ଓଡ଼ିଶା

ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ବିରୁଦ୍ଧରେ ଆସନ୍ତା କାଲି ବିଜେପି ମହିଳା ମୋର୍ଚ୍ଚାର ବିଶାଳ ବିକ୍ଷୋଭ ପ୍ରଦର୍ଶନ

– ମହିଳା ଓ ନାବାଳିକା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ବିରୁଦ୍ଧରେ ଆସନ୍ତା କାଲି ଲୋୟର ପିଏମଜିଠାରେ ମହିଳା ମୋର୍ଚ୍ଚାର ବିଶାଳ ବିକ୍ଷୋଭ ପ୍ରଦର୍ଶନ

– ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ମହିଳା ଆସି ଯୋଗଦେବେ

ଭୁବନେଶ୍ୱର, ତା୦୬/୦୫ (ଓଡ଼ିଆ ପୁଅ) : ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ୧୮ ବର୍ଷ ଶାସନ ଭିତରେ ରାଜ୍ୟରେ ଦିନକୁ ଦିନ ନାରୀମାନଙ୍କ ପ୍ରତି ଦୁଷ୍କର୍ମ ଏବଂ ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ନାରୀମାନେ ଏବେ ନିଜକୁୁ ସୁରକ୍ଷିତ ମଣୁନାହାଁନ୍ତି। ପ୍ରତିଦିନ ଦୁଷ୍କର୍ମ ଘଟଣା ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। ମା’ ଏବଂ ନାରୀଙ୍କ ସୁରକ୍ଷା କଥା କହୁଥୁବା ମୁଖ୍ୟମନ୍ତ୍ରୀ ଏବେ ନାରୀମାନଙ୍କୁ ଅପମାନିତ କରିଚାଲିଛନ୍ତି। ଏପରିକି ଖୋଦ୍ ଶାସକ ଦଳର ନେତା ଏବଂ ବିଧାୟକଙ୍କ ସଂପର୍କୀୟମାନେ ଅନେକ ଦୁଷ୍କର୍ମ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହବିଭାଗ ଥିବା ସତ୍ୱେ ଅପାରଗତା କାରଣରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ପୋଲିସ ଶାସକ ବିଜେଡିର ହାତବାରେସି ସାଜି ଅପରାଧିମାନଙ୍କୁ ଘଂଟ ଘୋଡାଉଛି। ଏହାର ଫାଇଦା ନେଇ ଅପରାଧିମାନେ ଦିନକୁ ଦିନ ନିର୍ଭୟରେ ଅପରାଧିକ କାର୍ଯ୍ୟକଳାପ ଭିଆଇ ଚାଲିଛନ୍ତି। ରାଜ୍ୟରେ କ୍ରମବର୍ଦ୍ଧିଷ୍ନୁ ନାବାଳିକା ଦୁଷ୍କର୍ମ ଘଟଣା କାରଣରୁ ମହିଳା ସଶକ୍ତିକରଣକୁ ଶକ୍ତ ଧକ୍କା ଲାଗିଛି ଏବଂ ଏଥି ପାଇଁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣଭାବେ ଦାୟୀ। ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ନିଷ୍କ୍ରିୟତା ବିରୁଦ୍ଧରେ ଆସନ୍ତାକାଲି ମେ ୭ ତାରିଖ ଦିନ ଭୁବନେଶ୍ୱର ଲୋୟର ପିଏମଜିଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ମହିଳାମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top