ମହିଳା ଜେଲ କର୍ମୀଙ୍କୁ ନିର୍ଯାତନା ଅଭିଯୋଗ,ଜେଲରଙ୍କୁ ବଦଳି

ଘଷିପୁରା ୨/୮ (ଓଡ଼ିଆ ପୁଅ/ଦୀପଙ୍କର ମହାନ୍ତି) କିଛିଦିନ ତଳେ ଜେଲ ଅନ୍ତେବାସୀ ଙ୍କ ବିଲରେ ମାଛଧରା ଭିଡ଼ିଓ ଚର୍ଚ୍ଚାର ଵିଷୟ ପଲଟିଥିବା ବେଳେ ଆନନ୍ଦପୁର ଜେଲ କର୍ତ୍ତୃପକ୍ଷ ବର୍ତ୍ତମାନ ବିବାଦ ଘେରରେ ଅଛନ୍ତି।

ଜେଲର ଜୀବନ ସିଂ ମୁଣ୍ଡାଙ୍କ ନାମରେ ବର୍ତ୍ତମାନ ସାଙ୍ଘାତିକ ଅଭିଯୋଗ ଆସିଛି। ତାଙ୍କ ବିରୋଧୀ କର୍ମଚାରୀଙ୍କୁ ସେ ଉଦେଶ୍ୟମୁଳକ ଭାବେ ବିଭିନ୍ନ ଜେଲକୁ ବଦଳି କରିଛନ୍ତି ବୋଲି ବର୍ତ୍ତମାନ ଜଣେ ମହିଳା କର୍ମଚାରୀ ଅଭିଯୋଗ କରିଛନ୍ତି। ସେ ଆହୁରି ଅନେକ ଆଶ୍ଚର୍ଯ୍ୟ କଲାଭଳି ଅଭିଯୋଗ କରିଛନ୍ତି, ତାଙ୍କ ଅନୁସାରେ ସେ ଯେତେବେଳେ ତାଙ୍କ ରିଲିଭ ପାଇଁ ଜେଲରଙ୍କୁ କହିଲେ ସେ ତାଙ୍କୁ ରାତି ୧୦ ବେଳେ ତାଙ୍କ ରୁମକୁ ଡାକିଥିଲେ। ଆଗରୁ ଅନେକ ଥର ତାଙ୍କୁ ଆଶାଳୀନ ଵ୍ୟଵହାର ପ୍ରଦର୍ଶନ କରିଥିଲେ। ତାଙ୍କୁ ମୁଁ ସହଯୋଗ ନକରିବାରୁ ମୋର ଉଦେଶ୍ୟ ମୂଳକ ବଦଳି କରାଯାଇଛି ବୋଲି ସେ ଆନନ୍ଦପୁର ଥାନାରେ ଏତେଲା ଦେଇଛନ୍ତି।

ଆନନ୍ଦପୁର ପୋଲିସ ବର୍ତ୍ତମାନ ଏହି ଅଭିଯୋଗର ତଦନ୍ତ ଚଳାଇଛି। ଆଗରୁ ଜେଲର ଜୀବନ ସିଂ ମୁଣ୍ଡା ଙ୍କ ନାମରେ ନିଜ ଗାଡି ଧୋଇବା କାମରେ ଅନ୍ତେବାସୀଙ୍କୁ ନିୟୋଜିତ କରିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଥିଲା। ଏସମ୍ପର୍କରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି ହେଉଛି। ଜେଲରଙ୍କ ଏ ସମ୍ପର୍କରେ ମତାମତ ମିଳିପାରିନାହିଁ। ମିଳିଥିବା ସୂଚନା ଅନୁଯାୟୀ ଜୀବନ ସିଂ ମୁଣ୍ଡାଙ୍କୁ ଚମ୍ପୁଆ ଜେଲକୁ ବଦଳି କରାଯାଇଛି।

Leave a Reply

Your email address will not be published. Required fields are marked *