ଓଡ଼ିଶା

ମହିଳାଙ୍କୁ କଚାଡ଼ି କଚାଡ଼ି ମାରିଦେଲା ହାତୀ

ମୟୁରଭଞ୍ଜ ୨୩-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ପାଞ୍ଚପୀଢ଼ର ବିଭିନ୍ନ ଅଞ୍ଚଳରେ ହାତୀ ଆକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏପରି ଅଭାବନୀୟ ଘଟଣା ଗତକାଲି ରାତି ୧୦ଘଟିକା ସମୟରେ ରରୁଆଁ ଥାନା ଅନ୍ତର୍ଗତ ଜାମୁତି ଗ୍ରାମ ପଞ୍ଚାୟତ ଜାମୁତି ଗ୍ରାମରେ ଘଟିଛି। ଶର୍ମିଷ୍ଠା ମହାନ୍ତ ନାମଙ୍କ ମହିଳା ରାତ୍ର ୧୦ ଘଟିକା ସମୟରେ ପଡିଶା ଘରୁ ତରକାରୀ ନେଇ ଆସୁବେଳେ ଗୋଟିଏ ଗୋଠ ଛଡା ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଘଟଣା ସ୍ଥଳରେ ଉକ୍ତ ମହିଳାଙ୍କୁ ଅତି ବିଭତ୍ସ ଭାବେ ଘୋଷାଡ଼ି ଘୋଷାଡ଼ି ନିର୍ମମ ଭାବେ ମହିଳାଙ୍କୁ ମାରିଥିବା ଦେଖିବାକୁ ମିଳିଛି। ତେବେ ୩ ଦିନ ଭିତରେ ପାଞ୍ଚପୀଢ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣ ମୃତ୍ୟୁ ବରଣ କରି ସାରିଥିବା ବେଳେ ଜଣେ ଗୁରୁତର ଭାବେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପାଞ୍ଚପୀଢ଼ ଅଞ୍ଚଳରେ ହାତୀ ଆକ୍ରମଣ ଦିନକୁ ଦିନ ବଢି ଚାଲିଥିଲେ ବି ବନ ବିଭାଗ ହାତୀଙ୍କୁ ଘଉଡେଇବା ପାଇଁ କୌଣସି ପଦ କ୍ଷେପ ନେଉନଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଭାଗ ହାତୀ ଘଉଡାଇବାର ତୁରନ୍ତ ବ୍ୟବସ୍ଥା ନ କଲେ ଜନ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ସେହିପରି ମୃତକଙ୍କ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଜଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top