ଜିଲ୍ଲା ପରିକ୍ରମା

ମହାଶିବରାତ୍ରୀ ଓ ଭାଲେଣ୍ଟାଇନ ଡ଼େ ଉଦ୍ଦେଶ୍ୟରେ ଓଡ଼ିଶା ତରଫରୁ ସାମ୍ବାଦିକ ସମ୍ମିଳନୀ

ଭଦ୍ରକ, ୧୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଧୁନିକତା ନାମରେ ଅପସଂସ୍କୃତି ବିରୋଧରେ ସମାଜରେ ଜାଗୃତି ସୃଷ୍ଟି କରିବା ବଜରଙ୍ଗ ଦଳର କାର୍ଯ୍ୟ। ଭେଲେଣ୍ଟାଇନ ଡ଼େ ପାଳନ କରିବା ନାମରେ ଅଶ୍ଲିଳତା ସୃଷ୍ଟି କରି ରାଷ୍ଟ୍ରର ସାଂସ୍କୃତିକ ମୁଲ୍ୟବୋଧକୁ କ୍ଷୁର୍ଣ୍ଣ କରିବା ଅନୁଚିତ। ବଜରଙ୍ଗ ଦଳ ପ୍ରେମ ବା ଭଲପାଇବାର ବିରୋଧି ନୁହେଁ। ଏଣୁ ବଜରଙ୍ଗ ଦଳ ତରଫରୁ ଏହିଁ ଭେଲେଣ୍ଟାଇନ ଡ଼େ ପାଇଁ କୌଣସି ପ୍ରକାର ଅବରୋଧ, ପିକେଟିଙ୍ଗ ବା କାର୍ଯ୍ୟକ୍ରମ ଯୋଜନା କରାଯାଇ ନାହିଁ। କିମ୍ବା କୌଣସି କାର୍ଯ୍ୟକର୍ତ୍ତା ଆଇନକୁ ହାତକୁ ନେବନାହିଁ। ଭେଲେଣ୍ଟାଇନ ଡେ ରେ ଯେଉଁ ଅଶ୍ଲିଳତା ଦେଖାଯାଉଛି ତାହାକୁ ବନ୍ଦ କରିବା ପୋଲିସ ପ୍ରଶସନର ର କାମ। ଭାରତୀୟ ପରମ୍ପରା ସଂସ୍କୃତିରେ ଶାସ୍ୱତ ପ୍ରେମକୁ ସ୍ୱିକୃତି ଦେଇ ଆସିଛି କିନ୍ତୁ ଅପସଂସ୍କୃତି ଓ ଅଶ୍ଲିଳତାକୁ ତୀବ୍ର ବିରୋଧ କରୁଛି। ସନ୍ଥ ଭେଲେଣ୍ଟାଇନଙ୍କ ବିଷୟରେ ଯୁବ ସମାଜ ଅଜ୍ଞ ଏଥି ପାଇଁ ତାଙ୍କ ଜୀବନର ସତ୍ୟତାକୁ ଜାଣିବା ଉଚିତ। ଭାରତୀୟ ସଂସ୍କୃତିକୁ ଗ୍ରହଣ କରିବରୁ ତାଙ୍କୁ ଦଣ୍ଡ ଦିଆଯାଇଥିଲା। ଏହି ମହାନ ସନ୍ଥଙ୍କୁ ସ୍ମରଣ ରଖିବା ପାଇଁ ଏହି ଦିବସକୁ ପାଳନ କରାଯାଉଥିଲା। କିନ୍ତୁ ଆଜିର ଯୁବସମାଜ ତାଙ୍କ ବିଚାରର ବିରୋଧାଚରଣ କରୁଛନ୍ତି ଏବଂ କିଛି ବିଦେଶୀ ବ୍ୟବସାୟୀ ଏହାର ବ୍ୟାପକ ପ୍ରଚାର କରି ଏହାର ଫାଇଦା ନେଉଛନ୍ତି। ଏଣୁ ସମାଜରେ ବ୍ୟାପୁଥିବା ଅଶ୍ଲିଳତାକୁ ରୋକିବା ପ୍ରଶାସନର ଦାୟିତ୍ୱ ଓ ଏହି ଦାୟିତ୍ୱକୁ ପୋଲିସ ପ୍ରଶାସନ ସଠିକ ରୂପେ ପାଳନ କରିବା ଉଚିତ। ସମସ୍ତ ଯୁବ ପିଢୀଙ୍କୁ ବଜରଙ୍ଗ ଦଳ ତରଫରୁ ନିବେଦନ କରାଯାଉଛି କି ଭାରତୀୟ ସଂସ୍କୃତିର ମର୍ଯ୍ୟାଦା ରକ୍ଷା କରି ଏହି ଉସ୍ôକୁ ପାଳନ କରନ୍ତୁ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦର ବିଭାଗ ସଂଯୋଜକ ଗୋବିନ୍ଦ ରାଉତ, ପ୍ରାନ୍ତ ସଂଯୋଜକ ମାନସ ରଂଜନ ମହାନ୍ତି, ସ୍ୱାଧିନ ସୁନ୍ଦର ଦାସ, ବିଜୟ କୁମାର ଦାସ, ବସନ୍ତ ଖିଲାର, ସୁବାଷ ମିଶ୍ର, ଅମିତ୍ ମହାନ୍ତି, ଦୁର୍ଗାଶଙ୍କର ଜେନା ଓ ପ୍ରକାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top