Home କେନ୍ଦୁଝର ମହିଳା ଦିବସରେ ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ସଫଳତାର କାହାଣୀ

ମହିଳା ଦିବସରେ ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ସଫଳତାର କାହାଣୀ

83

ଘଟଗାଁ,୮/୦୩(ଓଡିଆପୁଅ/ଭବାନୀପ୍ରସାଦ)- ପବିତ୍ର ତାରିଣୀ ପୀଠରେ କେଉଁ ଏକ ଶୁଭଲଗ୍ନରେ ଜନ୍ମ ହୁଏ ଝୀଅଟିଏ । ନାଁ ତାର ଅନ୍ନପୂର୍ଣ୍ଣା ଦେହୁରୀ ମୁକୁନ୍ଦପୁରପାଟଣା ପଂଚାୟତର ସରପଂଚ । ଆଦିବାସୀ କୂଳରେ ଜନ୍ମ ହୋଇବି ପୂଣ୍ୟତୟା ବୈତରଣୀ ନଦୀ ଜଳ ତରଙ୍ଗ ପରି କୌଣସି କ୍ଷେତ୍ରରେ ଏତେ ସହଜରେ ହାର ନମାନି ସଫଳତା ପଥରେ ଅଗେଇ ଚାଲିଛି ନାନା ଘାତା ପ୍ରତିଘାତକୁ ଭୁକ୍ଷେପ ନକରି । ଆଜିଯେ କେବଳ ଆଦିବାସୀ ଘରର କାହିଁକି ସମଗ୍ର ମାନବ ସମାଜରେ ଆଦଶ୍ରର ଉଦାହରଣ ପାଲଟି ଯାଇଛି । ବିଗତ ଜୀବନର ଦୁଖକୁ ଛାତିରେ ଚାପି ନିଜ ଗ୍ରାମର ମାଆ ,ଭଉଣୀ ତଥା ଯୁବ ବର୍ଗକୁ ନେଇ ଦେଖିଥିଲେ ନୂଆ ସପନ । ସାକାର କରିବାକୁ ପାଦ ଦେଲେ ରାଜନୀତିରେ ଜନସାଧାରଣ ସମର୍ଥନରେ ହୁଅନ୍ତି ସରପଂଚ । ମୁକୁନ୍ଦପୁରପାଟଣା ପଂଚାୟତର ସାମଗ୍ରିକ ବିକାଶ ଓ ସର୍ବାଙ୍ଗିନ ଉନ୍ନତିରେ ସହଯୋଗର ହାତବଢାନ୍ତି ଜନସାଧାରଣ । ସୀମିତ କ୍ଷମତା ସୀମିତ ସମ୍ବଳକୁ ଉପଯୁକ୍ତ ଉପଯୋଗ କରି ସରକାରୀ ଓ ବେସରକାରୀ ସ୍ତରରେ ସାଉଣ୍ଟିଛନ୍ତି ଅନେକ ପୁରଷ୍କାର । ଶିକ୍ଷା,ସ୍ୱାସ୍ଥ୍ୟ ,ଗମନାଗମନ,ଅସହାୟ ବ୍ୟକ୍ତି ବିଶେଷଙ୍କୁ ସହାୟତା କରିବା ଓ ମହିଳା ସଶକ୍ତି କରଣ ତଥା ପଂଚାୟତର ନିଜସ୍ୱ ଉପାର୍ଜିତ ପାଣ୍ଠିରେ ଜନହିତକର ବିଭିନ୍ନ ଯୋଜନା କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ସେ । ପ୍ରବଳ ଜନସମର୍ଥନରେ ଲଗାତାର ତୃତୀୟ ଥର ସରପଂଚ ହେବାର ସୋଭାଗ୍ୟ ଲାଭ କରିବା ସହ ସାର ରାଜ୍ୟରେ ସଫଳ ସରପଂଚ ଓ ନିଜ ପଂଚାୟତକୁ ଏକ ନଂବର କରିବାରେ ତାଙ୍କର ରହିଛି ଗୁରୁତ୍ୱ ପୂର୍ଣ୍ଣ ଭୁମିକା । ନିସ୍ୱାର୍ଥପର ,ଶାନ୍ତସରଳ ସ୍ୱାଭାବ ପରକୁ ନିଜର କରିଦିଅନ୍ତି ଗୋଟିଏ ମୁହୁତ୍ୱରେ । ଲଗାତାର ଦିତୀୟଥର ରାଜ୍ୟର ଶ୍ରେଷ୍ଠ ପଂଚାୟତ ଭାବେ ପୁରଷ୍କୃତ ହୋଇ ସାର ଜିଲ୍ଲାପାଇଁ ଗୌରବ ଆଣିପାରିଛନ୍ତି । ତେବେ ଆଜି ମହିଳା ଦିବସର ଅବସରରେ ଆଉଏକ ମହାନତାର ପରିଚୟ ଦେଇଛନ୍ତି ସେ ପଂଚାୟତର ୯ ଜଣ ଅନାଥ ଶିଶୁଙ୍କୁ ପୋଷ୍ୟ ଶିଶୁ ଭାବେ ଗ୍ରହଣ କରିଛନ୍ତି । ଏହି ୯ଜଣ ଶିଶୁଙ୍କୁ ଆଜି ଏହି ଶୁଭଅବସରେ ତାଙ୍କୁ ପଂଚାୟତ ଆଣି ନୂତନ ପୋଷାକ ଦେବା ସହ ମିଠା ଖୁଆଇ ଶିଶୁମାନଙ୍କର ଜନ୍ମଦିନ ପାଳିଛନ୍ତି । ସେମାନଙ୍କୁ ନିଜ ମାଆର ପରିଚୟ ମଧ୍ୟ ଦେଇଛନ୍ତି ପ୍ରତେକ ବର୍ଷ ଏହି ଦିନରେ ସେମାନଙ୍କର ଜନ୍ମଦିନ ପାଳିବେ ବୋଲି ସରପଂଚ କହିଛନ୍ତି । ଏଥିସହିତ ତାଙ୍କୁ ସମସ୍ତ ସୁବିଧା ପଂଚାୟତ ତରଫରୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ତାଙ୍କର ଏଭଳି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେସ ପ୍ରଶଂସା କରିଛନ୍ତି । ବହୁବାଧା ବିଘ୍ନ ସହି ସଫଳତାର ସହ ଆଗେଇ ଚାଲିଛନ୍ତି ସେ ଓ ଦେଖାଇଦେଇଛନ୍ତି ଯେ ନାରୀ ଦୁର୍ବଳା ନୁହେଁ ସବଳା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.