ମହିଳାଙ୍କୁ ୪ ଦିନ ଧରି ୪୦ ପୁରୁଷ କଲେ ଗଣ ବଳାତ୍କାର

ଚଣ୍ଡିଗଡ଼ ୨୦-୭ (ଓଡ଼ିଆ ପୁଅ) ଚଣ୍ଡିଗଡ଼ର ପଞ୍ଚକୁଲାରେ ଏକ ଭୟାନକ ଘଟଣା ସାମନାକୁ ଆସିଛି। ଖବରରୁ ଜଣାପଡ଼ିଛିଯେ, ପଞ୍ଚକୁଲାର ଏକ ଗେଷ୍ଟ ହାଉସ୍ ରେ ଏହି ଗଣ ଦୁଷ୍କର୍ମ ହୋଇଛି। ଘଟଣାରୁ ଜଣାପଡ଼ିଛିଯେ, ୪୦ ଜଣ ପୁରୁଷ ଜଣେ ମହିଳାଙ୍କୁ ଏକ ଗେଷ୍ଟ ହାଉସ୍ ରେ ବନ୍ଧକ ବନାଇ ରଖିଥିଲେ। ୪ ଦିନ ଧରି ମହିଳାଙ୍କୁ ଗଣ ବଳାତ୍କାର କରିବା ପରେ କୌଣସି ମତେ ମହିଳାଜଣକ ସେଠାରୁ ଖସି ପଳାଇ ଆସିଥିଲେ। ମହିଳାଙ୍କର ଡାକ୍ତରୀ ପରୀକ୍ଷା କରିବା ପରେ ବଳାକ୍ତାର ହୋଇଥିବା କଥା ପ୍ରମାଣିତ ହୋଇଥିଲା। ଗେଷ୍ଟ ହାଉସ୍ ମାଲିକଙ୍କୁ ପୋଲିସ୍ ଗିରଫ କରି ଅଦିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *