ଓଡ଼ିଶା

ମହିଳା ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣା: କ୍ଷତି ପୂରଣ ଦେବାକୁ ବିଜେପିର ଦାବି

ନବରଙ୍ଗପୁର ୧୧-୬ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଆଉଁଳିଗୁମାରେ ମହିଳା ଚାଷୀ ଆତ୍ମହତ୍ୟା ଅଭିଯୋଗ ଘଟଣାରେ ବିଜେପି ମୁହଁ ଖୋଲିଛି। ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଏ ସଂକ୍ରାନ୍ତରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବି.ଜେ.ପି ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଯୁବ ମୋର୍ଚ୍ଚା ସଭାପତି କାହ୍ନୁ ଦାଶ ଯୋଗଦେଇ ଆମ୍ôହତ୍ୟା କରିଥ୍ôବା ମହିଳା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଶୁକ୍ରବାର ଦିନ ଆଉଁଳିଗୁମାର ମାଧବ ମୁଦୁଲିଙ୍କ ସ୍ତ୍ରୀ ପଦ୍ନା ମୁଦୁଲି(୪୨) ବିଷଖାଇବାରେ ପ୍ରଥମେ ଇନ୍ଦ୍ରାବତୀ ଓ ପରେ ନବରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥ୍ôଲା। ତେବେ ଚିକିସ୍ôାଧ୍ôନ ଅବସ୍ଥାରେ ତାଙ୍କର ମୃତ୍ତୁ୍ୟ ହୋଇଥ୍ôଲା। ମକା ଚାଷ ଓ ଧାନ ଚାଷ ପାଇଁ ମୃତକ ପଦ୍ନା ସ୍ପନ୍ଦନ ମାଇକ୍ରୋ ଫାଇନାନ୍ସ କମ୍ପାନୀଠାରୁ ଶତକଡା ୨୪ ସୁଧହାରରେ ୩୦ ହଜାର ଟଙ୍କା ଋଣ ନେଇଥ୍ôଲେ। ଇନ୍ଦ୍ରାବତୀ ଡ୍ୟାମର ଲଗାତର ଜଳ ନିଷ୍କାସନ ଯୋଗୁଁ ମକା ଚାଷ କ୍ଷତି ହୋଇଥ୍ôବାବେଳେ ଧାନ ଚାଷ ମଧ୍ୟ ଖରାପ ଅବସ୍ଥାରେ ରହିଥ୍ôଲା। ଏହି କାରଣରୁ ଚିନ୍ତାଗ୍ରସ୍ତ ହୋଇ ପଦ୍ନାର ମୃତ୍ତୁ୍ୟ ହୋଇଥ୍ôବା ବିଜେପି ଅଭିଯୋଗ କରିଛି। ସରକାରଙ୍କ ସମବାୟ ନିତୀରେ ତ୍ରୁଟୀ ରହିଥ୍ôବାରୁ ଏହି ଯୋଜନା ଗ୍ରାମାଞ୍ଚଳରେ ଅପହଞ୍ଚ ରହିଛି ବୋଲି ପୂର୍ବତନ ସାଂସଦ ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି। ବ୍ୟାଙ୍କ ଓ ଲ୍ୟାମ୍ପ ଯଥା ସମୟରେ ଋଣ ଯୋଗାଉନଥ୍ôବାରୁ ପଦ୍ନା ପରି ଅନେକ ନିରାଶରେ ରଡିଛନ୍ତି। ଏହା ବ୍ୟତୀତ ପଦ୍ନାକୁ ସଂପୃକ୍ତ ଘୋରେଇ କମ୍ପାନୀ ପକ୍ଷରୁ ନିର୍ଯ୍ୟାତନା ଦିଆଯାଇ ତାଙ୍କ ଘରକୁ ତାଲା ପକାଯିବ ବୋଲି ଧମକ ଦିଆଯାଇଥ୍ôଲା। ଏହି ସମସ୍ତ ଘଟଣା ପାଇଁ ରାଜ୍ୟ ସରକାର ଦାୟୀ ହୋଇଥ୍ôବାରୁ ଯଥା ଶିଘ୍ର ଘଟଣାର ଯାଞ୍ଚକରି ସଂପୃକ୍ତ ଫାଇନାନ୍ସ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି। ଏହାସହ ମୃତକ ପରିବାରକୁ ୧୫ ଲକ୍ଷଟଙ୍କା କ୍ଷତି ପୂରଣ ଓ ପିଲାଙ୍କ ପାଠ ପଢିବା ପାଇଁ ମାଗଣା ଶିକ୍ଷା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି ଅନ୍ୟଥା ଦାବି ହାସଲ କରିବାକୁ ବିଜେପି ରଜ ରାସ୍ତାକୁ ଅହ୍ଲାଇବ ବୋଲି ସ୍ପଷ୍ଟ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top