ମହାଲକ୍ଷ୍ମୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କ୍ଲବ୍ ତରଫରୁ ୪ର୍ଥ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ହରିଚନ୍ଦନପୁର, ତା୦୫.୦୨(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗ୍ରାମପଞ୍ଚାୟତର ସିଂହବିଲା ଗ୍ରାମରେ ଥିବା ମହାଲକ୍ଷ୍ମୀ କ୍ରିକେଟ ଟିର୍ଣ୍ଣାମେଣ୍ଟ କ୍ଲବ ତରଫରୁ ୪ର୍ଥ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ହରିଚନ୍ଦନପୁର ବ୍ଲକର ଚ୍ୟାରମ୍ୟାନ ସୁରେଶ ଦେହୁରୀ ଯୋଗ ଦେଇଥିଲେ। ଓ ସମ୍ମାନୀୟ ଅତିଥି ଭାବେ ହରିଚନ୍ଦନପୁର ତହସିଲର ଆଡିସ୍ନାଲ ତହସିଲଦାର ଗୋକୁଳାନନ୍ଦ ପଲେଇ ଏବଂ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଅମ୍ବିକା ପ୍ରସାଦ ସାହୁ ଯୋଗ ଦେଇଥିଲେ। ମହାଲକ୍ଷ୍ମୀ କ୍ରିକେଟ୍ କ୍ଲବର ସଭାପତି ଚନ୍ଦନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଏହି ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହୋଇଥିବା ସହ ପ୍ରଶାନ୍ତ କୁମାର ବିଶ୍ୱାଳ, ଶିବାନନ୍ଦ ସାହୁ, ଜୟନ୍ତ ବିଶ୍ୱାଳ, ଜିତେନ୍ଦ୍ର ପ୍ରସାଦ ସାହୁ, ଯଶୋବନ୍ତ ସାହୁ, ରୁପମ ବାରିକଙ୍କ ସହଯୋଗରେ ଖେଳଟି ହୋଇଯାଇଛି।

Leave a Reply

Your email address will not be published. Required fields are marked *