ଅପରାଧ

ମହିଳାକୁ ଅସଦାଚରଣ ଓ ଜାତିଆଣ ମନ୍ତବ୍ୟ ମାମଲା, ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ

ବୈାଦ୍ଧ,୨୯ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ମହିଳାକୁ ଅସଦାଚରଣ ଓ ଜାତିଆଣ ମନ୍ତବ୍ୟ ମାମଲାର ବିଚାର କରି ଅଭିଯୁକ୍ତକୁ ନିଦେ୍ର୍ଦାଷର ଖଲାସ କରିଛନ୍ତି । ମାମଲରୁ ପ୍ରକାଶ ଯେ ଗତ ୧.୧୧.୧୫ ରିଖରେ ବୌଦ୍ଧଥାନାର ବୀରନରସିଂହପୁର ଗା୍ରମର ଅମୃତି ପ୍ରଧାନ ସକାଳ ୯ଟା ସମୟରେ ପଡିଶା ଘର କେଶବ ବାଘଙ୍କ ଘର ସାମ୍ନା ଦାଣ୍ଡରେ ଛୋଟ ପୁଅକୁ ଧରି ଠିଆ ହୋଇଥିବା ବେଳେ ନିଜ ଗା୍ରମର ଅଭିଯୁକ୍ତ ଚନ୍ଦ୍ରକାନ୍ତ ରଣା ହଠାତ ଶାଢୀ ଟଣା ଓଟରା କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ପିଟିଥିଲେ । ଏହା ପରେ ମଧ୍ୟ ଅଭିଯୁକ୍ତ ଜଣକ ଜାତି ଆଣ ମନ୍ତବ୍ୟ ଦେଇ ସ୍ୱାମୀକୁ ମାରିବାକୁ ଧମକ ଦେଇଥିଲା । ଏନେଇ ଗତ ୨.୧୧.୧୫ରେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବୌଦ୍ଧ ପୋଲିସ ଥାନା କେସ ନଂ (୨୪୪/୧୫)ରେ ମାମଲା କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଅଭିଯୁକ୍ତ ଚନ୍ଦ୍ରକାନ୍ତ ରଣା ଉଚ୍ଚନ୍ୟାୟଳୟ ଆଦେଶରେ ଜାମିନରେ ଥିଲେ । ଏହି ମାମଲା ବୌଦ୍ଧ ଜିଲା ଦୌରାଜଜଙ୍କ ଅଦାଲତରେ ସ୍ପଶାଲ କେସ ନଂ (୧/୧୬ ) ହୋଇ ଅଭିଯୁକ୍ତ ବିରୋଧରେ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୯ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲାଦୌରାଜଜ ଶୁଚିସ୍ମିତା ମିଶ୍ର ପ୍ରମାଣ ଅଭାବରୁ ଅଭିଯୁକ୍ତ ଚନ୍ଦ୍ରକାନ୍ତ ରଣାକୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ମାମଲାଟିକୁ ବରିଷ୍ଠ ଆଇନଜୀବୀ ଅଚୁ୍ୟତା ନନ୍ଦ ମିଶ୍ର ଓ ଚିତ୍ତରଂଜନ ପାଣିଗା୍ରହୀ ପରିଚାଳନା କରୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top