ମହାରାଷ୍ଟ୍ର ୫୦୦ ଫୁଟ ଗଭୀର ଖାଲରେ ଖସିପଡ଼ିଲା ବସ, ପ୍ରାୟତଃ ୩୦ ଲୋକଙ୍କର ମୃତ୍ୟୁର ଆଶଙ୍କା ବହୁ ଗୁରୁତର

ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) : ମହାରାଷ୍ଟ୍ରର ମହାବଲେଶ୍ଵରରୁ ୫୦୦ ଫୁଟ ତଳକୁ ବସ ଖସିପଡ଼ିବାରୁ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩୦ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାର ଆଶଂକା କରାଯାଉଛି। ବସରେ ଥିବା ୮ଜଣ ଲୋକଙ୍କର ଶବ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ଲୋକମାନଙ୍କୁ ଖୋଜା ଚାଲିଛି। ମୌକାରେ ଉପସ୍ଥିତ ଅଧିକାରୀମାନଙ୍କ କହିବା ଅନୁଯାୟୀ ଦୁର୍ଘଟଣାରେ କୌଣସି ଜୀବିତ ଥିବା କହିବା ବହୁତ କଷ୍ଟକର ହୋଇପାରେ।

ପିକନିକ ମନାଇବାକୁ ଯାଉଥିଲେ ସମସ୍ତ କର୍ମଚାରୀ
କୁହାଯାଉଛିଯେ, ସମସ୍ତେ ଦାପୋଲୀରେ କୃଷି ବିଶ୍ଵବିଦ୍ୟାଳୟର କର୍ମଚାରୀ ଅଟନ୍ତି। ସେମାନେ ମହାବଲେଶ୍ଵର ନିକଟରେ ଥିବା ସ୍ଥିତ ଟୁରିଷ୍ଟ ସ୍ପଟକୁ ପିକନିକ୍ ମନାଇବା ପାଇଁ ଯାଉଥିଲେ। ଏହି ବସ ସକାଳ ପ୍ରାୟତଃ ସାଢ଼େ ଛଅଟା ବେଳେ କଲେଜରୁ ୪୦ଜଣ କର୍ମଚାରିଙ୍କୁ ନେଇ ପିକନିକ ମନାଇବାପାଇଁ ଯାଉଥିଲା। ପ୍ରାୟତଃ ଚାରି ଘଣ୍ଟା ପରେ ମହାବଲେଶ୍ଵର ପୋଲାଦପୁର ରୋଡରେ ଦାଭେଲୀ ଖିଣ୍ଡୀ ନିକଟରେ ସେମାନଙ୍କ ବସ ପ୍ରାୟତଃ ୫୦୦ ଫୁଟ ଗଭୀର ଖାଲରେ ଖସିପଡ଼ିଥିଲା। ଖାଲ ଗଭୀର ଅଧିକ ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି।

Leave a Reply

Your email address will not be published. Required fields are marked *