ଓଡ଼ିଶା

ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ବିରୁଦ୍ଧରେ ଆସନ୍ତା ୭ରେ ରାଜଭବନ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବ ମହିଳା ମୋର୍ଚ୍ଚା

– ମହିଳା ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକରେ ନିଷ୍ପତି
– ଗତ ୫ ଦିନରେ ୧୭ ଜଣ ନାବାଳିକା ଦୁଷ୍କର୍ମ ଘଟଣା ରାଜ୍ୟକୁ ନିନ୍ଦିତ କରିଛି
– ରାଜ୍ୟରେ କ୍ରମବର୍ଦ୍ଧିଷ୍ନୁ ନାବାଳିକା ଦୁଷ୍କର୍ମ ଘଟଣା କାରଣରୁ ମହିଳା ସଶକ୍ତିକରଣକୁ ଶକ୍ତ ଧକ୍କା ଲାଗିଛି
– ଶାସକ ଦଳର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସୁରକ୍ଷା ବଳୟ ଭିତରେ ଥିବା ଅପରାଧୀମାନେ ନିର୍ଭୟରେ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଚାଲିଛନ୍ତି
– ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳା କାର୍ଯ୍ୟକର୍ତାମାନେ ଯୋଗ ଦେଇ ସଫଳ କରିବାକୁ ଶ୍ରୀମତୀ ପରିଡାଙ୍କ ନିବେଦନ

ଭୁବନେଶ୍ୱର, ତା୦୩/୦୫ (ଓଡ଼ିଆ ପୁଅ): ରାଜ୍ୟରେ ଦିନକୁ ଦିନ ନାବାଳିକା ଶୋଷଣ ଏବଂ ମହିଳା ଧର୍ଷଣ ବୃଦ୍ଧି ପାଇବା ବର୍ତମାନ ସବୁଠୁ ଅଧିକ ଚିନ୍ତାର ବିଷୟ ସାଜିଛି। ଅନ୍ୟ ପଟେ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ଏଭଳି ସମ୍ବେଦନଶୀଳ ଘଟଣାକୁ ରୋକିବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ସଂପୂର୍ଣ୍ଣ ସ୍ଥାଣୁ ପାଲଟିଥିବାରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ରାଜ୍ୟରେ କ୍ରମବର୍ଦ୍ଧିଷ୍ନୁ ନାବାଳିକା ଦୁଷ୍କର୍ମ ଘଟଣା କାରଣରୁ ମହିଳା ସଶକ୍ତିକରଣକୁ ଶକ୍ତ ଧକ୍କା ଲାଗିଛି ଏବଂ ଏଥି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ଦାୟୀ। ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ବିରୁଦ୍ଧରେ ଆସନ୍ତା ୭ ତାରିଖ ଦିନ ଭୁବନେଶ୍ୱର ରାଜଭବନ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ମହିଳା ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି ଗ୍ରହଣ ନିଆଯାଇଛି ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି।

ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଗତ ୫ ଦିନରେ ୧୭ ଜଣ ନାବାଳିକା ଦୁଷ୍କର୍ମ ଘଟଣା ରାଜ୍ୟକୁ ନିନ୍ଦିତ କରିଛି। ଶାସକ ଦଳର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସୁରକ୍ଷା ବଳୟ ଭିତରେ ଥିବା ଅପରାଧୀମାନେ ନିର୍ଭୟରେ ଏଭଳି ଜଘନ୍ୟ କାଣ୍ଡ ଭିଆଇ ଚାଲିଛନ୍ତି। ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନଙ୍କ ସମ୍ମାନ ଓ ଜୀବନ ରକ୍ଷା ପ୍ରଦାନ କରିବା ପରିବର୍ତେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ରାଜଭବନ ସମ୍ମୁଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବିକ୍ଷୋଭ ପ୍ରଦର୍ଶନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳା କାର୍ଯ୍ୟକର୍ତାମାନେ ଯୋଗ ଦେଇ ସଫଳ କରିବାକୁ ଶ୍ରୀମତୀ ପରିଡା ସମସ୍ତଙ୍କୁ ନିବେଦନ କରିଛନ୍ତି।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାନେତ୍ରୀ କାନନବାଲା ପଟ୍ଟନାୟକ, ନିୟତି ଗିରି, ପିଙ୍କି ପ୍ରଧାନ, ସାଧାରଣ ସଂପାଦକ ପ୍ରତିଭା ଶତପଥୀ, ବବିତା ପାତ୍ର, ସଂପାଦିକା ରଶ୍ମୀ ଦାଶ ଏବଂ ଡ.ଐଶର୍ଯ୍ୟା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top