ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ , ମାମଲା ରୁଜୁକରି ପୁଲିସ ନୀରବ

ହାଟଡ଼ିହି, ୨ । ୯ : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନସ୍ଥ ମିଠିଗାଁ ଗ୍ରାମରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ ସୋସୋ ପୁଲିସ କେବଳ ମାମଲା ରୁଜୁ କରି ନୀରବ ହୋଇ ବସିଯାଇଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୧୩ତାରିଖ ସନ୍ଧ୍ୟାବେଳେ ଉକ୍ତ ଗ୍ରାମର ଜଣେ ମହିଳା ଘରଠାରୁ ଟିକେ ଦୁରକୁ ଶୌଚ ପାଇଁ ଯାଇଥିବାବେଳେ ସେହିଗ୍ରାମର ଜଣେ ଯୁବକ ତାଙ୍କୁ ଯୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏନେଇ ମହିଳା ଜଣକ ୧୪ତାରିଖ ଦିନ ସୋସୋ ଥାନାରେ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ମହିଳାଙ୍କୁ ଡାକ୍ତରୀ ପରୀକ୍ଷା କରି ତଦନ୍ତ ଚଳାଇଥିଲା । କିନ୍ତୁ ଘଟଣାର ୧୫ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଯଦି ତୁରନ୍ତ ଏନେଇ କୌଣସି ପଦକ୍ଷେପ ନନିଏ ତେବେ ସେମାନେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *