ମହିଳାଙ୍କ ଉପରେ ହେଉଥିବା ଘରୋଇହିଂସା,ନାରୀନିର୍ଯ୍ୟାତନା ରୋକିବା ସଂପର୍କରେ କର୍ମଶାଳା

ମାଲକାନଗିରି,୬ା୪(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଜିଲ୍ଲାପରିଷଦ ସଭାଗୃହରେ ଜିଲ୍ଲାସମାଜମଙ୍ଗଳ ବିଭାଗ ଓ ଜିଲ୍ଲାଶିଶୁସୁରକ୍ଷା ବିଭାଗ ପକ୍ଷରୁ କର୍ମ କ୍ଷେତ୍ରରେ ମହିଳା ସମ୍ବନ୍ଧୀୟ ଆଇନ ବିଷୟକୁ ନେଇ ଜିଲ୍ଲାସମାଜମଙ୍ଗଳ ଅଧିକାରିଣୀ ସ୍ବର୍ଣ୍ଣଲତାବିଶ୍ୱାସ ଙ୍କ ଅଧ୍ୟକ୍ଷତାରେ ଏକ ଦିନିକିୟା କର୍ମଶାଳା ଅନୁଷ୍ଟିତ ହୋଇ ଯାଇଛି । ଅନୁଷ୍ଟିତ କର୍ମଶାଳା ରେ ମୁଖ୍ୟ ଅତିଥିଭାବେ  ଜିଲ୍ଲାପାଳ ମନୀଷଆଗ୍ରଓ୍ୟାଲ,ମୁଖ୍ୟବକ୍ତା ଭାବେ ଜିଲ୍ଲାଶିଶୁ ସୁରକ୍ଷା ଅଧିକାରୀ ନାରାୟଣଚନ୍ଦ୍ର ଦାସ,ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଉପାଧ୍ୟକ୍ଷା ସୁଲତା ମଣ୍ଡଳ,ଜିଲ୍ଲାଆଇନସେବାପ୍ରାଧିକରଣ ସଚିବ ବିଚାରପତି ଅମିତ ସ୍ୱରପ ସେଠ,ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତ କୌର,ଜିଲ୍ଲାପଚାଂୟତ ଅଧିକାରୀ ସଙ୍କରଦାସ,ସହକାରି ଜିଲ୍ଲାପାଳ ହୃଷିକେଶଗଣ୍ଡ,ଓକିଲ ରଥିକୃଷ୍ଣପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ କର୍ମ କ୍ଷେତ୍ରରେ ହେଉଥିବା ନାରୀନିର୍ଯ୍ୟାତନା,ଘୋରଇହିଂସା, ନାରୀଙ୍କ ପ୍ରତି ହୋଉଥିବା ଅସଦାଚାରଣ,ଯୌନନିର୍ଯ୍ୟାତନା,ଯୌତୁକ ନିର୍ଯ୍ୟାତନା ଆଦି ଆଇନ ସଂପର୍କରେ ସୁଚନା ଦେବାସହିତ ଏହା କିପରି ରୋକା ଯିବ ସେନେଇ କହିଥିଲେ । ଆଦିବାସୀ ଅଧ୍ୟୁଷିତ ଅଚଂଳରେ ବସବାସକରୁଥିବା ମହିଳା ମାନେ କର୍ମଠ,ସେମାନେହିଁ ନିଜପରିବାର ଦାଇତ୍ୱ ନେବାସହିତ ଘରଚଳାଇଥାନ୍ତି,ଜଣେ ଶିକ୍ଷିତ ମହିଳା ଠାରୁ କେଉଁ ଗୁଣରେ ସେମାନେ କମ ନୁହଁନ୍ତି । ଆଜିର ନାରୀ ଘରର ଶିରୀ ,ନାରୀ ଜାଗିଲେ ଦେଶ  ଜାଗିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକର ସିଡିପିଓ,ସୁପରଭାଇଜର,ବିଭିନ୍ନ ହଷ୍ଟେଲ ସୁପରିଟେଣ୍ଡେଟଂ,ଓ୍ୟାର୍ଡେନ ମାନେ ଯୋଗଦେଇ କର୍ମଶାଳାରେ ଆଲୋଚନା କରିଥିଲେ ,

 

Leave a Reply

Your email address will not be published. Required fields are marked *