ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୋଲଜ, ଫେରିବାଲା ଅଟକ

ବାଲେଶ୍ୱର/ ଖଇରା, ୨୫/୧/୨୦୧୮ (ଓଡିଆପୁଅ/ ନରେନ୍ଦ୍ର ପ୍ରସାଦ ବେହେରା) ବୃତ୍ତିରେ ଫେରିବାଲା ଥିବା ଜୈନକ ଯୁବକ ଗାଁକୁ ଗାଁ ବୁଲି ଆଲୁମିନିୟମ୍ ବାସନ କୁସନ ବିକ୍ରି କରୁଥିଲା ବେଳେ ମହିଳାଙ୍କ ସରଳତା ନେଇ ମୋବାଇଲ୍ ରେ ଅଶ୍ଳୀଳ ଭାଷାରେ ଗାଳି ଗୋଲଜ ଓ ଥାନାରେ ଅଟକ ରଖାଯିବା ଘଟଣା ଚର୍ଚ୍ଚା ହେଉଛି। ପଶ୍ଚିମ ବଙ୍ଗ ବୀରଭୂମ୍ ଜିଲ୍ଲା ଜେରିଆଲାବାଜ୍ ଗ୍ରାମର ଶେକ୍ ରାଜୁ ଖଇରା ବ୍ଲକ ସମେତ ଅନ୍ତରା ଅଞ୍ଚଳରେ ଫେରି କରି ଆଲୁମିନିୟମ୍ ବାସକ କୁସନ ବିକ୍ରି କରେ। ଇତି ମଧ୍ୟରେ ଅନ୍ତରା ଅଞ୍ଚଳରେ ବିଭିନ୍ନ ସାହି ବସ୍ତିରେ ବେଶ୍ ପରିଚିତ ହୋଇଥିଲା। ମହିଳା ମାନେ ଶେକ୍ ରାଜୁର ମୋବାଇଲ୍ ନଂ. ନେଇ ନିଜର ଆବଶ୍ୟକୀୟ ଜିନିଷ ପତ୍ର ମଗାଇ କିଣିଥାନ୍ତି। ଏହି ସୁଯୋରେ ଫେରିବାଲା ଜଣକ ଅନ୍ତରା ଅଞ୍ଚଳର ମହିଳା ମାନଙ୍କୁ ଅଶ୍ଳୀଳ ଭାଷରେ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ। ମହିଳାମାନେ କୌଶଳ କରି ଫେରିବାଲାକୁ ଡାକି ଅଶ୍ଳୀଶ ଭାଷାରେ କଥାବାର୍ତ୍ତା ନେଇ ପଚାରିଥିଲେ। ନମାନିବାରୁ ଉତ୍ତମ ମଧ୍ୟମ ପରେ ସିମୁଳିଆ ପୋଲିସ୍ କୁ ଜିମା ଦେଇ ଥିଲେ। ପୋଲିସ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *