ଅପରାଧ

ମହିଳାଙ୍କୁ ହତ୍ୟା ଉଦ୍ୟମ ! ରାଜନୈତିକ ଚାପ ଓ SDPOଙ୍କ ହସ୍ତକ୍ଷେପ ଯୋଗୁଁ ତଦନ୍ତରେ ବିଳମ୍ବ

ପୋଲସରା ୪-୩ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ୱାଇଁ) ପୋଲସରା ଥାନା ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁଙ୍କ ଝିଅ ଯଜ୍ଞସିନୀ ସାହୁ ବଗାଡି ଗ୍ରାମର ସନ୍ୟାସୀ ପ୍ରଧାନଙ୍କୁ ବିବାହ କରିଛନ୍ତି।ଗତ ତା- ୨୫/୦୨/୨୦୧୮ ରିଖ ଦିନ ୧୨ ଠାରୁ ୧ଘଣ୍ଟ ସମୟ ମଧ୍ୟରେ ସନ୍ୟାସୀ ନିଜ ସ୍ତ୍ରୀ ଯଜ୍ଞସିନୀଙ୍କୁ ସିଜରିଙ୍ଗ ଛୁରୀ ସାହାଯ୍ୟରେ ହତ୍ୟା ଉଦ୍ୟମ କରିଛନ୍ତି। ରକ୍ତାକ୍ତ ଅବସ୍ଥାରେ ଯଜ୍ଞସିନୀ ମେଡିକାଲ ଚିକିତ୍ସା ହେବାକୁ ଯାଇଥିଲେ ଏବଂ ଥାନାରେ ମଧ୍ୟ ଏତଲା ଦେଇଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିଛି ଯାଜ୍ଞସିନୀ ବିବାହ ପରଠାରୁ ଯୌତୁକ ନିର୍ଯ୍ୟାତନାର ଶିକାର ହୋଇ ଆସୁଛନ୍ତି। ତାଙ୍କୁ ଜୀବନରେ ମାରିଦେଲେ ସନ୍ୟାସୀ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରିଛନ୍ତି ବୋଲି ଯାଜ୍ଞସିନୀ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ସ୍ଥାନୀୟ ବିଧାୟକଙ୍କ ଅନୁଗତ ହୋଇଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଛି ଏବଂ ପୁରୁଷୋତ୍ତମପୁର SDPO ଙ୍କ ହସ୍ତକ୍ଷେପ ଯୋଗୁଁ ତଦନ୍ତରେ ବିଳମ୍ବ ହେଉଥିବା ନେଇ ରାସ୍ତାଘାଟ ଚର୍ଚ୍ଚା ଶୁଣିବାକୁ ମିଳୁଛି। କିନ୍ତୁ ଅଭିଯୁକ୍ତଙ୍କୁ ଥାନା ଅଧିକାରୀ ଅଟକରଖି ତଦନ୍ତ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମାକୁ ସମ୍ମାନ କଥା କହୁଥିବାବେଳେ SDPOଙ୍କ କାର୍ଯ୍ୟଶୈଳୀ ଓ ନିରପେକ୍ଷ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top