ଓଡ଼ିଶା

ମହିଳାମୋର୍ଚ୍ଚାର ପ୍ରତିନିଧି ସଭାରେ କେନ୍ଦ୍ରମନ୍ତ୍ରୀ ରାଜ୍ୟରେ ମହିଳା ମାନଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି-ଧର୍ମେନ୍ଦ୍ର ପ୍ରଧାନ

– ରାଜ୍ୟରେ ଦୁଷ୍କର୍ମ ବଢିବଢି ଚାଲିଛି, ନବୀନ ବାବୁ ଟଙ୍କା ଦେଇ ମହିଳା ମାନଙ୍କ ମୁହଁକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି. ମହିଳା ମାନଙ୍କୁ ଟଙ୍କା ନୁହେଁ ଇଜ୍ଜତ ଦରକାର
– ଆଜି ମହିଳା ମାନେ ଏକାଠି ହୋଇଛନ୍ତି ନିଜର ହକ୍ ମାଗିବା ପାଇ
– ଆଜିର ସମାବେଶରେ ମହିଳା ମାନଙ୍କ ସ୍ଲୋଗାନରୁ ରାଜ୍ୟରେ ପରିବର୍ତ୍ତନର ଲକ୍ଷଣ ବାରି ହୋଇପଡୁଛି
– ରାଜ୍ୟରେ ବର୍ତମାନ ସୁଦ୍ଧା ୩୪ ଲକ୍ଷ ମୋଦି ଗ୍ୟାସ ମା ଭଉଣୀ ମାନଙ୍କୁ ମିଳିଛି, ଏହି ସଂଖ୍ୟା ୫୦ ଲକ୍ଷରେ ପହଁଚିବ
– ଉଜ୍ଜଳା ଯୋଜନାର ସୁଫଳ ମିଳିଛି କି ନାହିଁ ପରୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ, ହିଞ୍ଜିଳିକାଟୁରେ ପରୀକ୍ଷା ପାଇଁ ଆମନ୍ତ୍ରଣ
– ୧୫ ଟି ଜିଲାରେ ବାଙ୍ଗରା ପିଲା ଓ କମ୍ ଓଜନର ପଲା ଜନ୍ମ ହେଇଛନ୍ତି, ଏହା ପ୍ରତି ସରକାରଙ୍କ ନଜର ନାହିଁ
– ଏ ସରକାର ବଧିର ସରକାର, ନବୀନ ସରକାର କାନରେ ତୁଳା ଦେଇଛନ୍ତି

ପୁରୀ /ଭୁବନେଶ୍ୱର ୨୪ ସେପ୍ଟେମ୍ବର (ଓଡ଼ିଆ ପୁଅ) -ରାଜ୍ୟରେ ମହିଳା ମାନଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି। ଗର୍ଭବତୀ ମହିଳା ମାନେ ଅଟୋରେ, ବାଟରେ, ପୋଲ ତଳେ ପ୍ରସବ କରୁଛନ୍ତି। ଦୁଷ୍କର୍ମ ବଢିବଢି ଚାଲିଛି। ନବୀନ ବାବୁ ଟଙ୍କା ଦେଇ ମହିଳା ମାନଙ୍କ ମୁହଁକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି। ମହିଳା ମାନଙ୍କୁ ଟଙ୍କା ନୁହେଁ ଇଜ୍ଜତ ଦରକାର ବୋଲି ମହିଳାମୋର୍ଚ୍ଚାର ପ୍ରତିନିଧି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ଆଜିର ସମାବେଶରେ ମହିଳା ମାନଙ୍କ ସ୍ଲୋଗାନରୁ ରାଜ୍ୟରେ ପରିବର୍ତ୍ତନର ଲକ୍ଷଣ ବାରି ହୋଇପଡୁଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ମହିଳା ପ୍ରତିନିଧି ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ, ସରକାର ପରିବର୍ତ୍ତନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହାର ନେତୃତ୍ୱ ଓଡିଶାର ମା ଓ ଭଉଣୀ ମାନେ ନେବେ। ପୁରୀର ବଡଦାଣ୍ଡ ନିକଟରେ ମା ଗୁଣ୍ଡିଚାରାଣୀଙ୍କ ପାଦତଳେ ଆଜି ମହିଳା ମାନେ ଏକାଠି ହୋଇଛନ୍ତି ନିଜର ହକ୍ ମାଗିବା ପାଇଁ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ୨୦୧୪ ମସିହାରେ ସରକାର ବନିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ମୋ ସରକାର ଗରିବ, ମହିଳା, ଯୁବକଙ୍କ ପାଇଁ ସମର୍ପିତ ସରକାର। ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିଥିଲେ କହିଲେ ଉଜ୍ଜଳା ଯୋଜନାରେ ଓଡିଶାରେ ୩୪ ଲକ୍ଷ ମହିଳାଙ୍କୁ ଗ୍ୟାସ ମିଳିଛି। ପ୍ରଧାନମନ୍ତ୍ରୀ ଏକଥା କହିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ତାଙ୍କୁ ଥଟ୍ଟା କରିଥିଲେ। ପ୍ରଧାନମନ୍ତ୍ରୀ ମହିଳା ମାନଙ୍କ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅସହିଷ୍ଣୁ ହୋଇପଡୁଛନ୍ତି। ମହିଳା ମାନଙ୍କ ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ୨୦୧୪ ମସିହାରେ ଲାଲକିଲାରେ ପ୍ରଧାନମନ୍ତ୍ରୀ କହିଥିଲେ। ଅନ୍ୟ ରାଜ୍ୟରେ ମା, ଉଭଣୀ ମାନଙ୍କ ପାଇଁ ପାଇଖାନା ନିର୍ମାଣ ହେଉଥିବା ବେଳେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ପାଇଖାନା ନିର୍ମାଣ କରୁନାହାନ୍ତି। ଏକଥା କହିବାରୁ ତାଙ୍କୁ ବାଧିଲା। ଆଉ ସେ ଉଜ୍ଜଳା ଯୋଜନାରେ ଦୁର୍ନୀତି କଥା ଉଠାଇଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରି କହିଲେ ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୩୪ ଲକ୍ଷ ମୋଦି ଗ୍ୟାସ ମା ଭଉଣୀ ମାନଙ୍କୁ ମିଳିଛି। ଏହି ସଂଖ୍ୟା ୫୦ ଲକ୍ଷରେ ପହଁଚିବ। ଦିନ ଠିକ୍ କରନ୍ତୁ, ଗାଁ ଠିକ୍ କରନ୍ତୁ, ହିଞ୍ଜିଳିକାଟୁ ହେଲେ ଭଲ ହେବ। ସେ ଘରକୁ ସାଥି ହୋଇ ଯିବା ମୋଦି ଗ୍ୟାସ ଯୋଗୁ ମା ଭଉଣୀ ମାନଙ୍କ ସୁବିଧା ହୋଇଛି କି ନାହିଁ ଜାଣିପାରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ୧ ଟଙ୍କିଆ ଚାଉଳରେ ମୋଦି ସରକାର ୨୯ ଟଙ୍କା ଦେଉଛନ୍ତି ରାଜ୍ୟରେ ନବୀନ ବାବୁ ଏ ଚାଉଳକୁ କଟକର ମେୟର, ନିଜର ଦଳୀୟ ନେତାଙ୍କ ମଧ୍ୟରେ ବାଂଟୁଛନ୍ତି ଏହା ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଫରକ। ରାଜ୍ୟରେ ମହିଳା ମାନଙ୍କ ପ୍ରତି ନିର୍ଯ୍ୟାତନା ବଢିଚାଲିଛି। ୩ ଦିନ ତଳେ କୋଟଗଡରେ ନାବାଳିକାକୁ ଦୁଷ୍କର୍ମ କରାଗଲା। ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଘୋଷଣା କରି ବସିଗଲେ। ଗର୍ଭବତୀ ମହିଳାଙ୍କୁ ପୋଷଣ ମିଳୁନାହିଁ। ମୋଦି ସରକାରଙ୍କ ଯୋଜନାକୁ ରାଜ୍ୟରେ ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉନି। ୧୫ ଟି ଜିଲାରେ ବାଙ୍ଗରା ପିଲା ଓ କମ୍ ଓଜନର ପଲା ଜନ୍ମ ହେଇଛନ୍ତି। ଏହା ପ୍ରତି ସରକାରଙ୍କ ନଜର ନାହିଁ। ଏ ସରକାର ବଧିର ସରକାର। ନବୀନ ସରକାର କାନରେ ତୁଳା ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top