କେନ୍ଦ୍ରାପଡ଼ା

ମହିଳା ବିଜେଡି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଉତ୍ତରପ୍ରଦେଶର ଉନ୍ନା ଓ ଏବଂ ଜାମ୍ମୁର ରାସାନାଠାରେ ମହିଳାଙ୍କ ପ୍ରତି ବର୍ବରତା ଏବଂ ବିଜେପି ଶାସିତ ରାଜ୍ୟଗୁଡିକରେ ନାରୀମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର, ଅସମ୍ମାନ ଓ ଦୁଷ୍କର୍ମସହ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରାଯିବା ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କେନ୍ଦ୍ରାପଡା ମେଡିକାଲଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରୁ ବାହାରି ସହରର ମୁଖ୍ୟ ରାସ୍ତାଦେଇ ଆସି ପୁରୁଣା ବସଷ୍ଟାଣ୍ଡ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀପାଖରେ ପହଞ୍ଚିବାପରେ ଏକ ସଭା କରାଯାଇ ମୋଦି ସରକାର ଓ ବିଜେପି ଶାସିତ ସରକାର ବିରୁଦ୍ଧରେ ଦୃଢ ପ୍ରତିବାଦ କରାଯାଇଥିଲା । ମହିଳା ବିଜୁ ଜନତାଦଳର ଜିଲ୍ଲା ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ସଭାରେ ରାଜ୍ୟ ମହିଳାନେତ୍ରୀ ଲୋପାମୁଦ୍ରା ବାରିକ, ମିନତୀ ମହାରଣା, ମିନୁଜା ରାଉତରାୟ ସ୍ୱପ୍ନଲତା ରାଉତ, ରଶ୍ମିତା ରାଉତ, ରେଣୁକା ବେହେରା,ସନ୍ଧ୍ୟାରାଣୀ ଦାଶ, ଝୁନୁବାଳା ପତି,ପ୍ରମିଳା ଦାସ,କାଞ୍ଚନବାଳା ସିଂ,ମଧୁସ୍ମିତା ଭଗତ,ଜୟନ୍ତି ଭଗତ,ନମିିତା ମହାପାତ୍ର ,ତିଳୋତ୍ତମା ସାହୁ,ରଶ୍ମିତା ସାହୁ, କାଞ୍ଚନ ବେହେରା,ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ,ରାଜ୍ୟ ବିଜେଡି ଲିଗାଲ ଫ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନା, ଧିରେନ୍ଦ୍ର କୁମାର ଦାସ,ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଅଶୋକ ମହାପାତ୍ର, ବିଭୁପଦ ପରିଡା, ଉମେଶ ଚନ୍ଦ୍ର ନାୟକ, ଦୀନବନ୍ଧୁ ନାୟକ, ରଞନ ସାହୁ, ଗୈାତମ ସ୍ୱାଇଁ, ଶ୍ରୀଧର ବାରିକ,ସୁଧାଂଶୁ ମହାପାତ୍ର, ମହମ୍ମଦ ନିଆଜ,ସେକ୍ ଗୋଫ୍ରାନ, ପ୍ରମୋଦ ପ୍ରଧାନ,ସୁରେଶ ନାୟକ,ନିରଞନ ବଳ,କିଶୋର ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ବିଜେପି ଶାସିତ ରାଜ୍ୟ ଜାମ୍ମୁ ଓ ଉତ୍ତର ପ୍ରଦେଶ ମହିଳାଙ୍କ ଉପରେ ଘଟିଥିବା ଲଜ୍ଜ୍ୟାଜନକ ଓ ମାନବିକତା ବିହୀନ କାର୍ଯ୍ୟର ତୀବ୍ର ନିନ୍ଦା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top