ଜିଲ୍ଲା ପରିକ୍ରମା

ମହିଳାଙ୍କ ଜୀବନ୍ତ ଦଗ୍ଧ ଶବ ଉଦ୍ଧାର:ତିନି ଗିରଫ

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ଥାନା ଖଡିପଦା ପଞ୍ଚାୟତ ମୁଥାନଗର ଗ୍ରାମର ଜଣେ ମହିଳାଙ୍କ ଜୀବନ୍ତ ଦଗ୍ଧ ଶବକୁ ଆଜି ଧାମନଗର ପୁଲିସ ଉଦ୍ଧାର କରିଥିବା ବେଳେ ତିନିଜଣକୁ ଗିରଫ କରିଛି । ମୁଥାନଗର ଗ୍ରାମର ବୁଲେଇ ଦଳାଇଙ୍କ ପୁଅ ହୃଷିକେଶ ୧୦ ବର୍ଷ ପୂର୍ବେ ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଦଧିବାବନପୁର ଗ୍ରାମର ଜଗନ୍ନାଥ ବେହେରାଙ୍କ ଝିଅ କବିତାକୁ ବିବାହ କରିଥିଲେ । ବିବାହର ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ହେଉନାହିଁ । ଏହି କାରଣକୁ ନେଇ କବିତାକୁ ତାର ଶାଶୂଘର ଲୋକ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିଲେ । ଗତକାଲି ତାଙ୍କୁ ହତ୍ୟାକରି ପାଇଖାନା ଭିତରେ ନିଆଁରେ ପୋଡି ଶାଶୂଘର ଲୋକ ହତ୍ୟା କରିଥିବା କବିତାଙ୍କ ବାପା ଜଗନ୍ନାଥ ବେହେରା ଆଜି ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଥାନାରେ କେଶ ନଂ-୧୨୩/୧୮ରେ ଏକ ମାମଲା ରୁଜୁ କରି କବିତାର ସ୍ୱାମୀ ହୃଷିକେଶ, ଦେଢଶୁର ରବୀନ୍ଦ୍ର ଓ ଯାଆ ସସ୍ମୀତାକୁ ଗିରଫ କରିଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top