ମହିଳା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ବୌଦ୍ଧ. ୨୧ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ କେବି ହିଷ୍ଟ ମହାବିଦ୍ୟାଳୟ ପରିସରରେ ମହିଳା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଂଜନ ଦାସ ଯୋଗ ଦେଇ ଏହି ଶିବିର ଆୟୋଜନ କରିବା ଦ୍ୱାରା ଛାତ୍ରୀ ମାନେ ନିଜ ନିଜର ଆତ୍ମସୁରକ୍ଷା କରିପାରିବେ ବୋଲି ମତ ପ୍ରକାଶ କରିବା ସହ ଉସôାହିତ କରିଥିଲେ । ଏହା ସହ ମହାବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଶିବିର ଆୟୋଜନ କରିଥିବାରୁ ପ୍ରଶଂସା କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ଦେବା ପାଇଁ ସରସ୍ୱତୀ ପ୍ରଧାନ ଯୋଗ ଦେଇ ଦୀର୍ଘ ୧୦ ଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ଉସôବରେ ଅନ୍ୟତମ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ୍ୟ ଆଦିତ୍ୟ କୁମାର ଚୌଧୁରୀ , ଅଧ୍ୟାପକ ସୁରେନ୍ଦ୍ର କୁମାର ମହାକୁଡ, ଅଧ୍ୟାପିକା ତପସ୍ୱନୀ ଚୌଧୁରୀ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉସôାହିତ କରିଥିଲେ । ଏହି ଶିବିର ଆୟୋଜନରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *