ମହିଳା କନେଷ୍ଟବଳଙ୍କୁ ମାଡ ମାରିବା ଅଭିଯୋଗରେ ୨ ଅଟକ

ପୁରୀ, ୩୧/୦୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : -ପୁରୀ ବଡଦାଣ୍ଡର ମାର୍କେଟଛକରେ ଘଟିଛି ଅଭାବନୀୟ ଘଟଣା। କର୍ତବ୍ୟରତ ମହିଳା କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଘଟଣା ସମୟରେ ଦୃଶ୍ୟ ହସ୍ତଗତ ହୋଇଥିଲା। ହରଚଣ୍ଡୀ ସାହିର ଦେବଯାନୀ ସାମନ୍ତରାୟ ଓ ତାଙ୍କଭାଇ ପୁରୁଣା ସଦରଥାନା ଲେନ୍ ରୁ ଜ୍ୟୋତିପ୍ରକାଶ ସାମନ୍ତରାୟ ନମ୍ବର ବିହିନ ନୂଆଗାଡି ନେଇ ଶ୍ରୀମନ୍ଦିର ଆଡକୁ ଯାଉଥିବା ବେଳେ ମାର୍କଟ୍ ଛକରେ ମହିଳା କନେଷ୍ଟବଳ ସବିତା ପ୍ରଧାନ ତାଙ୍କୁ ଅଟକାଇଥିଲେ। ଆଗକୁ କାର୍ ଯିବାର ନିୟମ ନାହିଁ ବୋଲି ମହିଳା କନେଷ୍ଟବଳ ତାଙ୍କୁ କହିବାରୁ ଭଉଣୀ ଉତ୍ୟକ୍ତ ହୋଇ ତାଙ୍କୁ ପିଟିବେଲେ।ଏହିଭଳି ତାଙ୍କଭାଇ ମହିଳା କନେଷ୍ଟବଳଙ୍କ ବର୍ଦୀ ଚିରିଥିବା ଅଭିଯୋଗ ହୋଇଛି।ଆହାତ କନେଷ୍ଟବଳଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ, ଟାଉନ ଥାନାରେ ଅଭିଯୁକ୍ତ ଭାଇଭଉଣୀଙ୍କୁ ଅଟକ ରଖାଯାଇଛି।ଏହି ଘଟଣାକୁ କନେଷ୍ଟବଳ ମହାସଂଘ ତୀବ୍ର ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଟାନ ଦାବି କରିଛି।ସବିତାଙ୍କ ଅଭିଯୋଗକୁ ଭିତ୍ତିକରି କୋଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *