ମହିଳା କଂଗ୍ରେସ ଲୋଗୋ ଉନ୍ମୋଚିତ

ପୁରୀ:୧୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ଜିଲ୍ଲା ମହିଳା କଂଗ୍ରେସର ସ୍ୱତନ୍ତ୍ର ଲୋଗୋ ରବା ପତାକା ଉନ୍ମୋଚନ ଉତ୍ସବ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପିସିସିର ନିର୍ଦ୍ଦେଶ କ୍ରମେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ମହିଳା କଂଗ୍ରେସ ଲୋଗୋ ଉନ୍ମୋଚନ ଉତ୍ସବରେ ପୌରସଦସ୍ୟା ସରସ୍ୱତୀ ପାତ୍ର, ନଗର ସଭାନେତ୍ରୀ ବିଦ୍ୟୁତ୍ ଲତା ଆଚାର୍ଯ୍ୟ, ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସହ ଛାତ୍ର, ଯୁବ ଓ ଜିଲ୍ଲା କଂଗ୍ରେସ କମିଟିର ନେତୃବୃନ୍ଦ ଉପସ୍ଥିତ ଥିଲେ।ମହିଳା କଂଗ୍ରେସର ସ୍ୱତନ୍ତ୍ର ଲୋଗୋ ଥିବା ଏହି ପତାକା ମହିଳା କଂଗ୍ରେସକୁ ଅଧିକ ସଂଗଠିତ ଓ ଶକ୍ତିଶାଳୀ କରିବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧି, ଦୁର୍ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ନେଇ ମହିଳା କଂଗ୍ରେସ ସଂଗ୍ରାମ କରିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *