ମହିଳାଙ୍କୁ ଉଚିତ ସମ୍ମାନ ଦେଇଛନ୍ତି ମୋଦୀ : କାଳନ୍ଦୀ ସାମଲ

ମହିଳାଙ୍କୁ ଉଚିତ ସମ୍ମାନ ଦେଇଛନ୍ତି ମୋଦୀ : କାଳନ୍ଦୀ ସାମଲ

ତାଳଚେର, ୧୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଆସନ୍ତା ସେପ୍ଟେମ୍ବର ୨୨ରେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଳଚେର ସାର କାରଖାନାର ଶିଳାନ୍ୟାସ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ତାଳଚେର ବିଜେପି ମହିଳା ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଏଫ୍.ସି.ଆଇ.ସ୍ଥିତ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ। ଉଜ୍ୱଳା ଗ୍ୟାସ୍ ଯୋଜନା, ସମସ୍ତ ଘରକୁ ପାଇଖାନା, ଜନନୀ ସୁରକ୍ଷା ଯୋଜନା, ସୁକନ୍ୟା ଯୋଜନା, ଇନ୍ଦ୍ରଧନୁସ୍ ଯୋଜନାରେ ସମସ୍ତ ଶିଶୁଙ୍କୁ ଟୀକାକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସମସ୍ତ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପାଇଁ ୬ ହଜାର ଟଙ୍କା, ମାତୃ ବନ୍ଦନା ଯୋଜନା, ଜନନୀ ଶିଶୁ ସୁରକ୍ଷା ଯୋଜନା ଆଦି ଅନେକ ଯୋଜନା ଲାଗୁ କରିଛନ୍ତି। ପୁନଶ୍ଚ ଏବେ ଅଙ୍ଗନୱାଡି, ଆଶା କର୍ମି, ପାଚିକା, ସହାୟିକାମାନଙ୍କର ଦରମା ବୃଦ୍ଧି କରିଛନ୍ତି। ଯାହାକି ସମଗ୍ର ମହିଳାମାନଙ୍କୁ ମୋଦି ସମ୍ମାନୀତ କରିଛନ୍ତି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ। ଆସନ୍ତା ୨୨ ତାରିଖରେ ତାଳଚେର ନିର୍ବାଚନମଣ୍ଡଳୀର ସମସ୍ତ ବୁଥରୁ ମହିଳାମାନେ ମୋର୍ଚ୍ଚା ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀ ସାମଲ ମହିଳା ମୋର୍ଚ୍ଚାର କର୍ମକର୍ତା ମାନଙ୍କୁ ଆହ୍ୱାନ କରିଥିଲେ। ଏଥିରେ ବିଧାନସଭା ପ୍ରଭାରୀ ଡିଲେଶ୍ୱର ପ୍ରଧାନ, ମହିଳା ମୋର୍ଚ୍ଚାର ପ୍ରଭାରି ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ମଲ୍ଲିକ୍, ପୂର୍ବତନ ନଗରପାଳ ଜ୍ୟୋତ୍ସ୍ନା ଦଳେଇ, ସୁଫଳା ପୃଷ୍ଟି, ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁ ବେହେରା, ଗୀତାଞ୍ଜଳୀ ପାତ୍ର, ସଂଯୁକ୍ତା ମହାରଣା, ଦିପ୍ତି ପ୍ରଭା ମହାରଣା, ବିଣାପାଣୀ ନାୟକ, ପ୍ରତିମା ଦେହୁରୀ, ସରୋଜିନୀ ବେହେରାଙ୍କ ସମେତ ଶତାଧିକ ମହିଳା କର୍ମକର୍ତା ଉକ୍ତ ବୈଠକରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ।

Leave a Reply

Your email address will not be published. Required fields are marked *