ମହିଳାଙ୍କୁ ନିର୍ବସ୍ତ୍ର ଭିଡ଼ିଓ ମାମଲା ଥାନାରେ ପହଞ୍ଚିଲା

ସମ୍ବଲପୁର, ୩/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ଏବେ ଏବେ ଭାଇରାଲ ହୋଇଥିବା ଏକ ଭିଡ଼ିଓକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଏହି ଭିଡ଼ିଓରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବାଡ଼ି ପ୍ରଦର୍ଶନ କରି ଧମକ ଦିଆଯାଉଥିବାର ଦେଖିବାକୁ ମିଳୁଛି। ଏପରିକି ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ଆଘାତ କରୁଥିବାର ମଧ୍ୟ ଭିଡ଼ିଓରେ ଦୃଷ୍ଟିଗୋଚର ହେଉଛି। ଏହି ଭିଡ଼ିଓ ବହୁଳ ଭାବରେ ପ୍ରଚାରିତ ହେବା ପରେ ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଞ୍ଜୀବ ଆରୋରା ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ତେବେ ଘଟଣାଟି କେଉଁଠି ଘଟିଛି ଓ କେଉଁମାନେ ସଂପୃକ୍ତ ସେ ବାବଦରେ ଅନୁସନ୍ଧାନ ଚାଲିଛି। ସତକୁ ସତ ଘଟଣାଟି ସମ୍ବଲପୁରର ଅଟେ କି ନୁହେଁ ତାହା ମଧ୍ୟ ଯାଞ୍ଚ କରି ଦେଖାଯାଉଛି। ତେବେ ଏହା ନୂଆ ନୁହେଁ ଏକ ପୁରୁଣା ଭିଜୁଆଲ।

Leave a Reply

Your email address will not be published. Required fields are marked *