ ଜାତୀୟସ୍ତର ମହିଳା ଭଲିବଲ କ୍ରୀଡାବିତ

ମାଲକାନଗିରି, ୧୫।୧ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଏକ ମାତ୍ର ମହିଳା ମହାବିଦ୍ୟାଳୟର ୨୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତକୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ମାନସ ମାଡକାମି, ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ପ୍ରତିଷ୍ଠାତା ଦୁର୍ଗାପ୍ରସାଦ ତ୍ରୀପାଠୀ, ସମ୍ମାନିତ ଅତିଥି ଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ବିଜେଡି ବରିଷ୍ଠ ନେତା ରମେଶ ପଟନାୟକ, ପରିବେଶବିତ ଦୁର୍ଯ୍ୟୋଧନପାତ୍ର ଯୋଗଦେଇ ଥିଲେ। ମୁଖ୍ୟଅତିଥି ଶ୍ରୀ ମାଡକାମି କ୍ରୀଡା ପତାକା ଉତ୍ତୋଳନ ସହ କ୍ରୀଡା ମଶାଲ ପ୍ରଜ୍ୱଳନ କରିଥିଲେ। ଏହି ଅବସରରେ ଜାତୀୟସ୍ତର ଭଲିବଲ ପ୍ରତିଯୋଗୀତାରେ ଭାଗନେଇ ଖ୍ୟାତି ଅର୍ଜନକରି ଆନ୍ତର୍ଜାତୀୟ ଭଲିବଲ ଚମ୍ପିୟାନସିପରେ ଜାତୀୟସ୍ତର ଟିମରେ ଖେଳିବା ଓ ସୁଦୁର ଜାପାନ ରେ ପ୍ରଶିକ୍ଷଣ ନେବା ପାଇଁ ମନୋନୀତ ହୋଇଥିବା ଉକ୍ତ ମହାବିଦ୍ୟାଳୟର ଆଦିବାସୀ ଛାତ୍ରୀ ସିରିସା କାରାମିଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିବାସହ ଜାତୀୟ ସ୍ତର ଭଲିବଲ ଟିମରେ ସାମିଲ ଥିବା ଆଦିବାସୀ ଛାତ୍ରୀ ସବିତା କାଟମ, ରୁକ୍ମଣୀ ପୁଜାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲେ।

ଏହି କ୍ରୀଡା ଉତ୍ସବରେ ୩୦୦ରୁ ଉର୍ଦ୍ଦ ଛାତ୍ରୀ ବିଭିନ୍ନ କ୍ରୀଡା ପ୍ରତି ଯୋଗୀତାରେ ଭାଗନେଇ ଚିତାକର୍ଷକ କ୍ରୀଡା ପ୍ରଦର୍ଶନ କରିଥିଲେ। ସଭାପ୍ରାରମ୍ଭରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ସେଠୀ ପ୍ରାରମ୍ଭିକ ସୂଚନା ଓ ଅତି ମାନଙ୍କ ପରିଚୟପ୍ରଦାନ ପରେ ଛାତ୍ରୀ ମାନେ ଦେଶାତ୍ମକ ବୋଧ ଓ ସ୍ୱାଗତ ସଂଗୀତ ଗାନକରିଥିଲେ। କ୍ରିଡ଼ା ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ କ୍ରୀଡା ପରିଚାଳନା କରିଥିଲେ।ଏହି ଅବସରରେ ଅଧ୍ୟାପିକା ମଧୁମିତା ମହାନ୍ତି, ଶୋଭାରାଣି ଚୌଧୁରୀ, ଇନ୍ଦୁରେଖା ପଟନାୟକ, ରେଣୁକା ମହାପାତ୍ର, ଗୀତାଜଂଳି ରଥ ଙ୍କ ସହିତ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଅଭିଭାବକ ମାନେ ଯୋଗଦେଇଥିଲେ। ଶେଷରେ ଅଧ୍ୟାପକ ଶ୍ରୀକାନ୍ତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top