ଜିଲ୍ଲା ପରିକ୍ରମା

ମହିଳାଙ୍କ ଉପରେ ହାତଦେଇ ଧ୍ୱସଂ ପାଇଥିଲା କୁରୁବଂଶ

ରାୟଗଡା, ୩୧।୫(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଜଣେ ମହିଳାଙ୍କ ଉପରେ ହାତଦେଇ କୁରୁବଂଶ ଧ୍ୱସଂ ପାଇଯାଇଥିଲା। ଗତ ୨ବର୍ଷ ମଧ୍ୟରେ ୨ହଜାର ୩ଶହ ଜଣ ଶିଶୁ, ମହିଳା ଏପରିକି ବୃଦ୍ଧାଙ୍କ ଉପରେ ହୋଇଥିବା ବଳାତ୍କାର ଏହି ବିଜେଡି ସରକାରଙ୍କ ଅଧପତନର କାରଣ ହୋଇ ଠିଆହେବ ବୋଲି ପତପ୍ରାନ୍ତ ସଭା ମାଧ୍ୟମରେ ଭାଜପାର ପୂର୍ବତନ ସଭାନେତ୍ରୀ ଜୟନ୍ତୀ ପତିହାରି କହିଛନ୍ତି। ରାୟଗଡାର ଜଗପତି ଛକରେ ଅନୁଷ୍ଟିତ ମହିଳା ସୁରକ୍ଷା ଯାତ୍ରାର ଏକ ସଭାରେ ସେ ପୁଣି କହିଛନ୍ତିଯେ, ବର୍ତ୍ତମାନ ଏହାକୁ ପ୍ରତିବାଦ କରିବାର ବେଳ ଆସିଛି। ଏହି ସରକାରଙ୍କୁ ମହିଳାମାନେ ହିଁ ଉଚିତ ଜବାବ ଦେବେ ବୋଲି ସଭାରେ ଉପସ୍ଥିତ ମହିଳା ମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଏକ ଭ୍ରାମ୍ୟମାଣ ମଞ୍ଚରୁ ରାଜ୍ୟ ସାଧାରଣ ସମ୍ପାଦିକା ପ୍ରତିଭା ଶତପଥୀ, ସମ୍ପାଦିକା ବବିତା ପାତ୍ର, ଜିଲା ସଭାନେତ୍ରୀ ଗୌରୀ ମାଣ୍ଡାଙ୍ଗି, ଉପସଭାନେତ୍ରୀ ରାଜେଶ୍ୱରୀ ଗାଣ୍ଟା, ସାଧାରଣ ସମ୍ପାଦିକା ରଞ୍ଜନା ଉପାଧ୍ୟାୟ ସମ୍ପାଦିକା କେ.ଅଶ୍ୱିନୀ ପ୍ରମୁଖ ଜଣଜଣ କରି ବିଜେଡି ସରାକାରଙ୍କ ୧୮ବର୍ଷ ଶାସନ କାଳରେ ହୋଇଥିବା ମହିଳାଙ୍କ ଉପରେ ବଳାତ୍କାରକୁ ନେଇ ବିଷଦଗାର କରିଥିଲେ। ଦଳଗତ ପାର୍ଥକ୍ୟ ନରଖି ରାଜ୍ୟରୁ ନବୀନ ପଟନାୟକ ସରକାରକୁ ବିଦାକରିବାକୁ ଜଣଜଣ କରି କହିଥିଲେ। ଗତକାଲି ଜିଲାର ଗୁଣପୁରରେ କାର୍ଯ୍ୟକ୍ରମ ସାରି ରାୟଗଡା କାର୍ଯ୍ୟକ୍ରମ ସାରି ବିଷମକଟକ ନିର୍ବାଚନ ମଣ୍ଡଳୀର କୋଲନରା ବ୍ଲକର ଅଣ୍ଟାମଡା ଠାରେ, କଲ୍ୟାଣସିଂହପୁର ବ୍ଲକର ଶିକରପାଇ ଠାରେ ପଥପ୍ରାନ୍ତ ସାଭ ଅନୁଷ୍ଟିତ ହୋଇଥିଲା। ଜିଲାର ଶେଷ କାର୍ଯ୍ୟକ୍ରମ ସ୍ୱରୁପ ରାୟଗଡ ନିର୍ବାଚନ ମଣ୍ଡଳିର କାଶୀପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ମହିଳା ସୁରକ୍ଷା ଯାତ୍ରାର ସଚେତନାତ୍ମକ ସଭା ଭାଜପା ପକ୍ଷରୁ ଅନୁଷ୍ଟିତ ହୋଇଥିଲା। ଏହି ସଭାରେ ଜିଲା ସଭାପତି ଶିବଶଙ୍କର ଉଲାକା, ଉପସଭପତି ତଥା ଜିଲା ପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ଅନୁସୁଚିତ ଜନଜାତି ମୋର୍ଚ୍ଚାର ଜାତୀୟ ଉପସଭାପତି କାଳୀରାମ ମାଝି, ହଳଦର ମିଶ୍ର, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ରଜତ ମାଦଳା ଜିଲା ସାଧାରଣ ସମ୍ପାଦକ ଭାସ୍କର ପଣ୍ଡା ପୂର୍ବତନ ଜିଲା ସଭାପତି ତପଦ ତପାଦାର ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top